ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ

 ଭବାନୀପାଟଣା (ମ ନି ସ) ତା ୧୪.୪.୨୦୨୨ରିଖ: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସ୍ମୃତିସଭା ଓ ଆଲୋଚନା ପୂର୍ବକ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ସମ୍ମାନିତ ଅତିଥି ରୂପେ ଡ ଶ୍ରବଣା ବିବେକ ଏମ, ଆରକ୍ଷୀ ଅଧିକ୍ଷକ, କଳାହାଣ୍ଡି,ଶ୍ରୀ ସୋମେଶ ଉପାଧ୍ୟାୟ, ପି ଡି, ଡି ଆର୍ ଡି ଏ, କଳାହାଣ୍ଡି, ଡ ବିଶ୍ୱଜିତ୍ ଦାସ , ଉପ ଜିଲ୍ଲାପାଳ, ଭବାନୀପାଟଣା, ଶ୍ରୀମତୀ ସଂଯୁକ୍ତା ବେହେରା, ଅଧକ୍ଷା, ପୌର ପରିଷଦ, ଭବାନୀପାଟଣା ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟବକ୍ତା ରୂପେ ଶ୍ରୀ ଭବାନୀ ଶଙ୍କର ନିଆଲ, ଅଧ୍ୟକ୍ଷ, ଡ ଆମ୍ବେଦକର ଫାଉଣ୍ଡେସନ ତଥା ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ,ସତ୍ୟ ସାଇ ବିଦ୍ୟା ମନ୍ଦିର ଯୋଗ ଦେଇଥିଲେ। ସଭାରେ ଡ ଆମ୍ବେଦକରଙ୍କ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଜୟନ୍ତୀ ପାଳନ ଅବସରରେ ସକାଳ ୭.୩୦ ମି ସମୟରେ ପ୍ରଶାସନ ତରଫରୁ ଆୟୋଜିତ ନକ୍ଟିଗୁଡା ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପ୍ରତିମୂର୍ତ୍ତି ରେ ଅତିଥିଗଣ ଓ ଟାଉନ୍ ହାଇସ୍କଲ,ବ୍ରଜ ମୋହନ ହାଇସ୍କୁଲ ର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନରୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ସେଭଳି ରେଲୱେ ଷ୍ଟେସନ ଛକ ସ୍ତିତ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ପୋଲିସ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାଲ୍ୟାର୍ପଣ କରିଥିଲେ ।

ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ଗାଭାଲି ଉପସ୍ଥିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧିତ କରି ଆମ୍ବେଦକର ଙ୍କ ସଂଘର୍ଷମୟ ଜୀବନ ଓ ଶିକ୍ଷା ପ୍ରତି ନିଷ୍ଠାକୁ ପାଥେୟ କରି ଜୀବନରେ କିଛି ହାସଲ କରିବାକୁ ହେଲେ ଏହି ମହାପୁରୁଷ ଙ୍କ ଆତ୍ମଜୀବନୀ ପଠନ ପୂର୍ବକ ତାଙ୍କର ନୀତି କୁ ଅନୁଧ୍ୟାନ କରିବାକୁ କହିଥିଲେ। ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ଗଣ ନିଜ ଅଭିଭାଷଣ ରେ ଆମ୍ବେଦକର ଙ୍କ ଅସାଧରଣ ବ୍ୟକ୍ତିତ୍ଵ, ସମାଜ ସଂସ୍କାରକ, ରାଜନୈତିକ , ପାଣ୍ଡିତ୍ୟ,ସାମାଜିକ ନ୍ୟାୟ, ମହିଳାଙ୍କ ଅଧିକାର,ସାମାଜିକ ଗଣତନ୍ତ୍ର ଓ ସମ୍ବିଧାନ ପ୍ରଣୟନ ଉପରେ ମତ ରଖି ତାଙ୍କର ଦେଶ ପ୍ରତି ମହାନ୍ ଅବଦାନ କୁ ସ୍ମରଣ କରିଥିଲେ ।

ଏହି ଉପଲକ୍ଷେ ଗତ ୧୨.୪.୨୦୨୨ ରିଖ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ,ଅଧ୍ୟାପକ, ଗଣମାଧ୍ୟମ ପ୍ରିତିନିଧି, ବିଭିନ୍ନ ଅନୁଷ୍ଠାନ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ ,ଯାଇ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ହରିଜନ କଲ୍ୟାଣ ସମିତି ର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭାର ଆୟୋଜନ, ସଞ୍ଚାଳନ ତଥା ଧନ୍ୟବାଦ୍ ଅର୍ପଣ କରିଥିଲେ। ମ ନି ସ 

Related posts

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା ଚାଲ ଫେରିଯିବା ଆଦିମ ଯୁଗକୁ

Sunil Chandra Nayak

ଡିଷ୍ଟିକ ଲେଗାଲ ସର୍ଭିସ ଏଥୁରିଟି ସେକ୍ରେଟାରୀ ନୂଆପଡ଼ା ( ଓଜେଏସ) ଙ୍କ ସହିତ ୫ ଜଣିଆ ନିରୀକ୍ଷଣ କମିଟି ଖଡ଼ିଆଳ ସବ ଜେଲ କଲେ ନିରୀକ୍ଷଣ

Sunil Chandra Nayak

ସର୍ବ ସାଧାରଣ ଙ୍କ ପାଇଁ ଆଜି ଠାରୁ ଖୋଲିଲା ଏନଏସି ଲାଇବ୍ରେରୀ ଓ ପାଠାଗାର

Sunil Chandra Nayak

Leave a Comment

error: Content is protected !!