ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଡଃ ଶୁଭଙ୍କର ମହାପାତ୍ର 

ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ଡଃ ଶୁଭଙ୍କର ମହାପାତ୍ର 

ନବରଙ୍ଗପୁର:( ୮|୮)(ରବି ନାରାୟଣ ମହାନ୍ତି)ପ୍ରାଶାସନିକ ସ୍ତରରେ ବଡ ଧାରଣର ଅଦଳ ବଦଳ ହୋଇଛି l ରାଜ୍ୟରେ ୧୭ ଜଣ ଜିଲ୍ଲାପାଳ, ବୁଧବାର ବିଳମ୍ବିତ ରାତ୍ରିରେ ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି,ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡଃ ଶୁଭଙ୍କର ମହାପାତ୍ର ଙ୍କୁ ଭା. ପ୍ର. ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପ୍ରକାଶ ପାଇଛି l ଡଃ ଶୁଭଙ୍କର ମହାପାତ୍ର ୨୦୧୮ ବ୍ୟାଚ ର ପ୍ରାଶାସନିକ ଅଧିକାରୀ l ଏଥି ପୂର୍ବରୁ ସେ ରାଉରକେଲା ମ୍ୟୁନିସପାଲଟି କମିସନର ଭାବେ କାର୍ଯ୍ୟରତ ଥିଲେ ଏବଂ ଯାଜପୁର ଜିଲ୍ଲା ଜିଲ୍ଲାପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର  ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ

masiha

ରାଇରଙ୍ଗପୁରରେ ଜର୍ମାନୀର ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଡାକ୍ତର ଶିବାଶିଷ ଗିରିଙ୍କ ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା 

masiha

କାଳଜୟୀ କବିତା ବିଶ୍ୱବ୍ୟାପୀ ହୋଇଥାଏ.. ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ଵ କବିତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!