ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁଦିବସ ଉପଲକ୍ଷେ କାନାରା ବ୍ୟାଙ୍କ ,ତାଳଗାଁ ଶାଖା ତରଫରୁ ସମ୍ବର୍ଦ୍ଧନା 

ଗୁରୁଦିବସ ଉପଲକ୍ଷେ କାନାରା ବ୍ୟାଙ୍କ ,ତାଳଗାଁ ଶାଖା ତରଫରୁ ସମ୍ବର୍ଦ୍ଧନା 

 ମୟୂରଭଞ୍ଜ;ତା/୦୬/୦୯ ( ମସିହା)ପବିତ୍ର ଗୁରୁଦିବସ ଉପଲକ୍ଷେ ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ କାନାରା ବ୍ୟାଙ୍କ ତାଳଗାଁ ଶାଖା ତରଫରୁ କାଣ୍ଡସର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏଥିରେ ଶାଖାର ମୁଖ୍ୟ ଦିପେନ୍ଦୁ କୁମାର ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜ ଗଠନରେ ଗୁରୁର ଭୂମିକା ସମ୍ପର୍କରେ ବହୁମୂଲ୍ୟ ମନ୍ତବ୍ୟ ଦେଇଥିଲେ। ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର କୁମାର ବରାଳ, ସହକାରୀ ଶିକ୍ଷକ ରଘୁନାଥ ମହାଳିକ, ଦେବାଶିଷ ଗୋସ୍ୱାମୀ, ବାସନ୍ତୀଲତା ଦାସ,ଦୁବଲତା ବେହେରା, ଯାଜ୍ଞସେନୀ ଦଳେଇ, ହୀରାମଣି ହେମ୍ବ୍ରମ, ସୁଭାଷିନୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା କ୍ଷେତ୍ର ରେ ଓ ସମାଜ ଗଠନରେ ଶିକ୍ଷକଙ୍କ ତ୍ୟାଗ ଓ ସେବା ସର୍ବଦା ଅତୁଲନିୟ ବୋଲି ମୁଖ୍ୟ ବକ୍ତା ଶାଖା କର୍ମଚାରୀ କୁଜୁର ଜଗବନ୍ଧୁ ମୋଦି ନିଜ ଅଭିଭାଷଣ ରେ କହିଥିଲେ। ଶାଖା ତରଫରୁ ବିଦ୍ୟାଳୟ କୁ ଏକ ଉପହାର ପ୍ରଦାନ କରଯାଇଥିଲା।ସଭା କୁ ହିତେଶ ନାଥ ଓ କୁନା କାଳନ୍ଦୀ ପ୍ରମୁଖ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଵାଘିଆଟାଙ୍ଗର ଗ୍ରାମର ନଳକୂପ ଚାରିପଟେ ଖାଲ,ଖମାଲ, ଘଞ୍ଚବୁଦା, ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

Sunil Chandra Nayak

Leave a Comment

error: Content is protected !!