ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ଆଇଆରଡିଏମଏସ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ଆଇଆରଡିଏମଏସ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

  ମୟୂରଭଞ୍ଜ -୨୯/୧୦ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ IRDMS ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ( ଓଡ଼ିଶାରେ ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ) ଓ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ହଳଦା ପଞ୍ଚାୟତ ସରପଞ୍ଚ ଇଂ ପ୍ରଭାସ ହାଁସଦା , ସମ୍ମାନିତ ଅତିଥି ସହକାରୀ କୃଷି ଅଧିକାରୀଣୀ ଅଙ୍କିତା ନାଏକ, କୃଷି ଇଞ୍ଜିନିୟର ଇଂ ନମିତା ମୁର୍ମୁ,ସିଡିପିଓ କୋଇଲି ମଣି ଟୁଡୁ,ଭିଏଡବ୍ଲ୍ଯୁ ଉତ୍ତମ ଗିରି,ସୁପରଭାଇଜର ଦମୟନ୍ତୀ ନାଏକ,ଏଡିପିସି ତ୍ରିଲୋଚନ ସର୍ଦ୍ଦାର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଆଇଆରଡିଏମ ର ସଂଯୋଜକ ଶ୍ରୀ ଅଜୟ ପାତ୍ର ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ରୁ ମୁଖ୍ୟ ଉଦ୍ଦେଶ୍ୟ ଉପରେ ବିଶେଷ ଭାବରେ ଆଲୋକ ପାତ କରିଥିଲେ । ମୁଖ୍ୟ ଅତିଥି ଗଣ କହିଥିଲେ ସୁସ୍ଥ ମଣିଷ ପାଇଁ ସୁସ୍ଥ ଖାଦ୍ୟ ଦରକାର । କିନ୍ତୁ ଉତ୍ତମ ପୁଷ୍ଟିକର ଖାଦ୍ୟ ନ ପାଇ ଅକାଳରେ ବାର୍ଦ୍ଧକ୍ୟ,ଚିଡିଚିଡାପଣ,ଅବସାଦ ଗ୍ରସ୍ତ , ଦୁରାରୋଗ୍ୟ କେନସର ପିଡିତ ହେଉଛି ମଣିଷ । ସାଂପ୍ରତିକ ସମୟରେ ରାସାୟନିକ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଠାରୁ ଦୂରେଇ ପାରମ୍ପରିକ ଖାଦ୍ୟ ଖାଇ ଲୋକେ ନିଜର ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ନିରାମୟ ଜୀବନ ଯାପନ ପାଇଁ ଚେଷ୍ଟା କରିବା ଉଚିତ । ସରକାର ପ୍ରାଚୀନ କାଳରୁ ମଣିଷ ଦ୍ଵାରା ବ୍ୟବହୃତ ହେଉଥିବା ଓଡିଆ, ପଡିଆ,ପୋଖରୀ ,ନାଳ,ପତିତ ଜମି, ଜଙ୍ଗଲ,ଅବ୍ୟବହୃତ ଜମି,ବିଲ ,ପଡ଼ିଆରେ ଭଗବାନ ପ୍ରଦତ୍ତ ମାନବ ଓ ଜୀବଜନ୍ତୁଙ୍କ ପାଇଁ ବିଭିନ୍ନ ପ୍ରକାରର ସୃଷ୍ଟି ହୋଇଥିବା ଶସ୍ୟ କୁ ଆହାର କରି ସମାଜ ତିଷ୍ଠିବା ସହ ଦୀର୍ଘାୟୁ ହେଉଥିଲେ।ସେଥିରେ ରାସାୟନିକ ସାର ଓ ବିଷ ଵ୍ଯବହୃତ ହେଉ ନ ଥିଲା । ତେଣୁ ମଣିଷ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଯୋଗୁଁ ମଣିଷ ଅଧିକ ବର୍ଷ ସୁସ୍ଥରେ ବଞ୍ଚୁଥିବଲା । ରାଜ୍ୟ ସରକାର ଜନତାଙ୍କ ସ୍ଵାର୍ଥ କୁ ଲକ୍ଷ୍ୟ କରି ପାରମ୍ପାରିକ ବିଲୁପ୍ତ ହେଉଥିବା ଶସ୍ଯର ପ୍ରଚାର , ପ୍ରସାର ଓ ବ୍ୟବହାର ପାଇଁ ପଦକ୍ଷେପ ନେଇଛନ୍ତି ।ସେହି ପାରମ୍ପରିକ ଖାଦ୍ୟ ଶସ୍ୟ ଗୁଡାକ ହେଲା ମାଟି ଶାଗ,ତାଳ ଗଜା,ପିତାଳୁ,କନ୍ଦମୂଳ ଶାଗ,ମଦରଙ୍ଗା ଶାଗ,ବାହାଡା,ବୁଦା କୋଳି,କରଞ୍ଜ,ଆତ,ସାରୁ, ଅଁଳା,ମୁଗ,ଵୁଟ,କୋଳଥ, ମାଣ୍ଡିଆ,ଖସା,ନିମ୍ବ,ମୋଟର, ବିରି,କାଉଁରା,ଟିସି,ଖମ୍ବ ଆଳୁ,ଆମ୍ବଡା ,ଖପର ଶାଗ,ଭେଜି ବାଇଗଣ,ମଚକି ଶାଗ,କୁଇଲି ରଖା ଶାଗ,ଡୁମର,ମହୁଲ,ଟୋପି ଶାଗ,ପିଣ୍ଡାର,କୁରୁକୁଟି, ବିଶଲ୍ୟକରଣୀ,କୋଚଡା,ପିଜୁଳି,ମିମଠା ଶାଗ, ଚାକୁଣ୍ଡା ଶାଗ ଇତ୍ୟାଦି । ଏଥିରେ ପ୍ରଚୁର ଭିଟାମିନ,ସ୍ନେହସାର,ମିନେରାଲ୍ସ ପ୍ରଭୃତି ଅଛି ।ଏହି ଶସ୍ୟ ଚାଷରେ ସାର,କୀଟନାଶକ ଔଷଧ ବ୍ୟବହାର ହୁଏ ନାହିଁ । ମଣିଷ ଏହାକୁ ଖାଇ ସୁସ୍ଥ ହେବା ସହ କମ ଖର୍ଚ୍ଚାନ୍ତ ହୋଇ ସୁସ୍ଥରେ ଜୀବନ ବିତାଇ ପାରିବେ ।ଆଜିର ଏହି କାର୍ଯ୍ୟକ୍ରମରେ ବ୍ଳକର ହଳଦା ଓ ପୁରୁଣା ପାଣି ପଞ୍ଚାୟତର ୫ ଟି ଗ୍ରାମର ୭୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ । ସାରଦା ପଞ୍ଚାୟତ ର ମା’ କୀଚକେଶ୍ବରୀ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଦ୍ୟ କ୍ଷୀରୀ,ପକୁଡ଼ି, ସିଙ୍ଗଡ଼ା,ଲଡୁ,ନିମିକି, ପ୍ରଦର୍ଶିତ କରାଯାଇଥିଲା । ସମସ୍ତେ ସେହି ସୁସ୍ବାଦୁ ଖାଦ୍ୟ ଖାଇ ପ୍ରୀତ ହେବା ସହ ପାରମ୍ପରିକ ଶସ୍ୟ ଚାଷ ପାଇଁ ଗୁରୁତ୍ବ ଦେଵେ ବୋଲି କହିଥିଲେ । ଏହି ଖାଦ୍ୟ ମେଳାରେ ଦୁଇ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

Sunil Chandra Nayak

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

Sunil Chandra Nayak

ବଡ଼ପାଞ୍ଜିଆରୀଗୁଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ 

masiha

Leave a Comment

error: Content is protected !!