ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

 ମୟୂରଭଞ୍ଜ – ୧୯/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ରାଇରଙ୍ଗପୁରର ଜୀବନରେଖା ଖଡଖାଈ ନଦୀ ତଟରେ ଗଢ ଗ୍ରାମସ୍ଥ ପ୍ରଜାପତି ତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ, ରାଇରଙ୍ଗପୁର ଆଶ୍ରମ ପରିସରରେ ରଵିବାରଠାରୁ ସପ୍ତାହବ୍ୟାପୀ ଆନୁଷ୍ଠାନିକ ଭାବେ ପରମ୍ପରା ଅନୁଯାୟୀ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ସପ୍ତାହବ୍ୟାପୀ ଶୁଭାରମ୍ଭ ହୋଇଛି । ଆଜି ସୋମବାର ରକ୍ଷା ବନ୍ଧନ ଦିବସ ।ଏହି ଅବସରରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ,ବ୍ରହ୍ମ କୁମାରୀ ଭାଇ,ଭଉଣୀ ଏବଂ ବହୁ ସାଧକ ପରିବାର ଆଶ୍ରମ ରେ ପହଞ୍ଚି ଏହି ଉତ୍ସବରେ ଯୋଗ ଦେଇଥିଲେ ।ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ନୀତି ମୁତାବକ ସାଂସଦ ନବ ଚରଣ ମାଝୀଙ୍କ ମଥାରେ ସିନ୍ଦୂର, ଚନ୍ଦନ,ଅରୁଆ ଚାଉଳ ତିଳକ ଲଗାଇବା ସହ ହାତରେ ରାକ୍ଷୀ ବାନ୍ଧିଥିଲେ ।ତଦସହ ନୀତିବାଣୀ ପୁସ୍ତିକା ପ୍ରଦାନ କରିଥିଲେ ।ପରେ ପରେ ଉପସ୍ଥିତ ଥିବା ସମସ୍ତ ଭାଇ,ଭଉଣି,ଓ ପରିବାର ଲୋକେ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଥିଲେ ।ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ଅନୁଷ୍ଠାନ ସହ ଦିର୍ଘ ବର୍ଷ ଧରି ଯୋଡ଼ି ହେବା ସହ ସାଂସଦ ନବ ଭାଇ ମଧ୍ୟ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇ ନିଜକୁ ଆଧ୍ୟାତ୍ମିକ ପରିବେଶ ସହିତ ଯୋଡି ହୋଇ ସଂସ୍କାରୀ ଜୀବନ ବିତାଉଛନ୍ତି । ତାଙ୍କ କହିବା ମୁତାବକ ସମସ୍ତେ ଯିଏ ଯେଉଁ ଠାକୁରଙ୍କ ସହ ପୂଜା କରନ୍ତୁ, ପରମେଶ୍ବରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ନିଜକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୋଇ ରାଷ୍ଟ୍ର ଓ ସମାଜ ହିତରେ କାମ କରନ୍ତୁ ବୋଲି କହିଥିଲେ ।ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ଆଶ୍ରମର ବ୍ରହ୍ମ କୁମାରୀ ସୁପ୍ରିୟା,ବ୍ରହ୍ମ କୁମାରୀ ମୀନତୀ, ବ୍ରହ୍ମ କୁମାରୀ କୁନି,ବି କେ ଇନ୍ଦୁ,ବି କେ କଲ୍ୟାଣୀ, ବି କେ ଵର୍ଷା,ବି କେ ସଙ୍ଗୀତା, ବି କେ ରଵିନ, ବି କେ ସନ୍ଦୀପ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

Sunil Chandra Nayak

ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ପରିସର ରେ ଜିଲ୍ଲାସ୍ତରୀୟ ଜନ ଔଷଧି ଦିବସ ପାଳିତ

masiha

ପୂରୁଣା ବିଦ୍ୟାଳୟ ଗୁଡିକରେ ୫ଟିର ରୂପାନ୍ତର କାର୍ଯ୍ଯ , ମୁଖ୍ୟଦ୍ବାର ଚକାଚକ୍ ଭିତର ଅଂଶ ଆଗ ଭଳି

Leave a Comment

error: Content is protected !!