ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା

କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

ସ୍ଵଚ୍ଛତା ହିଁ ସେବା ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ଏସି ପକ୍ଷରୁ ଧର୍ମଗଡ଼ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଖେଳ ପଡିଆଠାରେ ଦୁଇ ଦିନ ଧରି ଚାଲିଥିବା ମହିଳା କ୍ରିକେଟ ପ୍ରତିଯୋଗିତା ରେ ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ ହୋଇଛି।

ଫାଇନାଲ ମ୍ୟାଚରେ ଗୁରୁଜୀ ମଧୁସୂଦନ ହାଇସ୍କୁଲ କାଶୀବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଓ୍ୱକେଟ ହରାଇ ମୋଟ ୪୩ ରନ୍ ସଂଗ୍ରହ କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ୫ ଓଭର ୪ ଵଳ ରେ ୪୪ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ।

ଧର୍ମଗଡ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନ୍ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ, ଜଗନ୍ନାଥ ରାଓ ଯୋଗଦେଇ ବିଜୟୀ ଓ ରନର୍ସ ଅଫ ଏକାଦଶ କୁ ଟ୍ରଫି ପ୍ରଦାନ କରିଥିଲେ।ଧର୍ମଗଡ ଏନ୍ଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସମଗ୍ର କାର୍ଯ୍ୟକ୍ରମକୁ ଯନ୍ତ୍ରୀ ମୟଙ୍କ ବାଜପେୟୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କ୍ରିକେଟ ପ୍ରତିଯୋଗିତାରେ ସହରର ମୋଟ ୮ ଗୋଟି ଦଳକୁ ନେଇ ଏହି ଖେଳ ଦୁଇ ଦିନ ଧରି ଚାଲିଥିଲା।

ଧର୍ମଗଡ଼ ଠାରେ ପ୍ରଥମ ଥର ପାଇଁ ମହିଳା ଟେନିସ କ୍ରିକେଟ ପ୍ରତିଯୋଗିତା ହୋଇଥିବା ରୁ ଖେଳ ଦେଖିବାକୁ ଦର୍ଶକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ମହିଳା ଖେଳାଳି ଙ୍କ ଉତ୍ସାହ ବଢାଇ ଥିଲେ। ଖେଳ ଶିକ୍ଷକ ଅଭୟ କୁମାର ବାଗ,ସନ୍ତୋଷ କୁମାର ପାଣିଗ୍ରାହୀ, ଶ୍ରବଣ କୁମାର ଜାଲ ସନ୍ତୋଷ କୁମାର ନାଏକ, ଗୋବିନ୍ଦ ନାଏକ, ମଣ୍ଟୁ ନାଗ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ  ମୁଣ୍ଡା ବ୍ରଦର କାଲଟା ଚମ୍ପିୟାନ ଓ ୱାଇ ବି ପି କାଲଟା ରନର୍ସ ଅପ୍ ..

masiha

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ

masiha

ନାରାୟଣପାଟଣା ର ହରିଜନ ସାହିର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ମାନ୍ୟବର ବିଧାୟକ ପ୍ରଭୁଯାନୀ 

Sunil Chandra Nayak

Leave a Comment

error: Content is protected !!