ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦଘାଟିତ

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦଘାଟିତ

ରାଉରକେଲା,// ଗୋପବନ୍ଧୁ ପାଠାଗାର ଏବଂ ଛେଣ୍ଡ ସାଂସ୍କୃତିକ ସଂଘର ମିଳିତ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ରାଉରକେଲା ଶାଖାର ବାର୍ଷିକୋତ୍ସବ ଗୋପବନ୍ଧୁ ପାଠାଗାରର ସମ୍ମିଳନୀ କକ୍ଷରେ ଉଦ୍ଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିନର ଅତିଥି ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ନିର୍ବାହୀ ନିର୍ଦେଶକ, ଇଂ.ସନ୍ତୋଷ କୁମାର ମିଶ୍ର, ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଇଂ. ଅଭୟ କୁମାର ଦାସ ଏବଂ ରାଉରକେଲା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଦିଲିପ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ସାଂସ୍କୃତିକ ସଂଘର ସଂପାଦକ ରାଜୀବ ପାଣି ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନିଷ୍ପ୍ରଭ ହୋଇଆସୁଥିବା ଓଡିଶାର ପାଲା ସଂସ୍କୃତିକୁ ଉଦ୍ ଜୀଵୀତ କରି ରଖିବାରେ ପାଠାଗାରର ଏପରି ଏକ ନିଆରା ଉଦ୍ୟମକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିବା ସହ ପାଲା ଗାୟକ ତଥା ସାଥୀ ମାନଙ୍କୁ ଉଦ୍ ବୋଧନ ଦେଇ ଉତ୍ସାହିତ କରିଥିଲେ। ପ୍ରଥମ ଦିନରେ ଦୁଇଟି ପାଲା ଗାୟକ ଶ୍ରୀ ଧୀରେନ୍ଦ୍ର କର ଏବଂ ଶ୍ରୀ ବାସୁଦେବ ପଣ୍ଡା ଏବଂ ସାଥି ମାନେ ପରିବେଷଣ କରିଥିଲେ। ଶ୍ରୀ କର ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ଅବଲମ୍ବନରେ ପରିବେଷଣ କରିଥିବାବେଳେ ଶ୍ରୀ ପଣ୍ଡାଙ୍କ ବିଷୟବସ୍ତୁ ରାମାୟଣର ଶିବଧନୁ ଭଙ୍ଗ ଏବଂ ସୀତା ବିବାହ ବିଷୟ ଉପରେ ପର୍ଯ୍ୟବସିତ ଥିଲା। ଏହି କାର୍ଯ୍ୟକ୍ରମରେ ଡଃ ଗୀରିଜା ଶଙ୍କର ଗୋସ୍ବାମୀ, ରବୀନ୍ଦ୍ର କୁମାର ସରାଫ, ଲକ୍ଷ୍ମଣ ନାଥ ଦାସ, ହରିହର ଶତପଥୀ, ବିଭୂତି ଭୂଷଣ ଦାସ ଏବଂ ଅନୀଲ କୁମାର ଦାଶ ପ୍ରମୁଖ ସହାୟତା କରିଥିବାବେଳେ ଏହି ପାଲାକୁ ଉଭୟ ଅନୁଷ୍ଠାନର ସଦସ୍ୟମାନଙ୍କ ସହ ରାଉରକେଲାର ବହୁ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଉପଭୋଗ କରିଥିଲେ ।

ଆସନ୍ତା ଦୁଇଦିନରେ ଦୁଇଜଣ ନାରୀ ଗାୟିକାଙ୍କ ସହ ଆହୁରି ପାଞ୍ଚଟି ଦଳ ପାଲା ପରିବେଷଣ କରିବେ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସ୍ଥାନ ନିରୂପଣ ପାଇଁ ଗ୍ରାମସଭା ଜରିଆରେ ବୈଠକ, ଯୋଗଦେଲେ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସଚେତନ ନାଗରିକ

Sunil Chandra Nayak

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା‌ 

masiha

Leave a Comment

error: Content is protected !!