ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରୀ ଅଭିଯୋଗରେ ୩ ଯୁବକ ଗିରଫ 

ଚୋରୀ ଅଭିଯୋଗରେ ୩ ଯୁବକ ଗିରଫ 

ଡାବୁଗାଁ, ୬/୮ (ମ.ନି.ସ.)- ନବରଙ୍ଗପୁରେ ଜିଲା ଡାବୁଗାଁ ଥାନା ପୋଲିସ ଏକ ଚୋରୀ ଅଭିଯୋଗରେ ୩ ଜଣ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମ ନିକଟ ଦେଇ ଯାଇଥିବା ରାଇପୁର – ବିଶାଖାପାଟଣା ଭାରତମାଳା ରାସ୍ତା କାର୍ଯ୍ୟ ନିମନ୍ତେ ନନ୍ଦପୁରା ଗ୍ରାମ ନିକଟରେ ଥିବା କ୍ୟାମ୍ପ ରୁ ୪ ତାରିଖ ରାତିରେ ବିଭିନ୍ନ ଲୁହା ସାମଗ୍ରୀ ଚୋରୀ ହୋଇଥିଲା | ସେଠାରେ ରହୁଥିବା କର୍ମଚାରୀ ମାନେ ସକାଳୁ ଦେଖି ଜାଣିବାକୁ ପାଇଥିଲେ ଯେ କ୍ୟାମ୍ପ ମଧ୍ୟରୁ କିଛି ଲୁହ ସାମଗ୍ରୀ ଚୋରୀ ହୋଇଯାଇଛି | କର୍ମଚାରୀ ମାନେ ସାମଗ୍ରୀ ଚୋରୀ ହୋଇଥିବା ନେଇ କ୍ୟାମ୍ପ ମ୍ୟାନେଜରଙ୍କୁ ଜଣାଇଥିଲେ | କ୍ୟାମ୍ପ ମ୍ୟାନେଜର ସୁନିଲ କୁମାର ନାୟକ ଏନେଇ ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ସିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଭାରତମାଳା କ୍ୟାମ୍ପ ର ଆଖପାଖ ଗ୍ରାମରେ ଚଢାଉ କରି ନନ୍ଦପୁରା ଗ୍ରାମରୁ ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ | ପରେ ୩ ଯୁବକ ଚୋରୀ କରିଥିବା ନେଇ ପୋଲିସ କହିଥିଲେ | ଉକ୍ତ ଅଭିଯୁକ୍ତ ମାନେ ହେଲେ ନନ୍ଦପୁରା ଗ୍ରାମର ସମାରୁ ଭତ୍ରା (୨୮), ତୁଳାରାମ ଭତ୍ରା (୨୫), ବୁଦୁ ଭତ୍ରା (୩୨) | ଏହି ୩ ଜଣ ଅଭଯୁକ୍ତ ମାନଙ୍କୁ ମଙ୍ଗଳବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୪୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସିନ ରିକ୍ରିଏସନ, କେମିତି ହତ୍ୟା କରିଥିଲା ଦେଖାଇଲା ଗୋପାଳ

Sunil Chandra Nayak

ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ମାମଲା ରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ

masiha

ଚଣାବରୀ ଠାରେ ମାଓ ବ୍ୟାନର  ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

masiha

Leave a Comment

error: Content is protected !!