ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଆନୁକୂଲ୍ୟରେ ବେଲଖଣ୍ଡି ସ୍ଥିତ ପବିତ୍ର ଶ୍ରୀ ଶ୍ରୀ ଧବଳେଶ୍ୱର ଐତିହାସିକ ପୀଠ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଓ କାର୍ଯ୍ୟକ୍ରମ ସହାୟକ ଶ୍ରୀଯୁକ୍ତ ଦ୍ବିତୀୟା ବନଛୋର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ପ୍ରସନ୍ନ କୁମାର ମେହେର ମୁଖ୍ୟଅତିଥି, ବେଲଖଣ୍ଡି ଶୈବ ପୀଠର ସଭାପତି ପ୍ରାର୍ଥବୀର ସେଲମା ସମ୍ମାନିତ ଅତିଥି, ବେଲଖଣ୍ଡି ପୂର୍ବତନ ସମିତି ସଭ୍ୟ ଘନଶ୍ୟାମ ଭୋଇ, ସମାଜସେବୀ ହେମସାଗର ସାହୁ, ମିଳନ କୁମାର ଭୋଇ, ସନତ କୁମାର ସାହୁ, ହେମନ୍ତ ସାହୁ, ଯୁବ କବି ଉଦୟନାଥ ଭୋଇ, ଗଜାନନ ଯୁବକ ସଂଘ ଭୋଇରମୁଣ୍ଡାର ସଭାପତି ଗିରଧାରୀ ସାହୁ, ସମ୍ପାଦକ ଅଶୋକ ସାହୁଙ୍କ ସମେତ ସମସ୍ତ ଯୁବ ଗୋଷ୍ଠୀ ସାମିଲ ହୋଇ ନିଜ ଘରଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଗଢି ତୋଳିବା ପାଇଁ ଶପଥ ପାଠ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଙ୍କ ପତ୍ନୀ ବିୟୋଗ

masiha

ମଶା ଦାଉରେ ବୁଗୁଡ଼ାବାସୀ କଲବଲ , କାମରେ ଲାଗୁନି ଟିଫା ମେସିନ, ପ୍ରତିକାର ଦାବି 

Sunil Chandra Nayak

DRM Inaugurates New Facility at Ultra Washtex Pvt. Ltd.

Sunil Chandra Nayak

Leave a Comment

error: Content is protected !!