ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

 ମୟୂରଭଞ୍ଜ – ୧୯/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ରାଇରଙ୍ଗପୁରର ଜୀବନରେଖା ଖଡଖାଈ ନଦୀ ତଟରେ ଗଢ ଗ୍ରାମସ୍ଥ ପ୍ରଜାପତି ତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ, ରାଇରଙ୍ଗପୁର ଆଶ୍ରମ ପରିସରରେ ରଵିବାରଠାରୁ ସପ୍ତାହବ୍ୟାପୀ ଆନୁଷ୍ଠାନିକ ଭାବେ ପରମ୍ପରା ଅନୁଯାୟୀ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ସପ୍ତାହବ୍ୟାପୀ ଶୁଭାରମ୍ଭ ହୋଇଛି । ଆଜି ସୋମବାର ରକ୍ଷା ବନ୍ଧନ ଦିବସ ।ଏହି ଅବସରରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ,ବ୍ରହ୍ମ କୁମାରୀ ଭାଇ,ଭଉଣୀ ଏବଂ ବହୁ ସାଧକ ପରିବାର ଆଶ୍ରମ ରେ ପହଞ୍ଚି ଏହି ଉତ୍ସବରେ ଯୋଗ ଦେଇଥିଲେ ।ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ନୀତି ମୁତାବକ ସାଂସଦ ନବ ଚରଣ ମାଝୀଙ୍କ ମଥାରେ ସିନ୍ଦୂର, ଚନ୍ଦନ,ଅରୁଆ ଚାଉଳ ତିଳକ ଲଗାଇବା ସହ ହାତରେ ରାକ୍ଷୀ ବାନ୍ଧିଥିଲେ ।ତଦସହ ନୀତିବାଣୀ ପୁସ୍ତିକା ପ୍ରଦାନ କରିଥିଲେ ।ପରେ ପରେ ଉପସ୍ଥିତ ଥିବା ସମସ୍ତ ଭାଇ,ଭଉଣି,ଓ ପରିବାର ଲୋକେ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଥିଲେ ।ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ଅନୁଷ୍ଠାନ ସହ ଦିର୍ଘ ବର୍ଷ ଧରି ଯୋଡ଼ି ହେବା ସହ ସାଂସଦ ନବ ଭାଇ ମଧ୍ୟ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇ ନିଜକୁ ଆଧ୍ୟାତ୍ମିକ ପରିବେଶ ସହିତ ଯୋଡି ହୋଇ ସଂସ୍କାରୀ ଜୀବନ ବିତାଉଛନ୍ତି । ତାଙ୍କ କହିବା ମୁତାବକ ସମସ୍ତେ ଯିଏ ଯେଉଁ ଠାକୁରଙ୍କ ସହ ପୂଜା କରନ୍ତୁ, ପରମେଶ୍ବରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ନିଜକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୋଇ ରାଷ୍ଟ୍ର ଓ ସମାଜ ହିତରେ କାମ କରନ୍ତୁ ବୋଲି କହିଥିଲେ ।ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ଆଶ୍ରମର ବ୍ରହ୍ମ କୁମାରୀ ସୁପ୍ରିୟା,ବ୍ରହ୍ମ କୁମାରୀ ମୀନତୀ, ବ୍ରହ୍ମ କୁମାରୀ କୁନି,ବି କେ ଇନ୍ଦୁ,ବି କେ କଲ୍ୟାଣୀ, ବି କେ ଵର୍ଷା,ବି କେ ସଙ୍ଗୀତା, ବି କେ ରଵିନ, ବି କେ ସନ୍ଦୀପ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

ବଡ଼ଚେରଗାଁ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!