ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦ୍ବାଦଶୀ ତିଥୀ ରବିବାରରେ ବାବା ନୃସିଂହନାଥ ପୀଠରେ ପୂଜାର୍ଚ୍ଚନା

ଦ୍ବାଦଶୀ ତିଥୀ ରବିବାରରେ ବାବା ନୃସିଂହନାଥ ପୀଠରେ ପୂଜାର୍ଚ୍ଚନା

ମୟୂରଭଞ୍ଜ;ତା/୨୯/୦୯ ( ମସିହା)ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ କଇଁପୁର ପାକଣା ପାଟ ନୃସିଂହନାଥ ପୀଠରେ ଦ୍ବାଦଶୀ ତିଥି ରବିବାର ପୂଜା ମୁଖ୍ୟ ଦେହୁରୀ(ପୂଜକ)ବିରସିଂ ସର୍ଦ୍ଦାରଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି |ଦ୍ବାଦଶୀ ତିଥୀରେ ନିକଟସ୍ଥ ଜାମଦା,ବହଳଦା,ରାଇରଙ୍ଗପୁର,କୁସୁମୀ, ବିଜାତଳା,ତିରିଂ,ବିଶୋଇ,ଝାରଖଣ୍ଡ ଅଞ୍ଚଳରର ଶ୍ରଦ୍ଧାଳୁମାନେ ଆସି ପୂଜା କରିବା ସହ ଫଳମୂଳ,ମିଠେଇ ଆଦି ବାବାଙ୍କୁ ଯାଚି ମାନସିକ ଶୁଝିଥିଲେ ଏବଂ ମାନସିକ ମନାସିଥିଲେ |କଇଁପୁର ଭୂମିଜ ସମ୍ପ୍ରଦାୟର ସମ୍ପାଦକ ଗେଡ଼ା ସର୍ଦ୍ଦାର,ସଭାପତି ରୋହିଦାସ ସର୍ଦ୍ଦାର,ମଙ୍ଗଲା ସର୍ଦ୍ଦାର,ବୁଢ଼ାନ ସର୍ଦ୍ଦାର,ମଙ୍ଗଲ ବାବୁ,ଅଭି ସର୍ଦ୍ଦାର,ମଙ୍ଗଲ ସର୍ଦ୍ଦାର ପ୍ରମୁଖ ପୂଜାରେ ସାମିଲ ରହିଥିଲେ |ଶ୍ରମିକ ଯୁବକ ସଂଘ କଇଁପୁରର ସମ୍ପାଦକ ରଂଜନ କୁମାର ବାରିକ,ୟୁଏସ୍ଆଇ ସଂଗଠନ ର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ନୃସିଂହନାଥ ପୀଠରେ ଉପସ୍ଥିତ ରହି ଦେହୁରୀ ଓ ଶ୍ରଦ୍ଧାଳୁମାନଙ୍କ ସହ ପୂଜା ସ୍ଥାନ ବିଷୟରେ,ଏହି ପୀଠର ଉନ୍ନତି ନିମନ୍ତେ କଥାବାର୍ତ୍ତା ହୋଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦୀର୍ଘ 15 ବର୍ଷ ଧରି ହେଇଆସୁଛି ସାରଳା ମେସ ରେ ମା’ସାରଳା ଙ୍କ ମେଳା

Sunil Chandra Nayak

ଶଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପଂଚଦଶ ଜନ୍ମବାର୍ଷିକୀ ଉତ୍ସବ

Sunil Chandra Nayak

ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!