ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଛାତ୍ରୀଙ୍କ ମନ ମହୁଛି ଦିବ୍ୟାଙ୍ଗ ଶିକ୍ଷକଙ୍କ ଡ୍ରିଲ କ୍ଲାସ୍ 

ଛାତ୍ର ଛାତ୍ରୀଙ୍କ ମନ ମହୁଛି ଦିବ୍ୟାଙ୍ଗ ଶିକ୍ଷକଙ୍କ ଡ୍ରିଲ କ୍ଲାସ୍ 

ଜୁନାଗଡ଼,୨୯/୧୦.(ମ ନି ସ):ଅଦମ୍ୟ ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନେ। ଜୀବନର ଯେକୌଣସି ପରିସ୍ଥିତିରେ ମଧ୍ୟ, ନିଜର ଅଙ୍ଗୀକାର ବଦ୍ଧତାକୁ ସୁଜନ ଶିଲ କରିବା ପାଇଁ ଦୃଢ଼ ମନୋବଳ ନିହାତି ଆବଶ୍ୟକ। ଫଳ ସ୍ଵରୂପ ସଫଳତା ସାମ୍ନାରେ ଝଲସି ଉଠେ ଏହି ଭଳି ଏକ ଅନନ୍ୟ ମଣିଷ ପରି ମଣିଷ ଟିଏ ବିରଞ୍ଚ ନାରାୟଣ ସିଂ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ଚାରବାହାଲ କ୍ଳଷ୍ଟର ଅନ୍ତଗର୍ତ ସାଗର ପଡ଼ା ପ୍ରାଥମିକ ବିଦ୍ୟାଳୟର ଗଣ ଶିକ୍ଷକ ବିରଞ୍ଚି ନାରାୟଣ ସିଂହ । ଦୀର୍ଘ ଦିନ ହେବ ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ଡ୍ରିଲ୍ କ୍ଲାସ କରାନ୍ତି। କାର୍ଯ୍ୟରତ ଗଣ ଶିକ୍ଷକ ଉକ୍ତ ବିଦ୍ୟାଳୟରେ ୨୦୦୯ ମସିହାରେ ଭିନ୍ନକ୍ଷମ ହିସାବରେ ନିଯୁକ୍ତି ପାଇଲେ ଓ ଏହି ସ୍କୁଲରେ ଯୋଗଦେଇ ଥିଲେ। ସେହି ଦିନରୁ ଆଜି ଯାଏଁ ଶ୍ରୀ ସିଂ ପିଲାମାନଙ୍କୁ ଡ୍ରିଲ କ୍ଲାସ ଅବା ଯୋଗ କ୍ଲାସ କରାଇ ଆସୁଛନ୍ତି। ସଂପୃକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଶିକ୍ଷ୍ୟା ଦାନ କରାଯାଏ। ଏହି ସ୍କୁଲରେ ପୁଅ ଓ ଝିଅ ମିଶି ୭୯ ଜଣ ପାଠ ପଢୁଥିବା ବେଳେ,ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି, ତହିଁରୁ ସ୍କୁଲର ସହଶିକ୍ଷକ ଭାବରେ ଦିବ୍ୟଙ୍ଗ ବିରଞ୍ଚି ନାରାୟଣ ସିଂହ ଛାତ୍ର ଛାତ୍ରୀଙ୍କୁ ଯୋଗ ସହିତ ଖେଳ କୁଦରେ ପିଲାମାନଙ୍କୁ ନିୟୋଜିତ କରାନ୍ତ୍ତି । ସିଂ ସାର୍ ୨୦୦୯ ରୁ ଆଜି ଯାଏଁ ରେଗୁଲାର ହୋଇପାରୁ ନ ଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୁନାଗଡ ଓ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଭବାନିପାଟଣା କୁ ମଧ୍ୟ ଲିଖିତ ଆକାରେ ଅନୁରୋଧ ବାରମ୍ଵାର କରିଆସିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର କଥା କୁ ଶିକ୍ଷା ବିଭାଗ ତଥା ଶିକ୍ଷା ଅଧିକାରୀ ମାନେ କର୍ଣ୍ଣପାତ କରୁନଥିବା ସେ କୁହନ୍ତି। ଦୀର୍ଘ ଦିନରୁ ତାଙ୍କର ଶିକ୍ଷକକତା ଜାରୀ ରହିଥିଲେ ହେଁ ମୂଲ ଦରମା ବୃଦ୍ଧି ହେଉ ନ ଥିବାରୁ ସେ ଦୟନୀୟ ଭାବେ କାଳାତିପାତ କରୁଛନ୍ତି । ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଚେସ୍ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ଚେସ୍ ଦିବସ ପାଳିତ

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ 

masiha

ବିଶାଖାପାଟଣା ଟ୍ରେନ ମ୍ପ୍ରସାରଣ ପାଇଁ ଜି ଏମ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!