ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ 

ଡାବୁଗାଁରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ 

ଡାବୁଗାଁ, ୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ-୨୦୨୪ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୦୦ ମି. , ୨୦୦ମି., ୪୦୦ ମି. ଓ ୧୫୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ, ଡିସକସ ଆଦି ପ୍ରତିଯୋଗୀତା କନିଷ୍ଠ ବିଭାଗରେ ବାଳିକା ଓ ବାଳକ, ବରିଷ୍ଠ ବିଭାଗରେ ବାଳିକା ବାଳକ ମାନେ ଅଂଶଗ୍ରହଣ କରିଥିବା ବେଳେ ଭଲିବଲ ପ୍ରତିଯୋଗୀତାରେ ବରିଷ୍ଠ ବିଭାଗର ବାଳକ ମାନେ ଭାଗ ନେଇଥିଲେ | ଏଥିରେ ୧ମ, ୨ୟ ଓ ୩ ୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହ ପଦକ ପ୍ରଦାନ କରି ପୁରସ୍କୃତ କରଯାଇଥିଲା | ଭଲିବଲ ପ୍ରତିଯୋଗିତାରେ ଡାବୁଗାଁ ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟ ବିଜୟୀ ହୋଇଥିବା ବେଳେ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟ ଉପ ବିଜେତା ହୋଇ ପୁରସ୍କୃତ ହୋଇଥିଲେ | ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନେ ଜିଲା ସ୍ତରୀୟ କ୍ରୀଡା ମହୋତ୍ସବରେ ଭାଗ ନେବେ | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ମଞ୍ଚାସୀନ ଥିଲେ | ଏହି କ୍ରୀଡାକୁ ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ବାସୁଦେବ ରଥ, ରଞ୍ଜନ କୁମାର ପରିଡା, ଉମାକାନ୍ତ ବିଶ୍ଵାଳ, ଅରୁଣ ନିହାଲ, ତ୍ରିନାଥ ବାରିକ, ପୁରୋହିତ ବାଘ, ନୀଳାମ୍ବର ସିଂ, ସୁକାନ୍ତି ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଗିରିଶବାଳା ଜେନା, ଅନିତା ବେହେରା, ସୁଜାତା ପ୍ରଧାନ, ଶୁଭସ୍ମିତା ପାଢୀ, ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ଚନ୍ଦ୍ର ବେହେରା, ବିଶ୍ଵେଶ କୁମାର ତ୍ରିପାଠୀ, ଯୁଧିଷ୍ଠିର ମାଝି, ସିଆରସିସି ଗୁପ୍ତେପ୍ରସାଦ ନାଗ, ହେମେନ୍ଦ୍ର ବେହେରା, ଗୀତାଞ୍ଜଳୀ ବସ୍ତିଆ, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ବାମୀ ବିବେକାନନ୍ଦ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ

Sunil Chandra Nayak

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ ” “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!