ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ମାସ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରର କାର୍ଯ୍ୟସୂଚୀ ପ୍ରକାଶ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ମାସ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରର କାର୍ଯ୍ୟସୂଚୀ ପ୍ରକାଶ

ଆସନ୍ତା ମାସ ୫ଟି ସୋମବାର ପାଇଁ ହେବ ଜନ ଅଭିଯୋଗ ଶୁଣାଣି ଶିବିର; ଶେଷ ସୋମବାର ଠାକୁରମୁଣ୍ଡା ବ୍ଲକରେ ହେବ ଜିଲ୍ଲାପାଳଙ୍କ ଜନଶୁଣାଣୀ
 ଡିସେମ୍ବର ୯ ତାରିଖ ମଙ୍ଗଳବାର ଦିନ ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ 

 ମୟୂରଭଞ୍ଜ,- ୩୦.୧୧. ( ମସିହା)ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଡିସେମ୍ବର ମାସର ପ୍ରଥମ ସୋମବାର ୨ ତାରିଖ ସଦର ମହକୁମା ଉପଖଣ୍ଡ ବାରିପଦାର ୧୦ଟି ବ୍ଲକର ଜନସାଧାରଣଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପରୋକ୍ତ ଶିବିର ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ମାସ ଦ୍ୱିତୀୟ ସୋମବାର ସରକାରୀ ଛୁଟି ଥିବାରୁ, ମଙ୍ଗଳବାର ଅର୍ଥାତ ୯ ତାରିଖ ବାମନଘାଟି ଉପଖଣ୍ଡର ୭ଟି ବ୍ଲକର ଜନସାଧାରଣଙ୍କ ପାଇଁ ବାମନଘାଟି ଉପଜିଲ୍ଲାପାଳଙ୍କ ରାଇରଙ୍ଗପୁର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ସେହିପରି, ତୃତୀୟ ସୋମବାର ଅର୍ଥାତ ୧୬ ତାରିଖ ପଞ୍ଚପିଢ଼ ଉପଖଣ୍ଡର ୫ଟି ବ୍ଲକର ଜନସାଧାରଣଙ୍କ ପାଇଁ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ମାସର ଚତୁର୍ଥ ସୋମବାର ୨୩ ତାରିଖ କପ୍ତିପଦା ଉପଖଣ୍ଡର ୪ଟି ବ୍ଲକର ଜନସାଧାରଣଙ୍କ ପାଇଁ ଉଦଳା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏବଂ ପଞ୍ଚମ ତଥା ମାସର ଶେଷ ସୋମବାର ଅର୍ଥାତ ୩୦ ତାରିଖ ଦିନ କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ଠାରେ ଜନସାଧାରଣଙ୍କ ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। 

ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଶିବିର ରେ ସମ୍ପୃକ୍ତ ଉପଖଣ୍ଡର ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପସ୍ଥିତ ରହି ଜଣାଇ ପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଜଣାଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିଦା ବିଷ୍ଣୁ ସାଜିଛି ଭେଷଜ ନିରୀକ୍ଷକ ବିଭାଗ,ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବିନା ଲାଇସେନ୍ସ ରେ ଚାଲିଛି ମେଡିସିନ୍ ଷ୍ଟୋର 

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

Sunil Chandra Nayak

ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!