ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀପାବଳି ର ଦୀପଟିଏ ସହିଦ୍ ଙ୍କ ପାଇଁ……

ଦୀପାବଳି ର ଦୀପଟିଏ ସହିଦ୍ ଙ୍କ ପାଇଁ……

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଦୀପାବଳୀ ର ଦୀପଟିଏ ସହିଦ୍ ଙ୍କ ପାଇଁ କାର୍ଯ୍ୟକ୍ରମ ସେକ୍ଟର ୧୬ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଆବାହକତ୍ଵ ଓ ବରିଷ୍ଠ ଶିକ୍ଷୟିତ୍ରୀ ସରୋଜା ଇନ୍ଦୁମତୀ ବାରା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆରପିଏଫ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ମୁଖ୍ୟ ଅତିଥି, ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୈାର ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ବିକାଶ ସ୍କୁଲ ର ଅଧ୍ୟକ୍ଷ ମନୋଜ ତ୍ରିପାଠୀ ସମ୍ମାନିତ ଅତିଥି, ଅନ୍ୟ ଅତିଥିଙ୍କ ମଧ୍ୟରେ ସାଗର ମହାନ୍ତି, ଗ୍ରେସୀ ଡେଭିଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଜାଲୱନିଆ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଦେଶର ସୀମା ଅଛି,ରାଷ୍ଟ୍ର ର ସୀମା ନାହିଁ। ସଂସ୍କାର ରେ ରାଷ୍ଟ୍ର ଚାଲିଛି। ପ୍ରତିଜ୍ଞା ଅନ୍ୟ ପାଖରେ କରାଯାଏ ମାତ୍ର ପ୍ରତିବଦ୍ଧତା ନିଜ ମଧ୍ୟରେ ଥାଏ। ସଂକଳ୍ପ ସାଥୀରେ ଥିଲେ ସିଦ୍ଧି ଲାଭ ହୁଏ। ଏହା ସହ ବହୁ ଗୁଡ଼ିଏ ଉପଦେଶ ଦେଇ ଯେଉଁ ସହୀଦମାନେ ଦେଶପାଇଁ ଆତ୍ମବଳି ଦେଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସମସ୍ତ ଅତିଥି ଏହି ଅବସରରେ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ସହ ଦୀପ ପ୍ରଜ୍ବଳନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଟ୍ରଷ୍ଟି ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ କଲ୍ୟାଣୀ ଦାସ, ସସ୍ମିତା ପ୍ରଧାନ, ରଞ୍ଜନ ସାହୁ,ମୋନିଶା ଘୋଷ, ସୈାଭାଗିନୀ ରାଉତ, ସୁନ୍ଦର ସାହୁ, ଅଜୟ ନାୟକ, ଲିତାଞ୍ଜଳୀ ପତି ଓ ସ୍କୁଲର ବରିଷ୍ଠ ଶିକ୍ଷକ ମଧୁ ବେହେରା, ସୁନିତା ପ୍ରଧାନ, ସସ୍ମିତା ଦାସ, ଚିନ୍ମୟ ନାୟକ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ଶୃଙ୍ଖଳା ରକ୍ଷା ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶୁଭ୍ରଦୀପ ନନ୍ଦ ଓ ଆକାଂକ୍ଷା ପାଣ୍ଡେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ମହିଳା ସଶକ୍ତିକରଣ ଫାଇଟ୍ ଗୃପ

ମହିଳା ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନ୍ୟତମ ସାମାଜିକ ଅନୁଷ୍ଠାନ ମହିଳା ସଶକ୍ତିକରଣ ଫାଇଟ୍ ଗୃପ ତରଫରୁ ଆମ୍ବାଗାନ ଛକ ଠାରେ କିଛି ଅବହେଳିତ ଶିଶୁ ଓ ମହିଳାଙ୍କ ମଧ୍ୟରେ ଦୀପ,ତେଲ,ବାଣ ଓ ରଙ୍ଗୋଲି ବଣ୍ଟନ ସହ ଦୀପ ପ୍ରଜ୍ବଳନ କରି ଦୀପାବଳୀର ଶୁଭକାମନା ଦେବାସହ ଖୁସି ବାଣ୍ଟିଥିଲେ। ଅନୁଷ୍ଠାନର ମୁଖ୍ୟ ସୁମତି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିମା ମଞ୍ଜରୀ ଆଲଦା, ତୁଳସୀ ମାହାଲି, ରୀନା ସେଠୀ, ପୁଷ୍ପାଞ୍ଜଳି ଲେଙ୍କା,ତନୁ ପ୍ରଧାନ, ପିଙ୍କି ଦାସ,ସୁମିତା ସାହୁ, ଜ୍ୟୋସ୍ନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଧଗଉଡ଼ ସମାଜ ସେବା ସମିତି କନ୍ଧମାଳ ପକ୍ଷରୁ ସମସ୍ୟା ର ସମାଧାନ ନିମନ୍ତେ ସାଂସଦ ଙ୍କୁ ୧୦ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ଉଦ୍ଭିଦ ବିଜ୍ଞାନ ଉପରେ ଡକ୍ଟରେଟ ଡିଗ୍ରୀ ହାସଲ କଲେ ବିଶ୍ୱଜିତ୍

masiha

କଲନାରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!