ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ଓ କବାଡି ପ୍ରତିଯୋଗିତା ଧର୍ମଗଡ ଖେଳ ପଡିଆ ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । କଳାହାଣ୍ଡି ଜିଲ୍ଲା ର ୧୩ ଟି ବ୍ଲକ ରୁ ୬୩୩ ଜଣ ଛାତ୍ର ଛାତ୍ରୀ ଓ ଶିକ୍ଷକ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ବିଇଓ ପଙ୍କଜିନି ମାଝୀ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମ ରେ ଧର୍ମଗଡ ଉପଜିଲ୍ଲାପାଳ ଧିମନ୍ ଚକମା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଡ଼ା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଧର୍ମଗଡ ନଗର ପାଲ ଅଶୋକ ମହାନ୍ତି, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ପୂର୍ବତନ ବିଇଓ ଲୋକନାଥ ବେହେରା, ସ୍କୁଲ ପରିଚାଳନା କମିଟି ସଦସ୍ୟ ରାଜେନ୍ଦ୍ର ମୁନି, ବିରଞ୍ଚି ନାରାୟଣ ଜାଲ ,ପୂର୍ବତନ ଜିଲ୍ଲା ଶାରିରୀକ ଅଧିକାରୀ ମହେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରି ଥିବା ବେଳେ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ସ୍ୱାଗତ ଅଭିଭାଷଣ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ବିବରଣୀ ପାଠ କରି ଥିଲେ । କାର୍ଯ୍ୟକ୍ରମ କୁ ସରୋଜ ପଣ୍ଡା ପରିଚାଳନା କରିଥିବା ବେଳେ ସନ୍ତୋଷ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବ ହଷ୍ଟେଲ ର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ 

masiha

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

ଅନିଲ ସିଂହ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣlମେଣ୍ଟ – ଜେକେ ପୁର

masiha

Leave a Comment

error: Content is protected !!