ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପିଡୀତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି କଲେ ମାନ୍ୟବର ଜୁନାଗଡ଼ କୋର୍ଟ ବିଚାରପତି

ପିଡୀତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି କଲେ ମାନ୍ୟବର ଜୁନାଗଡ଼ କୋର୍ଟ ବିଚାରପତି

ଜୁନାଗଡ଼,୩୦/୮(ମନିସ ) ଜୁନାଗଡ଼ ସ୍ଥିତ ଗ୍ରାମ୍ୟ ନ୍ୟାୟାଳୟ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ର ବିଚାରପତି ସିଓନା ସିଦ୍ଧାର୍ଥ ମହାରଣା କେସ୍ ନମ୍ବର CT ୫୩/୨୧ ର ସମସ୍ତ ସାଖି ଏବଂ ଦସ୍ତାବିଜ କୁ ଅନୁଧ୍ୟାନ କରି କରଚଲା ଗ୍ରାମ ର ବିରେନ @ ବିରଞ୍ଚି ନିମୁଲିଆ କୁ ଭାରତୀୟ ପିଙ୍ଗଳ କୋଡ଼ ର ଦଫା ୨୯୪ ରେ ୬ ମାସର କାରାଦଣ୍ଡ ଏବଂ ୫୦୦ ଟଙ୍କା ଆର୍ଥିକ ଦଣ୍ଡାଦେଶ ପିଡିତା କୁ ଦେବାପାଇଁ ଆଦେଶ କରିଅଛନ୍ତି,ଜଦି ଆର୍ଥିକ ଦଣ୍ଡାଦେଶ ଅନାଦେୟ ହୁଏ ତାହେଲେ ଅଧିକ ୧୫ ଦିନର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ରେ ପ୍ରକାଶ କରିଅଛନ୍ତି, ସେହିପରି ଦଫା ୫୦୬ ରେ ୮ ମାସର କାରାଦଣ୍ଡ ସହ ୧୦୦୦ ଟଙ୍କା ଆର୍ଥିକ ଦଣ୍ଡାଦେଶ ଦିଆଯାଇଛି,ଜଦି ଆର୍ଥିକ ଦଣ୍ଡାଦେଶ ଅନାଦେୟ ହୁଏ ତାହେଲେ ଅଧିକ ୨୫ ଦିନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ରେ ପ୍ରକାଶ କରିଅଛନ୍ତି, ପ୍ରକାଶ ଯେ ୨/୩/୨୦୨୧ ରେ ରାତି ୭ ରୁ ରାତି ୧୧ ଟା ଯାଏ ବିରନେ @ବିରନ୍ଛି ନିମୁଲିଆ , ଦୁର୍ଜନ ନାଈକ ଘରକୁ ଯାଇ ତାଙ୍କ ଘର ଲୋକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଟାଙ୍ଗିଆ ଧରି ମାରିବାକୁ ଉଦ୍ୟମ କରି ଘରର କବାଟ ଟାଙ୍ଗିଆ ରେ ମାରି ଭାଙ୍ଗି ଦେଇଥିଲା। ଫଳରେ ଭୟରେ ସେମାନେ ଘରୁ ବାହାରିନ ଥିଲେ, ସେଥିପାଇଁ ଭୟରେ ୩/୩/୨୦୨୧ ରେ ଦୁର୍ଜନ ନାଇକ ଥାନା ରେ ଏକ କେଶ ରୁଜୁ କରିଥିଲେ। ସରକାର ଙ୍କ ତରଫରୁ ଏଇ କେସ କୁ କ୍ୟାଡ଼ର ଏପିପି ଅଶୋକ କୁମାର ନାୟକ ଏବଂ ଦିଗାମ୍ବର ନାଇକ ପରିଚାଳନା କରିଥିଲେ ଏବଂ ଆଜି ଏହି କେଶର ଶୁଣାଣି କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Sunil Chandra Nayak

ପୁର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧ କୁ ଭୁଜାଲି ମାଡ଼

କଦଳୀମୁଣ୍ଡା ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

masiha

Leave a Comment

error: Content is protected !!