ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ଡ଼. ପ୍ରଦୀପ ମହାପାତ୍ର ଜଣେ ଉଜ୍ବଳତମ ନକ୍ଷତ୍ର ଥିଲେ : ପ୍ରେମ୍‌‍ ସଭାପତି ଜାକୋବ୍‌‍ ଥୁଣ୍ଡ୍ରିଲ

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ଡ଼. ପ୍ରଦୀପ ମହାପାତ୍ର ଜଣେ ଉଜ୍ବଳତମ ନକ୍ଷତ୍ର ଥିଲେ : ପ୍ରେମ୍‌‍ ସଭାପତି ଜାକୋବ୍‌‍ ଥୁଣ୍ଡ୍ରିଲ

ବ୍ରହ୍ମପୁର,14/8 : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ପୂର୍ବତନ ବରିଷ୍ଠ ପ୍ରଫେସର ତଥା ବରିଷ୍ଠ ସାମ୍ୱାଦିକ, ସ୍ତମ୍ଭକାର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ବିୟୋଗରେ ଏକ ଶୋକସଭା ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛ୍ଜାସେବୀ ସଂଗଠନ ପ୍ରେମ୍‌‍ ପକ୍ଷରୁ ମାଣ୍ଡିଆପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ସଂଗଠନର ସଭାପତି ଡ଼. ଜାକୋବ୍‌‍ ଥୁଣ୍ଡ୍ରିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସଭାପତି ଶ୍ରୀ ଥୁଣ୍ଡ୍ରିଲ ସ୍ଵର୍ଗତ ମହାପାତ୍ରଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରେମ ସଂଗଠନ ସହିତ ତାଙ୍କର ସମ୍ପର୍କ ଦୀର୍ଘଦିନର ବୋଲି ଉଲ୍ଲେଖ କରି ସାମ୍ୱାଦିକ ଭାବେ ତାଙ୍କର ଦୁରଦୃଷ୍ଟି ରହିଥିବା କଥା ଉଲ୍ଲେଖ କରିଥିଲେ। ଏଥିସହ ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ସେ ଉଜ୍ବଳତମ ନକ୍ଷତ୍ର ଥିଲେ ବୋଲି ପ୍ରକାଶ କରିଥିଲେ। ତାଙ୍କ ବିୟୋଗରେ ପ୍ରେମ୍‌‍ ସଂଗଠନ ଜଣେ ଦକ୍ଷ ପରାମର୍ଶଦାତାଙ୍କୁ ହରାଇଲା ବୋଲି କହିଥିଲେ। ଏହି ସଭାରେ ସ୍ଵର୍ଗତ ମହାପାତ୍ରଙ୍କ ଧର୍ମପତ୍ନୀ ଡ଼. ମନୋଜ ମଞ୍ଜରୀ ପଟ୍ଟନାୟକ, ତାଙ୍କର ଘନିଷ୍ଠ ବନ୍ଧୁ ତ୍ରିପତି ମିଶ୍ର, ବରିଷ୍ଠ ସାମ୍ୱାଦିକ ରବି ରଥ, ଚଳଚ୍ଚିତ୍ର ନିର୍ମାତା ଉଦୟନାଥ ନାୟକ, ସାମ୍ୱାଦିକ ସନତ ପଣ୍ଡା, ବରିଷ୍ଠ ସାମାଜିକ କର୍ମୀ ରବିନ୍ଦ୍ର କୁମାର ମହାନ୍ତି, କାଳି ଚରଣ ଦାଶ, ରତନ ମିଶ୍ର, ସଂଯୁକ୍ତା ତ୍ରିପାଠୀ, ଭାଲେରିଆନ ଡି ଲିମା, ପ୍ରସାଦ ରାଓ ପ୍ରମୁଖ ସ୍ଵର୍ଗତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧା ସୁମନ ଜଣାଇଥିଲେ। ସୁଧୀର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Related posts

ରାଉରକେଲା ସାହିତ୍ଯ ସଂସଦର ପ୍ରଥମ ବାର୍ଷିକୋତ୍ସବ

masiha

ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିକାଶ ଉଇସଡ଼ମ ପାର୍କରେ ଭିକନ ଅଇକ୍ୟୁ ୨୦୨୬ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!