ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ , ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ ,

ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି 

ନବରଙ୍ଗପୁର:(ତା ୦୯/୦୮)(ରବି ନାରାୟଣ ମହାନ୍ତି)-ଝରିଗାଁ ବିଧାୟକ ନରସିଂହ ଭତ୍ରା ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପରେ ସମସ୍ୟାର ସମାଧାନ ନେଇ ବିଧାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ସୂଚନା ପ୍ରକାରେ ଝରିଗାଁ ବିଧାୟକ ହଠାତ ଆଜି ସାଢ଼େ ବାର ଘଣ୍ଟା ସମୟରେ ଧୋଡ୍ରା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିଲେ।ସେଠାରେ କିଛି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ କରିବା ସହ ଲେଖିବା ପାଇଁ କହିଥିଲେ।ତେବେ କିଛି ଛାତ୍ରଛାତ୍ରୀ ସଠିକ ଉତ୍ତର ଦେବା ସହ ସଠିକ ଲେଖି ଥିବା ବେଳେ କିଛି ଛାତ୍ରଛାତ୍ରୀ ଭୁଲ କହିଥିଲେ।ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଠାଇବା ପାଇଁ କହିଥିଲେ।ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୀଳାବତୀ ମହାପାତ୍ର ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେଇ ଥିବା ସୂଚନା ମିଳିଛି।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୩୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସାତଟି ଶ୍ରେଣୀ ଗୃହ ରହିଛି।ତେବେ ସାତଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟି ଶ୍ରେଣୀ ଗୃହ ଛାତରୁ କିଛି ବର୍ଷ ହେବ ପାଣି ଗଳୁଥିବା ଯୋଗୁଁ ବର୍ଷା ଦିନ ମାନଙ୍କରେ ପିଲା ମାନଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା ଜଣାଇଥିଲେ।ସେହିପରି ବିଦ୍ୟାଳୟର ଶ୍ରେଣୀ ଗୃହ ଛୋଟ ଛୋଟ ଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବସି ପଢିବାରେ ସମସ୍ୟା ହେଉଥିବା କହିଥିବା ବେଳେ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଥିବା କହିଥିଲେ।ଦୁଇ ମାସ ତଳେ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇଥିଲା, ତେବେ ନୂତନ ନଳକୂପରୁ କାଦୁଅ ପାଣି ବାହାରୁ ଥିବା ଯୋଗୁଁ ପାଣି ବ୍ୟବହାର ହେଉ ନଥିବା ଦର୍ଶାଇଥିଲେ।ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ ପରେ ପର୍ଯ୍ୟାୟ କ୍ରମେ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି l

ମସିହା ନିୟୁଜ୍ ସର୍ଭିସ୍

Related posts

ଉତ୍କଳର ଗୌରବ, ଆଧୁନିକ ଓଡ଼ିଶାର ନିର୍ମାତା,ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜୟନ୍ତୀ

Sunil Chandra Nayak

କରଂଜିଆରେ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ; ୮୪ ଅଭିଯୋଗ ପଞ୍ଜିକୃତ; ୫ ତତ୍କାଳ ଫଇସଲା 

masiha

ଘରଟିଏ ପାଇଁ ବିଧବା ଘସିନି ସିଂଙ୍କ ଜିଲ୍ଲାପାଳଙ୍କ ଠାରେ ଗୁହାରି ଦାବିପତ୍ର 

masiha

Leave a Comment

error: Content is protected !!