ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବଭୂମି ର ପୁରସ୍କାର ବିତରଣ ଓ ଭଜନ ସନ୍ଧ୍ୟା 

ଦେବଭୂମି ର ପୁରସ୍କାର ବିତରଣ ଓ ଭଜନ ସନ୍ଧ୍ୟା 

ରାଉରକେଲା: ପବିତ୍ର ଜନ୍ମାଷ୍ଟମୀ ପାଳନ ଅବସରରେ ଦେବଭୂମି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଭଞ୍ଜ ଭଵନ ଅଡିଟୋରିଅମ ହଲ ଠାରେ ରଘୁନାଥପାଲ୍ଲୀ ର ପୂର୍ବତନ ବିଧାୟକ ତଥା ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ସୁବ୍ରତ ତରାଇ ଙ୍କ ଅଧ୍ୟକ୍ଷତା ରେ ପୁରସ୍କାର ବିତରଣୀ ଉତ୍ସବ ଓ ଭଜନ ସନ୍ଧ୍ୟା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ଓଡିଶାର ପ୍ରତିଷ୍ଠିତ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ସ୍ବତନ୍ତ୍ର ଅତିଥି ଭାବେ ସିନେ ଅଭିନେତା ବବି ମିଶ୍ର ଓ ଭଜନ ଗାୟକ ଶ୍ରୀଚରଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କୃଷ୍ଣଙ୍କ ଲୀଳାଖେଳା ରେ ସୁସଂଜତ ସାମାଜିକ ଜୀବନ, ଶୃଙ୍ଖଳିତ ଆଚରଣ, ଆଚରଣ ଓ ଉଚ୍ଚାରଣର ସମନ୍ବୟ, ଭାଇଚାରା, ସୈାହାର୍ଦ୍ଧପୂର୍ଣ୍ଣ ବାତାବରଣ ଉପରେ ଆଲୋଚନା ସହ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଭଗବତ୍ ଗୀତା ଓ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ହୋଇଥିବା ଆବୃତ୍ତି ଓ ତତ୍ବ ଉପରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ହଜାର ନଗଦ ଅର୍ଥ, ଦ୍ବିତୀୟ ଙ୍କୁ ନଗଦ ୨୦ହଜାର, ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗିଙ୍କୁ ନଗଦ ୧୫ ହଜାର ଓ ସାନ୍ତ୍ଵନା ମୂଳକ ଭାବେ ୧୧ଜଣ ପ୍ରତିଯୋଗିଙ୍କୁ ନଗଦ ୫ ହଜାର ଟଙ୍କା ପୁରସ୍କାର ସହ ପ୍ରମାଣ ପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ସୁଶ୍ରୀ ଜ୍ୟୋସ୍ନାରାଣୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଚରଣ ମହାନ୍ତି ଓ ରାଉରକେଲା ର ଗୀତିକାର ମାନେ ଭଜନ ପରିବେଷଣ କରିଥିଲେ। ପରିଚାଳନା ଟ୍ରଷ୍ଟି ଶ୍ରୀ ତରାଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ସାମ୍ପ୍ରତିକ ପରିସ୍ଥିତି ସମସ୍ତଙ୍କ ମଧ୍ୟରେ ଭଗବତ୍ ଚେତନା ହିଁ ଶୃଙ୍ଖଳିତ କରିପାରିବ। ଏହା ସହ ଆଗାମୀ ଦିନରେ ଆମର ଐତିହ୍ୟ, ପରମ୍ପରା ଓ ଆଧ୍ୟାତ୍ମିକ ଜୀବନ ଲୋକାଭିମୁଖୀ ହୋଇପାରିବ। ଅନୁଷ୍ଠାନର ଅନ୍ୟ ଟ୍ରଷ୍ଟି ଙ୍କ ମଧ୍ୟରେ ରାଧାକାନ୍ତ ମହାପାତ୍ର,ଅନୁପମ ରାୟ, ସାଗରିକା କର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସର୍ବଶ୍ରୀ ରମାକାନ୍ତ ରଥ,ଏ କେ ଜେନା, ସୁଶାନ୍ତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଅବସର କାଳିନ ବିଦାୟ ସମ୍ଭର୍ଦ୍ଧନା 

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜବ ବ୍ୟବସ୍ଥା,  ଛାତ୍ରର ପିତାମାତାଙ୍କୁ ପ୍ରିନ୍ସପାଲ ଙ୍କ କଡା ନିର୍ଦ୍ଦେଶ ଛାତ୍ରକୁ ପାଠ ପଡ଼ିବା ପାଇଁ ଆଜି ହିଁ ସୁଚନା ଆଜି ହିଁ ନାମ ପଞ୍ଜିକରଣ ନଚେତ ନାହିଁ

Sunil Chandra Nayak

Leave a Comment

error: Content is protected !!