ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଭାଷା ସାହିତ୍ଯ ଆମ ପିଲାଙ୍କ ରକ୍ଷା କବଚ

ଆମ ଭାଷା ସାହିତ୍ଯ ଆମ ପିଲାଙ୍କ ରକ୍ଷା କବଚ

ରାଉରକେଲା: ଭାଷା ବଞ୍ଚିଲେ ଆମ ସାହିତ୍ଯ ବଞ୍ଚିବ,ସାହିତ୍ଯ ବଞ୍ଚିଲେ ଆମ ସଂସ୍କୃତି ସମୃଦ୍ଧ ହେବ,ସଂସ୍କୃତି ରୁଦ୍ଧିମନ୍ତ ହେଲେ ଆମ ପିଲାଙ୍କ ରକ୍ଷାକବଚ ବନିବ ।ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ ଓ ସାରସ୍ବତ ସମାରୋହରେ ମୁଖ୍ଯବକ୍ତା ଶେଖ୍ ଅବଦୁଲ୍ ଖାଲିକ ଙ୍କ ଅଭିଭାଷଣ ।ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବ ଓ ସୁଶାନ୍ତ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ସେ ଆହୁରି ମଧ୍ଯ ଅନେକ ମହାଭାରତ, ରାମାୟଣରୁ ଆରମ୍ଭ କରି କବି ଯଦୁମଣି,ସାଲବେଗ,ଅବଦୁଲ୍ କାଲାମଙ୍କର ଜୀବନରେ ଘଟିଥିବା ଶିକ୍ଷଣୀୟ ଘଟଣାବଳି ଅବତାରଣା କରିଥିଲେ |ମୁଖ୍ଯଅତିଥି ଭାବେ ବିଶିଷ୍ଟ ଶ୍ରମିକନେତା ପ୍ରଶାନ୍ତ କୁମାର ବେହେରା ଯୋଗଦାନ କରି ସଂସଦ ହାତକୁ ନେଇଥିବା ବିଭିନ୍ନ କାର୍ଯ୍ଯକ୍ରମକୁ ପ୍ରଶଂସା କରିବା ସହ ଭାଷା ସାହିତ୍ଯର ବିକାଶ ପାଇଁ ସାହାଯ୍ଯ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ଯତମ ବରେଣ୍ଯ ଅତିଥି ଡା.ଗୀତାଞ୍ଜଳି ପତ୍ରୀ ତାଙ୍କର ଭାଷା ସାହିତ୍ଯକୁ ନେଇ ଦୀର୍ଘଦିନର ଅଭିଜ୍ଞତା ପିଲାମାନଙ୍କୁ ବର୍ଣ୍ଣନା କରିଥିଲେ | ସଂସଦର କାର୍ଯ୍ଯକାରୀ ସଭାପତି ସ୍ବାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ , ସଂସଦର ସଂପାଦିକା ନିରୁପମା ପତି ସମ୍ପାଦକୀୟ ବିବରଣି ପାଠ କରିବା ସହ ସଂସଦ ଗ୍ରହଣ କରିଥିବା ଆଗାମୀ କାର୍ଯ୍ଯକ୍ରମର ରୂପରେଖ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ଯବକ୍ତାଙ୍କୁ ରାଉରକେଲା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ବିଭିନ୍ନ ସ୍କୁଲରେ କରାଯାଇଥିବା ପ୍ରତିଯୋଗୀତାରେ କୃତକାର୍ଯ୍ଯ ହୋଇଥିବା ୧୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରାରମ୍ଭରେ ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇ ଥିଲା । ଉପସଭାପତି ରମେଶ ଚନ୍ଦ୍ର ବାରିକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ | ଦ୍ବିତୀୟ ପର୍ଯାୟରେ ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ବରେ ନିରଞ୍ଜନ କରଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ଆସର କରିଥିଲେ ।କବି ବସନ୍ତ ବିଶ୍ବକର୍ମା,କବୀ ଗୀତାରାଣୀ ବେହେରା ,କବୀ ନିରୁପମା ନାୟକଙ୍କ ସଂଯୋଜନାରେ କାଶୀନାଥ ନନ୍ଦୀ,ସଞ୍ଜୀବ ଭୋଇ, ପଞ୍ଚାନନ ସାହୁ,ସୁସ୍ମିତା ପ୍ରଧାନ, ବିକ୍ରମ ଆଚାର୍ଯ,ଅଶୋକ ପଟ୍ଟନାୟକ , ସୁଶାନ୍ତ ସିଂ,ଡା.ଗୀତାଞ୍ଜଳି ପତ୍ରୀ,ତପସ୍ବିନୀ ପତି,ନିକୁଞ୍ଜ ବିହାରି,ଆର୍ତ୍ତତ୍ରାଣ ମହାପାତ୍ର ଆଦି ବତିଶ ଜଣ କବି କବିତା ପାଠ କରିଥିଲେ । ଏହି ଅବସରରେ ସହରର ଅନେକ ବୁଦ୍ଧିଜୀବୀ ସାହିତ୍ଯ ସଂସ୍କୃତି ପ୍ରେମୀ ଯୋଗଦାନ କରି ସଂସଦର ଏଭଳି କାର୍ଯ୍ଯକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଭୂପେନ ମହାପାତ୍ର,ସୁକାନ୍ତ ଖୁଣ୍ଟିଆ, ଅକ୍ଷୟ ସାମଲ ,ଶିବ ସୁନ୍ଦର ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ବିଜୟ ବରାଳ,ବ୍ରଜ କିଶୋର ପାଣି ,ସୂର୍ଯ୍ଯ ନାରାୟଣ ପଣ୍ଡା , ଚନ୍ଦ୍ରଭାନୁ ଦାସ , ବିମ୍ବାଧର ପାଢୀ,ନିକୁଞ୍ଜ ବିଶ୍ବାଳ, ସୁରେନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସୌମ୍ଯ ପ୍ରସାଦ ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଧଅଁରାମାଲ ଠାରେ ନୃତ୍ୟ ଆସର ଆୟୋଜିତ

masiha

ବନ୍ଧୁଗାଁରେ ଗୁଡ୍ ଫ୍ରାଇଡେ ପାଳନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

masiha

Leave a Comment

error: Content is protected !!