ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

ବସ୍ତା,08/08 : ସିଂଲା ଥାନା ଅଞ୍ଚଳର ଜଣେ ବାପା ନିଶାଶକ୍ତ ଅବସ୍ଥାରେ ନିଜର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇ ଗୁରୁବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।ସୂଚନା ଏହି ଅଂଚଳର ବାପା ନିଶାସକ୍ତ ହୋଇ ଘରକୁ ଆସିଥିଲା ଓ ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ଶୋଇଥିବା ଅବସ୍ଥାରେ ଝିଅ ସହ ଦୁଷ୍କର୍ମ କରିଥିଲା। ଝିଅର ଚିତ୍କାର ଶୁଣି ମାଆଙ୍କ ନିଦ ଭାଙ୍ଗିଯାଇଥିଲା।ମାଆ ଗ୍ରାମବାସୀଙ୍କୁ ଡାକିଥିଲେ।ଗ୍ରାମବାସୀମାନେ ଆସି ବାପାକୁ କାବୁ କରି ସିଂଲା ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ବାପାକୁ ଥାନାକୁ ନେଇଯାଇଥିଲା। ତେବେ ଝିଅ ମାଆଙ୍କ ଅଭିଯୋଗ କ୍ରମେ ସିଂଲା ପୁଲିସ ୧୩୩/୨୪ ମୂଳେ ଏକ ମାମଲା ରୁଜୁ କରି ବାପା ଜଣକୁ ଆଜି କୋର୍ଟ ଚାଲାଣ କରିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ, ବିଜେଡି ପଞ୍ଚାୟତ ସଭାପତି କୋର୍ଟଚାଲାଣ

Sunil Chandra Nayak

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର , ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ

Sunil Chandra Nayak

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

masiha

Leave a Comment

error: Content is protected !!