ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଗଜାନନ ଲୋକ ସାହିତ୍ୟ ସମାରୋହ

ରାଜ୍ୟସ୍ତରୀୟ ଗଜାନନ ଲୋକ ସାହିତ୍ୟ ସମାରୋହ 

କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ୫୫ ତମ କାର୍ଯ୍ୟକ୍ରମ ଗାନ୍ଧୀ ଭବନ , କଟକ ପରିସରରେ ରାଜ୍ୟସ୍ତରୀୟ ଗଜାନନ ଲୋକ ସାହିତ୍ୟ ସମାରୋହ ଅନୁଷ୍ଟିତ ହୋଇ ଯାଇଛି । ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ ଗଜାନନ ମହିମା ଶୀର୍ଷକ କବିତା ପାଠ ଏବଂ ” ଗଜାନନ ପୂଜା ବିଧି ଏବଂ ସାମାଜିକ ଆଧ୍ୟାତ୍ମିକ ଚେତନା ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଆଧ୍ୟାତ୍ମିକ ସାହିତ୍ୟର ସାମାଜିକ ଗୁରୁତ୍ୱକୁ ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ଏହି ଲୋକ ସାହିତ୍ୟ ସମାରୋହରେ ପ୍ରଫେସର ଡ଼କ୍ଟର ବାବାଜୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ମାନଙ୍କ ଆଧ୍ୟାତ୍ମିକ କର୍ମ ଉପରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ପ୍ରଫେସର ଡ଼କ୍ଟର ଅରୁଣ ରଞ୍ଜନ ମିଶ୍ର , ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ ଶାନ୍ତି ନିକେତନ ଉତ୍କଳୀୟ ସଂସ୍କୃତି ରେ ଗଜାନନଙ୍କ ଆଧ୍ୟାତ୍ମିକ ସାମାଜିକ ଚେତନା କୁ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନିତ ବକ୍ତା ଭାବେ ବିଶ୍ଵ ପ୍ରକାଶ ପଟ୍ଟନାୟକ, ଡ଼କ୍ଟର ଲକ୍ଷ୍ମଣ ସାହୁ,ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣା, ନାଟ୍ୟକାର ଅଭୟ କୁମାର ଦାସ , ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ , ବିପିନ ବିହାରୀ ବାରିକ ଯୋଗଦେଇ ଗଜନନଙ୍କ ପୂଜା ସମ୍ପର୍କିତ ସାମାଜିକ ଏବଂ ଆଧ୍ୟାତ୍ମିକ ଚେତନାକୁ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ । ଲେଖକ ପ୍ରଶାନ୍ତ କୁମାର ମହାରଣା ଙ୍କ ପୁସ୍ତକ ” ଅମୃତ ଅକ୍ଷର ” ଶୁଭ ଉନ୍ମୋଚନ କରାଯାଇଥିଲା । କବୟିତ୍ରୀ ଗୀତାଞ୍ଜଳି ସ୍ୱାଇଁ ଏବଂ ଡ଼କ୍ଟର ଅନିରୁଦ୍ଧ କୁରକୁରିଆ ମଞ୍ଚ ପରିଚାଳନା କରିଥିଲେ । ସତ୍ୟ ସନାତନ ବୈଦିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବେଦ ପାଠ କରିଥିଲେ । ପଚାଶରୁ ଉର୍ଦ୍ଧ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ଗଜାନନ ମହିମା ଭକ୍ତି ସଙ୍ଗୀତ ଗାନ କରିଥିଲେ ଏବଂ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସାତଗୋଟି ଗଣେଶ ପୂଜା କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ଦୁଇ ଶହରୁ ଉର୍ଦ୍ଧ ପ୍ରତିଭା ମାନଙ୍କୁ ଶ୍ରୀ ଗଜାନନ ସାରସ୍ବତ ସମ୍ମାନ ଏବଂ ଶ୍ରୀ ଗଜାନନ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସମାଜସେବୀ ସୁମିତ୍ରା ପାଣି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପଦଯାତ୍ରା ରାଲି

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

Leave a Comment

error: Content is protected !!