ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା

କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

ସ୍ଵଚ୍ଛତା ହିଁ ସେବା ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ଏସି ପକ୍ଷରୁ ଧର୍ମଗଡ଼ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଖେଳ ପଡିଆଠାରେ ଦୁଇ ଦିନ ଧରି ଚାଲିଥିବା ମହିଳା କ୍ରିକେଟ ପ୍ରତିଯୋଗିତା ରେ ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ ହୋଇଛି।

ଫାଇନାଲ ମ୍ୟାଚରେ ଗୁରୁଜୀ ମଧୁସୂଦନ ହାଇସ୍କୁଲ କାଶୀବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଓ୍ୱକେଟ ହରାଇ ମୋଟ ୪୩ ରନ୍ ସଂଗ୍ରହ କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ୫ ଓଭର ୪ ଵଳ ରେ ୪୪ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ।

ଧର୍ମଗଡ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନ୍ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ, ଜଗନ୍ନାଥ ରାଓ ଯୋଗଦେଇ ବିଜୟୀ ଓ ରନର୍ସ ଅଫ ଏକାଦଶ କୁ ଟ୍ରଫି ପ୍ରଦାନ କରିଥିଲେ।ଧର୍ମଗଡ ଏନ୍ଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସମଗ୍ର କାର୍ଯ୍ୟକ୍ରମକୁ ଯନ୍ତ୍ରୀ ମୟଙ୍କ ବାଜପେୟୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କ୍ରିକେଟ ପ୍ରତିଯୋଗିତାରେ ସହରର ମୋଟ ୮ ଗୋଟି ଦଳକୁ ନେଇ ଏହି ଖେଳ ଦୁଇ ଦିନ ଧରି ଚାଲିଥିଲା।

ଧର୍ମଗଡ଼ ଠାରେ ପ୍ରଥମ ଥର ପାଇଁ ମହିଳା ଟେନିସ କ୍ରିକେଟ ପ୍ରତିଯୋଗିତା ହୋଇଥିବା ରୁ ଖେଳ ଦେଖିବାକୁ ଦର୍ଶକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ମହିଳା ଖେଳାଳି ଙ୍କ ଉତ୍ସାହ ବଢାଇ ଥିଲେ। ଖେଳ ଶିକ୍ଷକ ଅଭୟ କୁମାର ବାଗ,ସନ୍ତୋଷ କୁମାର ପାଣିଗ୍ରାହୀ, ଶ୍ରବଣ କୁମାର ଜାଲ ସନ୍ତୋଷ କୁମାର ନାଏକ, ଗୋବିନ୍ଦ ନାଏକ, ମଣ୍ଟୁ ନାଗ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାକୁ 11 ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନୀ ଟ୍ରଫି

masiha

ମୟୂରଭଞ୍ଜରେ ହର୍ଷୋଲ୍ଲାସ ସହ ଉଦ୍ଘାଟିତ ହେଲା ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା

masiha

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!