ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ

ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ

   ଖଇରା,୦୭/୯/୨୪ – ସମଗ୍ର ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ବ୍ଯକ୍ତିଗତ ଭାବେ ମଧ୍ୟ କ୍ଲବ, ହରିହାଟ ଓ କୋଠଘରେ ଖୁବ୍ ଜାକଜମକରେ ଗଣନାଥଙ୍କ ପୂଜା ଅନୁଷ୍ଠିତ ହୋଇଥିବାର ପରିଲକ୍ଷିତ ହୋଇଛି । ସେହି ପରିପ୍ରେକ୍ଷୀରେ ଖଇରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ପରିସରରେ କର୍ମଚାରୀଙ୍କ ଦ୍ୱାରା ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା କରାଯାଇଥିଲା । ଉକ୍ତ ପୂଜାରେ ସହଯୋଗ କରିଥିଲେ ଅଫିସ୍ କର୍ମଚାରୀ ଅଶୋକ କୁମାର, ପ୍ରଶାନ୍ତ କୁମାର, ମନୋଜ କୁମାର, ସୁଶାନ୍ତ କୁମାର, ବିଦ୍ୟାଧର, ଭାଗିରଥୀ, ଶମ୍ଭୁନାଥ, ସିଆରସିସି ଅଶୋକ କୁମାର, ଲକ୍ଷ୍ମଣ କୁମାର ଓ ଶିକ୍ଷକ ଭରତ ସାହୁ ପ୍ରମୁଖ ପୂଜାରେ ଉପସ୍ଥିତ ରହି ଥିଲେ । ଏଥିସହିତ କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଖଇରା ତହସିଲ ନିକଟ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଆଳଦା ଛକ ନିକଟରେ ଥିବା ଆଦର୍ଶ ଶିକ୍ଷାକେନ୍ଦ୍ର, ଡ଼ଗରପଡା ଠାରେ ଥିବା ବିବେକ ଭାରତୀ ସେବାଶ୍ରମ, ଖଇରା ହାଇସ୍କୁଲ, ଖଇରା କଲେଜ, ନହଙ୍ଗ କଲେଜ ସମେତ ବିଭିନ୍ନ ସ୍କୁଲ ଏବଂ କଲେଜ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଘ୍ନବିନାଶନ, ଗଣନାୟକ, ଗଣନାଥ, ଗଣପତି, ଶ୍ରୀଗଣେଷଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଛୁଟି ଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନକୁ ଆସି ଭକ୍ତି ସହକାରେ ପୂଜା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ଆନନ୍ଦ ଅନୁଭବ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ସେକ୍ଟର ୭ ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ

Sunil Chandra Nayak

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

Sunil Chandra Nayak

Leave a Comment

error: Content is protected !!