ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

ଭବାନୀପାଟଣା:-ତା.୨୮/୧୦- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଥିଲା l ସ୍ଥାନୀୟ ଓସ୍ୱାନ ହଲଠାରେ ଆୱାସି ମାଧ୍ୟମରେ ସିଧା ପ୍ରସାରଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ  ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ଶପଥ ପାଠ କରାଇଥିଲେ l ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକର ଓସ୍ୱାନ ହଲ ସହିତ ସିଧାସଳଖ ଯୋଡିହୋଇ କର୍ମଚାରୀ ମାନେ ଶପଥ ପାଠ କରିଥିଲେ l କଳାହାଣ୍ଡି ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ଯାଳୟ ନିକଟସ୍ଥ ଓସ ୱାନ ହଲ୍ ଠାରେ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଶ୍ରୀ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଶ୍ରୀ ବୈତାରୁ ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢି,କସ୍ତୁରୀ ପଣ୍ଡା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଏ. କେ ଗୁରୁ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ସନ୍ତୋଷ କୁମାର ବିଶ୍ଵାଳ,ପି ଏ ଆଇ ଟି ଡି ଏ,ରାମକୃଷ୍ଣ ଗଣ୍ଡ,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ,ଡି ଏସ୍ ପି, ଭିଜିଲାନ୍ସ,ଭବାନୀପାଟଣା ଶାଖା, ପ୍ରଦୀପ କୁମାର ଆଇନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡିଇଜୀଏମ୍,ସଂଜୀବ କୁମାର ଚୌଧୁରୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ନାଗରିକ ଙ୍କ ପାଇଁ ସାଧୁତାର ଶପଥ ପାଠ କରିଥିଲେ। 

ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଙ୍କୁ ବିଭାଗୀୟ ଅଧିକାରୀ ଶପଥ ପାଠ କରାଇଥିଲେ l ଜିଲ୍ଲାର ସମସ୍ତ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ଏହି ଅବସରେ ନାଗରିକ ଙ୍କ ପାଇଁ ସାଧୁତାର ଶପଥ ପାଠ କରାଯାଇଥିଲା ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଅକ୍ଟୋବର 30 ତାରିଖରେ ସକାଳ 7 ଘଟିକା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ ଗୃହରେ ପୂର୍ବାହ୍ନ 9.30 ସମୟରେ ଏକ ସଚେତନତା ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।

Related posts

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

Sunil Chandra Nayak

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

masiha

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଓ ସଚେତନତା

masiha

Leave a Comment

error: Content is protected !!