ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଳକ୍ ସ୍ତରୀୟ କବାଡି ଓ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ବ୍ଳକ୍ ସ୍ତରୀୟ କବାଡି ଓ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ଜୁନାଗଡ଼,୨୦/୯(ମନୀସ)କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳପଡିଆ ପରିସର ରେ ବ୍ଳକ୍ ସ୍ତରୀୟ କବାଡି ଓ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଳକ୍ ର ପ୍ରତି ବିଦ୍ୟାଳୟ ରୁ ଚୟନ ହୋଇଥିବା ବାଳକ,ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଳମଣୀ ମାଝୀ,ମୁଖ୍ୟବକ୍ତା କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତଥା ଏନ୍.ସି.ସି ଅଫିସର ସନ୍ତୋଷ କୁମାର ମେହେର ଏଵଂ ସମ୍ମାନିତ ଅତିଥି ଭାବେ କୋଳି ଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁରନ୍ଧର ନାଏକ ଯୋଗଦାନ କରି କ୍ରୀଡ଼ା ପ୍ରତିଯୋଗିତାର ଶୁଭ ଉଦ୍ ଘାଟନ କରିଥିଲେ । ଛାତ୍ର ଜୀବନ ରେ କ୍ରୀଡା ଏକ ମହତ୍ତ୍ଵପୁର୍ଣ୍ଣ ଭୂମିକା ନିଭାଇଥାଏ;ଏହା ଜୀବନ କୁ ଶୃଙ୍ଖଳିତ କରେ,ଏହା ଶରୀର କୁ ସୁସ୍ଥ ତଥା ଫିଟ୍ ରଖିଥାଏ ତଥା ଶିଶୁ ର ସର୍ବାଙ୍ଗିନ ବିକାଶ ରେ କ୍ରୀଡା ସହାୟକ ହୋଇଥାଏ,ତେଣୁ ପାଠ ପଢା ସହ ଖେଳ କୁ ମଧ୍ୟ ପ୍ରାଧାନ୍ୟ ଦେବା ଉଚିତ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ବ୍ଳକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଚୟନ ହୋଇଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ୨୪.ତାରିଖ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ପ୍ରତିଯୋଗିତା ର ଵିଭିନ୍ନ ପର୍ଯ୍ୟାୟ କୁ କ୍ରୀଡା ଶିକ୍ଷକ ବିଜୟ ନାଏକ,ଜିତେନ୍ଦ୍ର ମେହେର,ବାଲାଜି ମେହେର,ଦିବ୍ୟ ମେହେର,ଶରତ ଠାକୁର,ନିର୍ମଳ ଦଣ୍ଡସେନା,ପ୍ରତିମା ନନ୍ଦ,କଳ୍ପନା ରାଉତ ପ୍ରମୁଖ ସହଯୋଗ କରିଥିଲେ । ଶେଷ ରେ କ୍ରୀଡା ଶିକ୍ଷକ ମନୋରଞ୍ଜନ ସେଣ୍ଢ ସମସ୍ତଙ୍କୁ ଧନ୍ୟଵାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା

Sunil Chandra Nayak

ଭାଗିରଥୀ ଠାକୁର ମେମୋରିଆଲ କ୍ରିକେଟ ବେହେରା କୁ ହରାଇ ଲିମସେର ଚମ୍ପିୟାନ

Sunil Chandra Nayak

ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

masiha

Leave a Comment

error: Content is protected !!