ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ପ୍ରସ୍ତୁତି ବୈଠକ

ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର(ତା ୦୬/୦୮)-(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଆତ୍ମା କାର୍ଯ୍ୟାଳୟ ଠାରେ ଝରିଗାଁ ବ୍ଳକରେ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ହେବାକୁ ଥିବା ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି କୁମାର,ଝରିଗାଁ କୃଷି ଅଧିକାରୀ ଗଜାନନ ସାହୁ,ଝରିଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବିଶ୍ଵଜିତ ସ୍ୱାଇଁ,ଉଦ୍ୟାନ ବିଭାଗ ଅଧିକାରୀ ଲିଙ୍କନ ମେହେର,ମୃତ୍ତିକା ସଂରକ୍ଷଣ ଅଧିକାରୀ ଝରଣା ଗଣ୍ଡ ପ୍ରମୁଖଙ୍କ ଉପସ୍ଥିତରେ ଅତିରିକ୍ତ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଗ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।ସେହିପରି ଏହି ସର୍ଭେ ମାଧ୍ୟମରେ କେଉଁ ଅଞ୍ଚଳରେ କେତେ ପରିମାଣର ଚାଷ ହୋଇଛି ଓ କେଉଁ କେଉଁ କିସମର ଚାଷ ହୋଇଛି ତାର ସବିଶେଷ ତଥ୍ୟ ନିର୍ଭୁଲ ଭାବେ ଅନଲାଇନ ପୋର୍ଟାଲରେ ରହିବ।ସେହିପରି କ୍ଷୟକ୍ଷତିର ଆକଳନ ସହ ଚାଷୀଙ୍କ ସୁବିଧା ଓ ଅସୁବିଧା ସମୟରେ କାମରେ ଆସି ପାରେ ବୋଲି ସୂଚନା ଦେଇଥିଲେ।ସେହିପରି ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଝରିଗାଁ ବ୍ଳକରେ ଚଳିତ ମାସ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ମାସର ୧୬ ତାରିଖ ମଧ୍ୟରେ ଶେଷ ହେବ ବୋଲି କହିଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଭାଗ କର୍ମଚାରୀ ସହ ଝରିଗାଁ ବ୍ଲକ କର୍ମଚାରୀ,ରାଜସ୍ୱ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟନ

masiha

ଶିକ୍ଷା ବିଭାଗରେ କୋଟି କୋଟି ଟଂକା ଖର୍ଚ୍ଚ କାହା ସ୍ୱାର୍ଥରେ ? ଅବ୍ୟବସ୍ଥା ଘେରରେ ଚାଲିଛି ବିଦ୍ୟାଳୟ

Sunil Chandra Nayak

Leave a Comment

error: Content is protected !!