ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୋନ ଦେବା ନାମରେ ଏକାଉଣ୍ଟ ଖୋଲି ଗ୍ରାହକଙ୍କ ଅଜଣାତରେ ଲକ୍ଷାଧିକ ଟଙ୍କାର କାରବାର | ଥାନାର ଦ୍ବାରସ୍ଥ ହେଲେ ଗ୍ରାହକ, ଆଇଟିର ନୋଟିସ ଆଶଙ୍କା ନେଇ ଆତଙ୍କିତ 

ଲୋନ ଦେବା ନାମରେ ଏକାଉଣ୍ଟ ଖୋଲି ଗ୍ରାହକଙ୍କ ଅଜଣାତରେ ଲକ୍ଷାଧିକ ଟଙ୍କାର କାରବାର | ଥାନାର ଦ୍ବାରସ୍ଥ ହେଲେ ଗ୍ରାହକ, ଆଇଟିର ନୋଟିସ ଆଶଙ୍କା ନେଇ ଆତଙ୍କିତ 

ନବରଙ୍ଗପୁର:(ତା ୧୮/୦୮)(ରବି ନାରାୟଣ ମହାନ୍ତି)-ଏକ ଘରୋଇ ବ୍ୟାଙ୍କରେ ଲୋନ ଦିଆଯିବ କହି ଏକାଉଣ୍ଟ ଖୋଲାଗଲା। ଏକାଉଣ୍ଟ ଖୋଲିବା ପରେ ନା ମିଳିଲା ପାସବୁକ୍, ଏଟିଏମ, ଚେକବୁକ ଓ କୌଣସି ମେସେଜ୍ । ସେହି ଏକାଉଣ୍ଟରେ ହେଲା ଲକ୍ଷ ଲକ୍ଷ ଟଙ୍କାର କାରବାର। ଗ୍ରାହକ ଜାଣିବା ପରେ ପଶିଗଲା ଜଳକା। ଶେଷରେ ଉକ୍ତ ବ୍ୟାଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗ୍ରାହକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ। ଏବେ ଆଇଟି ନୋଟିସ ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାହକ। ଝରିଗାଁ ଥାନା କୁଟ୍ରିଛାପର ପଞ୍ଚାୟତର ପ୍ରାୟ ୩୦ ଜଣ ଲୋକେ ଏପରି ଠକାମିର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ଜଳନ୍ଦ୍ର ହରୀଜନ ଓ ରାମ ସାନ୍ତା ଙ୍କ କହିବା ଅନୁଯାୟୀ ଗତ ଏପ୍ରୀଲ ମାସ ରେ ଉଦୁଲିଆଗୁଡା ଗ୍ରାମର ଜଣେ ବ୍ୟକ୍ତି , ଉମରକୋଟ ମନୋଜ ଛେଣ୍ଡୱାଣି ଓ ରାଇପୁରର ଅମର ନାମକ ବ୍ୟକ୍ତି ତାଙ୍କ ନିକଟକୁ ଆସି ଚନ୍ଦାହାଣ୍ଡି ସ୍ଥିତ ଉତ୍କର୍ଷ ସ୍ମାଲ ଫାଇନାସ୍ ବ୍ୟାଙ୍କରେ ଏକାଉଣ୍ଟ ଖୋଲିଲେ ୧ ମାସ ପରେ ସେମାନଙ୍କୁ ୨ ରୁ ୫ ଲକ୍ଷ ଟଙ୍କା ଲୋନ ମିଳିବ, ତାହା ବି କମ ସୁଧରେ ମିଳିବ ବୋଲି କହିଥିଲେ। ସେ ଅନୁଯାୟୀ ତାଙ୍କ ଅଞ୍ଚଳର ପ୍ରାୟ ୨୦ ରୁ ଉର୍ଦ୍ଧ ବ୍ୟକ୍ତି ବିଶ୍ବାସ କରି ଚନ୍ଦାହାଣ୍ଡି ଯାଇ ୧୦ ହଜାର ଟଙ୍କା ଡିପୋଜିଟ୍ କରି ଏକାଉଣ୍ଟ ଖୋଲିଥିଲେ। ବ୍ୟାଙ୍କ ଏକାଉଣ୍ଟ ଖୋଲିବା ବେଳେ ସେମାନେ ଆଧାର , ଭୋଟକାର୍ଡ , ପାନ କାର୍ଡ ଓ ମୋବାଇଲ ନଂ ଦେଇଥିଲେ। ପୋଷ୍ଟରେ ସେମାନଙ୍କ ନିକଟକୁ ଏଟିଏମ୍ , ପାସବୁକ୍ ଓ ଚେକ୍ ବୁକ୍ ଆସିବ ବୋଲି କୁହାଯାଇଥିଲା। ତେବେ ଏକାଉଣ୍ଟ ଖୋଲିବାର ୨ ମାସ ପରେ ବି ସେମାନଙ୍କ ନିକଟକୁ ନା କୌଣସି ପାସବୁକ୍ ଓ ଚେକ୍ ବୁକ୍ ଆସିଲା ନା ତାଙ୍କ ମୋବାଇଲ ନଂକୁ କୌଣସି ମେସେଜ୍ ଆସିଲା। ସେମାନେ ସନ୍ଦେହ କହି ଗତ ଜୁନ୍ ମାସରେ କିଛି ଗ୍ରାହକ ମିଶି ଚନ୍ଦାହାଣ୍ଡି ଉକ୍ତ ବ୍ୟାଙ୍କକୁ ଯାଇ ସେମାନଙ୍କ ପାସବୁକ୍ , ଏଟିମ୍ ଓ ଚେକ୍ ବୁକ୍ ମାଗିଥିଲେ। ତେବେ ବ୍ୟାଙ୍କ କର୍ମଚାରୀ ପୋଷ୍ଟରେ ଯାଇଛି ବୋଲି କହିଥିଲେ। ସେମାନେ ଉକ୍ତ ବ୍ୟାଙ୍କର ଦ୍ବାରସ୍ଥ ବାରମ୍ବାର ହେଲେ ବି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ପାସବୁକ୍ ଓ ତାଙ୍କ ଏକାଉଣ୍ଟର କାରବାର ସଂକ୍ରାନ୍ତରେ ବିବରଣୀ ମାଗିବା ପରେ ବି ଦେଇନଥିଲେ। ଶେଷରେ ଏହି ଗ୍ରାହକମାନେ ଚନ୍ଦାହାଣ୍ଡି ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ସାଥିରେ ନେଇ ପାଟିତୁଣ୍ଡ କରିବାରୁ ଶେଷରେ ତାଙ୍କୁ ତାଙ୍କ ଏକାଉଣ୍ଟରେ ହୋଇଥିବା କାରବାର ର ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କାରବାର ଦେଖିବା ପରେ ସେମାନେ ଅବାକ ହୋଇଯାଇଥିଲେ । ତାଙ୍କ ଏକାଉଣ୍ଟ ରେ ୧୨ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଏତେ କାରବାର ହୋଇଥିଲେ ବି ସେମାନଙ୍କ ମୋବାଇଲକୁ କୌଣସି ମେସେଜ୍ ଆସିନଥିଲା। ଏନେଇ ଝରିଗାଁ ଥାନାରେ ଗତ ଜୁନ୍ ମାସରେ ଏତଲା ଦେଇଥିଲେ ମଧ୍ୟ ଏତଲା ରୁଜୁ ହୋଇନଥିଲା। ବାରମ୍ବାର ଥାନାର ଦ୍ବାରସ୍ଥ ହେବାରୁ ଶେଷରେ ଗତ ଅଗଷ୍ଟ ୧ ତାରିଖ ରେ ଝରିଗାଁ ଥାନାରେ କେସ ନଂ ୧୩୭/୨୪ ରେ ଆଇଟି ଏକ୍ଟରେ ମାମଲା ରୁଜୁ ହୋଇଥିଲା। ଥାନାରେ ବର୍ତ୍ତମାନ ସୁଦ୍ଧା ଜଳନ୍ଦ୍ର ହରୀଜନ, ଦଶରଥ ସାନ୍ତା, ବିଜୟ ସାନ୍ତା, ରାମ ଚନ୍ଦ୍ର ସାନ୍ତା, ବଳରାମ ସାନ୍ତା, ଡମ୍ବୁରୁ ସାନ୍ତା, ନାରାୟଣ ସାନ୍ତା, କୁମ୍ବ ସାନ୍ତା, ଅରୁଣ ସାନ୍ତା, ମାନି ସାନ୍ତା, ସିତାରାମ ସାନ୍ତା ଓ ସନସାଇ ସାନ୍ତା ଏପରି ୧୨ ଜଣ ଥାନାରେ ଏତଲା ଦେଇଥିବା ବେଳେ ଥାନା ପକ୍ଷରୁ ଶତ୍ରୁଘ୍ନ ହରୀଜନ, ମନୋଜ ଛେଣ୍ଡୱାଣି, ଅମର, କେଶବ ଭୋଇ ଓ ଝରଣା ଦୀପ ଙ୍କ ନାମରେ ପ୍ରାୟ ୪ କୋଟି ଟଙ୍କାର ଏପରି କାରବାର ହୋଇଥିବା ନେଇ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି। ତେବେ ଯୁବ ନେତା ପ୍ରସନ୍ନ ମାଝୀ କହିଛନ୍ତି ଏପରି ପ୍ରାୟ ୩୦ ରୁ ଉର୍ଦ୍ଧ ବ୍ୟକ୍ତି ଠକାମିର ଶିକାର ହୋଇଥିବା ବେଳେ ସେମାନଙ୍କ ଏକାଉଣ୍ଟରେ ପ୍ରାୟ ୧୦ କୋଟି ଟଙ୍କାର କାରବାର ହୋଇଛି। ଉକ୍ତ ବ୍ୟାଙ୍କର କର୍ମଚାରୀ ଏଥିରେ ସାମିଲ ରହିଛନ୍ତି। ତୁରନ୍ତ ସେମାନଙ୍କ ଏକାଉଣ୍ଟକୁ ଫ୍ରିଜ୍ କରାଯାଇ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

 

Related posts

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥ‌ିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ 

masiha

୩ଜଣ ଙ୍କ ନାଁରେ ଚୋରି ଆଖ୍ୟା ଦେଇ ସୋସିଆଲ ମେଡିଆରେ ଅପପ୍ରଚାରକୁ ନେଇ ପରିବାର ପକ୍ଷରୁ ଥାନାରେ ଏତଲା

Leave a Comment

error: Content is protected !!