ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଲା କୈଶଳ ରଥ

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଲା କୈଶଳ ରଥ

ବାଲେଶ୍ଵର,୨୮/୮/୨୪ – ଜିଲ୍ଲାର ଵିଭିନ୍ନ ସ୍ଥାନରେ ଗଡ଼ିଛି କୌଶଳ ରଥ । ଏହି ରଥ ଗତକାଲି ଖଇରା ବ୍ଲକରେ ପହଞ୍ଚି ଥିଲା । ଛାତ୍ରଛାତ୍ରୀଙ୍କୁ ନୂତନ ବୈଷୟିକ ଓ କୈଶଳ ଭିତ୍ତିକ ଶିକ୍ଷା ସମ୍ବନ୍ଧରେ ସଚେତନ କରିବା ଲକ୍ଷ୍ଯ ନେଇ ତା୨୩/୮/୨୪ ଠାରୁ ୨୭/୮/୨୪ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ବାଲେଶ୍ଵରରୁ ଆରମ୍ଭ ହୋଇ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଖଇରା ବ୍ଲକ ଖଇରା ହାଇସ୍କୁଲ ଠାରେ ପହଞ୍ଚିବା ପରେ ସ୍ବାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଖଇରା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ପଞ୍ଚାୟତ ସମିତି ସଭ୍ୟା ନର୍ମଦା ଦେ, ସରପଂଚ ମାଳତୀ ସେଠୀ, ବିଇଓ ଗଦାଧର ଦାସ, ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ, ଜନ୍ମେଜୟ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଶୁଭାରମ୍ଭ କରାଯାଇଥିଲା । ଏହି କୈଶଳ ରଥ ୪ ଦିନ ବ୍ୟାପୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ବିଦ୍ୟାଳୟ ଏବଂ ବୈଷୟିକ, ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇ ଥିଲା । ଏହି ରଥ ଖଇରା ଉଚ୍ଚ ବିଦ୍ୟାଳୟ ଓ ଗଗୁଆ ଉଚ୍ଚ ବିଦ୍ୟାଳୟ ପରିଭ୍ରମଣ କରି ଭଦ୍ରକ ଜିଲ୍ଲା ଗ୍ରସ୍ତ କରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ତ୍ରିଦିବସୀୟ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଚିହ୍ନଟ ଶିବିର ଅନୁଷ୍ଠିତ 

masiha

ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ ଚେୟାର ପ୍ରଦାନ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଖୋର୍ଲା ଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!