ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରୀ ଅଭିଯୋଗରେ ୩ ଯୁବକ ଗିରଫ 

ଚୋରୀ ଅଭିଯୋଗରେ ୩ ଯୁବକ ଗିରଫ 

ଡାବୁଗାଁ, ୬/୮ (ମ.ନି.ସ.)- ନବରଙ୍ଗପୁରେ ଜିଲା ଡାବୁଗାଁ ଥାନା ପୋଲିସ ଏକ ଚୋରୀ ଅଭିଯୋଗରେ ୩ ଜଣ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମ ନିକଟ ଦେଇ ଯାଇଥିବା ରାଇପୁର – ବିଶାଖାପାଟଣା ଭାରତମାଳା ରାସ୍ତା କାର୍ଯ୍ୟ ନିମନ୍ତେ ନନ୍ଦପୁରା ଗ୍ରାମ ନିକଟରେ ଥିବା କ୍ୟାମ୍ପ ରୁ ୪ ତାରିଖ ରାତିରେ ବିଭିନ୍ନ ଲୁହା ସାମଗ୍ରୀ ଚୋରୀ ହୋଇଥିଲା | ସେଠାରେ ରହୁଥିବା କର୍ମଚାରୀ ମାନେ ସକାଳୁ ଦେଖି ଜାଣିବାକୁ ପାଇଥିଲେ ଯେ କ୍ୟାମ୍ପ ମଧ୍ୟରୁ କିଛି ଲୁହ ସାମଗ୍ରୀ ଚୋରୀ ହୋଇଯାଇଛି | କର୍ମଚାରୀ ମାନେ ସାମଗ୍ରୀ ଚୋରୀ ହୋଇଥିବା ନେଇ କ୍ୟାମ୍ପ ମ୍ୟାନେଜରଙ୍କୁ ଜଣାଇଥିଲେ | କ୍ୟାମ୍ପ ମ୍ୟାନେଜର ସୁନିଲ କୁମାର ନାୟକ ଏନେଇ ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ସିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଭାରତମାଳା କ୍ୟାମ୍ପ ର ଆଖପାଖ ଗ୍ରାମରେ ଚଢାଉ କରି ନନ୍ଦପୁରା ଗ୍ରାମରୁ ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ | ପରେ ୩ ଯୁବକ ଚୋରୀ କରିଥିବା ନେଇ ପୋଲିସ କହିଥିଲେ | ଉକ୍ତ ଅଭିଯୁକ୍ତ ମାନେ ହେଲେ ନନ୍ଦପୁରା ଗ୍ରାମର ସମାରୁ ଭତ୍ରା (୨୮), ତୁଳାରାମ ଭତ୍ରା (୨୫), ବୁଦୁ ଭତ୍ରା (୩୨) | ଏହି ୩ ଜଣ ଅଭଯୁକ୍ତ ମାନଙ୍କୁ ମଙ୍ଗଳବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୪୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଟ୍ଟା ଜାଗାରେ ନିର୍ମାଣ ଚାଲିଛି ମିଶନ ଶକ୍ତି ଗୃହ |ଅଭିଯୋଗ କଲେ ଜମି ମାଲିକକୁ ମିଲୁଛି ଧମକ 

masiha

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

masiha

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ  ବିଶ୍ୱନାଥ ପାତ୍ର

masiha

Leave a Comment

error: Content is protected !!