ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଡଃ ଶୁଭଙ୍କର ମହାପାତ୍ର 

ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଡଃ ଶୁଭଙ୍କର ମହାପାତ୍ର 

ନବରଙ୍ଗପୁର:( ୮|୮)(ରବି ନାରାୟଣ ମହାନ୍ତି)ପ୍ରାଶାସନିକ ସ୍ତରରେ ବଡ ଧାରଣର ଅଦଳ ବଦଳ ହୋଇଛି l ରାଜ୍ୟରେ ୧୭ ଜଣ ଜିଲ୍ଲାପାଳ, ବୁଧବାର ବିଳମ୍ବିତ ରାତ୍ରିରେ ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି,ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡଃ ଶୁଭଙ୍କର ମହାପାତ୍ର ଙ୍କୁ ଭା. ପ୍ର. ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପ୍ରକାଶ ପାଇଛି l ଡଃ ଶୁଭଙ୍କର ମହାପାତ୍ର ୨୦୧୮ ବ୍ୟାଚ ର ପ୍ରାଶାସନିକ ଅଧିକାରୀ l ଏଥି ପୂର୍ବରୁ ସେ ରାଉରକେଲା ମ୍ୟୁନିସପାଲଟି କମିସନର ଭାବେ କାର୍ଯ୍ୟରତ ଥିଲେ ଏବଂ ଯାଜପୁର ଜିଲ୍ଲା ଜିଲ୍ଲାପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମ ଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ….

masiha

Leave a Comment

error: Content is protected !!