ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

 କଳାହାଣ୍ଡି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ନକଟିଗୁଡା ସ୍ଥିତ କର୍ମଚାରୀ ଭବନ ରେ କର୍ମଚାରୀ ମାନେ ସମବେତ ହୋଇ ନୂଆଁଖାଇ ଭେଟଘାଟ ମହା ଆଡମ୍ବର ରେ ଓ ପଞ୍ଚିମ ଓଡ଼ିଶାର ନୂଆଁଖାଇ ଅନୁସାରେ ଚୁଡ଼ା,ପିଠା ଖାଇ ନୂଆଖାଇ ପାଳନ କରିଥିଲେ ପ୍ରତି ବର୍ଷ ଆଦିବାସୀ କର୍ମଚାରୀ ମାନେ ନୂଆଁଖାଇ ଭେଟଘାଟ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ l କଳାହାଣ୍ଡି ଜିଲ୍ଲା ର କୋଣ ଅନୁକୋଣ ରେ ଚାକରି କରୁଥିବା କର୍ମଚାରୀ ଓ ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇଥିଲେ l ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆଇ,ଏ,ଏସ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ,ଧର୍ମଗଡ଼ ବିଇଓ ଶ୍ରୀମତୀ ପଙ୍କଜିନୀ ମାଝୀ,କଳାହାଣ୍ଡି ଜିଲ୍ଲା ଅଡିଟର ଶ୍ରୀ ମଦନ ନାଏକ, କୋକସରା ଏବି.ଇ. ଓ ତୋଫାନ ମାଝୀ,ଜୁନାଗଡ ଏବି.ଇ.ଓ କୁଳମଣି ମାଝୀ,ଶ୍ରୀ ଆମ୍ବେଦକର ପୁଝାରୀ,ସବ ଟେଜରୀ ଅଫିସର ଶ୍ରୀ ଅଶୋକ ମାଝୀ, ସଭାପତି ଶ୍ରୀ ଜୟ କୁମାର ମାଝୀ, ସମ୍ପାଦକ କୁରେଶ୍ୱର୍ ମାଝୀ, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ଶ୍ରୀ ପିତାମ୍ବର ଭୋଇ, ଧର୍ମଗଡ଼ ଏବି. ଇ.ଓ ଶ୍ରୀ ଅରୂପାନନ୍ଦ ଭୋଇ, ଡି. ଆଇ.ଇ.ଟି ପ୍ରଶିକ୍ଷକ ଶ୍ରୀ ରାଜେଶ ଭୋଇ, ମୁଖ୍ୟବକ୍ତା ଭାବେ ଶ୍ରୀ ଲବଣୀ କୁମାର ନାଏକ,ଧର୍ମଗଡ଼ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ର ସଭାପତି ଶ୍ରୀ ପଦ୍ମଲୋଚନ ନାଏକ,ସମ୍ପାଦକ ଶ୍ରୀ ଲଳିତ ନାଏକ ମଞ୍ଚାସିନ ହୋଇଥିଲେ l ଶ୍ରୀ ଦୁର୍ଯୋଧନ ମାଝୀ ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ମୋଟେର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ସାମିଲ, ଉଦଘାଟନ କଲେ ଜନ ପ୍ରତିନିଧି

masiha

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

masiha

Leave a Comment

error: Content is protected !!