ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ ;୫,୫୦୦ ଲିଟର ମଦ ,ପୋଚ,ରନ୍ଧା ସାମଗ୍ରୀ,୨୬୫ ଲିଟର ଦେଶୀମଦ ଜବତ ସମେତ ୨ ଜଣଙ୍କୁ କୋର୍ଟ ଚାଲାଣ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ ;୫,୫୦୦ ଲିଟର ମଦ ,ପୋଚ,ରନ୍ଧା ସାମଗ୍ରୀ,୨୬୫ ଲିଟର ଦେଶୀମଦ ଜବତ ସମେତ ୨ ଜଣଙ୍କୁ କୋର୍ଟ ଚାଲାଣ

 ମୟୂରଭଞ୍ଜ – ( ମସିହା)ଚୋରା ମଦ ଓ ବେଆଇନ ମଦ କାରବାର କୁ ରୋକିବା ପାଇଁ ସରକାର କଠୋର ହୋଇଛନ୍ତି । ସେଥିପାଇଁ ନୂଆ ଅବକାରୀ ନୀତି ରେ ରାଜ୍ୟସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଅବକାରୀ ବିଭାଗ ଚୋର ମଦ ନେଇ କଠୋର ହୋଇଛି । ପୂର୍ବ ସରକାର ଅମଳରେ ଚୋରା ମଦ ବିଭିନ୍ନ ଅଂଚଳରେ କୁଟୀର ଶିଳ୍ପରେ ପରିଣତ ହୋଇଥିଲା ।ମଦ ମାଫିଆମାନେ ପାହାଡ଼,ନଦୀ,ନାଳ ଦୁର୍ଗମ ଅଂଚଳରେ ଚୋରା ମଦ ରୋଷେଇ କରି ବେପାର ବାଣିଜ୍ୟ ବଢ଼ାଇଥିଲେ ।ଗାଁର କୁଜି ରାଜନେତା ଓ ବେକାର ଯୁବକମାନଙ୍କୁ ହାତ କରି ମଦ ଅବାଧ ମଦ କାରବାର କରି ମାଲେମାଲ ହୋଇ ଯାଇଥିଲେ ।ଯାହାର ଜ୍ଵଳନ୍ତ ଉଦାହରଣ କରୋନା ସମୟରେ ସବୁ ବେପାର ଠପ୍ ହୋଇ ଯାଇଥିବାବେଳେ ମଦ ବେପାର ଶୀର୍ଷରେ ପହଞି ରେକର୍ଡ କରିଥିଲା । ସରକାରଙ୍କ ନିର୍ଦେଶକୁ ମୟୂରଭଞ୍ଜ ଅବକାରୀ ବିଭାଗ ଦୃଢ ହସ୍ତରେ କାର୍ଯ୍ୟକାରୀ କରୁଛି ।ଯୋଉ ଜାଗାରେ ମଦ ତିଆରି ହେଉଛି ତାହାକୁ ଖୋଜି ନଷ୍ଟ କରିବା ପାଇଁ ଅବକାରୀ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟି ରେ ରଖି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ କରାଯାଇଥିଲା। ରାଇରଙ୍ଗପୁର ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେନ୍ଟ ( DSP) ସୌମ୍ୟ ରଞ୍ଜନ ବେହେରା ଙ୍କ ତତ୍ତ୍ଵାବଧାନରେ ରାଇରଙ୍ଗପୁର, କରଞ୍ଜିଆ, ବହଳଦା, ବିଶୋଇ ର ଏକ ମିଳିତ ଟିମ୍ ଗଠନ କରି କୁଦର ସାହି ଗାଁ ରେ ଚଢ଼ାଉ କଲେ । ପ୍ରାୟ 6 ଘଂଟା ଧରି ଖୋଜା ଖୋଜି ପରେ ଗାଁ ରେ ୫ ହଜାର ୫୦୦ ଲିଟର ମହୁଲ୍ ମଦ ପୋଚ ଓ 265 ଲିଟର ଦେଶୀ ମଦ , ମଦ ତିଆରି କରୁଥିବା ଭାଟି, ଚୁଲି ଗୁଡ଼ିକ ନଷ୍ଟ କରାଯାଇଛି। ମାଟି ତଳେ ପୋତା ମଦ ସବୁ ବାହାର କରି ନଷ୍ଟ କରିଛନ୍ତି। କୁଦର ସାହି ରେ ଏକ ଘରେ ଚଢାଉ କରି ଜଣେ ମହିଳା ଓ ପୁରୁଷ ଙ୍କୁ ଆରେଷ୍ଟ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗର ଚଢାଉ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚୋରା ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ନିଶାଶକ୍ତ ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ ଯୁବକ ଉପରେ ମାଡିଯାଇ ୨ ଟି ଘରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ, ଜଣେ ମୃତ

Sunil Chandra Nayak

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!