ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସେମଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟଲାଲ ଦୁର୍ଗା ଙ୍କ ବାଇକ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ସୋମବାର ସକାଳ ୯ ଟା ରେ ବାଇକ ଯୋଗେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏମଡିଏମ ସାମଗ୍ରୀ କିଣିବାକୁ ଆସୁଥିବା ବେଳେ ଧର୍ମଗଡ ପୁରୁଣା ଗୋରୁବଜାର ନିକଟରେ କୁକୁର ସହିତ ଧକ୍କା ହୋଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ଅଧିକ ଗୁରୁତର ଥିବାରୁ ପରିବାର ଲୋକେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରେ ୱାଲଟିଅର କୁ ନେଉଥିବା ବେଳେ ରିଷଗାଁ ଠାରେ ଶ୍ରୀ ଦୁର୍ଗା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମଙ୍ଗଳବାର ତାଙ୍କ ନିଜ ଗାଁ ଗୋଡ଼ ଭଞ୍ଜା ରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଅନ୍ତିମ ସଂସାର ସମୟରେ ତାଙ୍କ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ପୁଅ ଶିବା ଦୁର୍ଗା ମୁଖାଗ୍ନି ଦେଇଥିଲେ। ଏହି ଖବର ପାଇବା ପରେ ଅଲ ଓଡିଶା ସିଡୁଳ କାଷ୍ଟ ଫେଡେରେସନ ସଭାପତି ବିରଞ୍ଚି ନାରାୟଣ ଜାଲ, ସାଧାରଣ ସମ୍ପାଦକ ପ୍ରଭାକର ଜାଲ , ଜିଲ୍ଲା ସାମାଜିକ ବିଭାଗ ମୁଖ୍ୟ ଧବଳେଶ୍ୱର ନାଗ, ସମାଜସେବୀ ଢଗ ନାଏକ, ଆଇନଜୀବୀ ଦିଗାମ୍ବର ଦୁରିଆ,ସରପଞ୍ଚ ବିଭୁଦତ୍ତ ପ୍ରଧାନୀ,ଧର୍ମଗଡ ବିଇଓ, ଏବିଇଓ, ସମସ୍ତ ଶିକ୍ଷକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

masiha

ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଓଡ଼ିଶା ଦିବସ’ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠର ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

Leave a Comment

error: Content is protected !!