ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଦିବସ ଉପଲକ୍ଷେ କାନାରା ବ୍ୟାଙ୍କ ,ତାଳଗାଁ ଶାଖା ତରଫରୁ ସମ୍ବର୍ଦ୍ଧନା 

ଗୁରୁଦିବସ ଉପଲକ୍ଷେ କାନାରା ବ୍ୟାଙ୍କ ,ତାଳଗାଁ ଶାଖା ତରଫରୁ ସମ୍ବର୍ଦ୍ଧନା 

 ମୟୂରଭଞ୍ଜ;ତା/୦୬/୦୯ ( ମସିହା)ପବିତ୍ର ଗୁରୁଦିବସ ଉପଲକ୍ଷେ ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ କାନାରା ବ୍ୟାଙ୍କ ତାଳଗାଁ ଶାଖା ତରଫରୁ କାଣ୍ଡସର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏଥିରେ ଶାଖାର ମୁଖ୍ୟ ଦିପେନ୍ଦୁ କୁମାର ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜ ଗଠନରେ ଗୁରୁର ଭୂମିକା ସମ୍ପର୍କରେ ବହୁମୂଲ୍ୟ ମନ୍ତବ୍ୟ ଦେଇଥିଲେ। ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର କୁମାର ବରାଳ, ସହକାରୀ ଶିକ୍ଷକ ରଘୁନାଥ ମହାଳିକ, ଦେବାଶିଷ ଗୋସ୍ୱାମୀ, ବାସନ୍ତୀଲତା ଦାସ,ଦୁବଲତା ବେହେରା, ଯାଜ୍ଞସେନୀ ଦଳେଇ, ହୀରାମଣି ହେମ୍ବ୍ରମ, ସୁଭାଷିନୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା କ୍ଷେତ୍ର ରେ ଓ ସମାଜ ଗଠନରେ ଶିକ୍ଷକଙ୍କ ତ୍ୟାଗ ଓ ସେବା ସର୍ବଦା ଅତୁଲନିୟ ବୋଲି ମୁଖ୍ୟ ବକ୍ତା ଶାଖା କର୍ମଚାରୀ କୁଜୁର ଜଗବନ୍ଧୁ ମୋଦି ନିଜ ଅଭିଭାଷଣ ରେ କହିଥିଲେ। ଶାଖା ତରଫରୁ ବିଦ୍ୟାଳୟ କୁ ଏକ ଉପହାର ପ୍ରଦାନ କରଯାଇଥିଲା।ସଭା କୁ ହିତେଶ ନାଥ ଓ କୁନା କାଳନ୍ଦୀ ପ୍ରମୁଖ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରେବତୀ ର ଚିକତ୍ସା କଣ ହୋଇପାରିବନି ?ପ୍ରଶାସନ ସହାୟତା କରିବେନି ? ଭୁବନେଶ୍ୱର ରେ ତମ ଚିକିତ୍ସା ହେବ କହି ଛାଡି ଦେଲେ

Sunil Chandra Nayak

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ବନ୍ଦକନା ମଣ୍ଡି ରେ ବିଜେପି ର ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଧର୍ମଗଡ଼ ବିଧାନସଭା ସ୍ଥରୀୟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!