ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭୋଗରାଇ ମା’ ବାସୁଳି ପୀଠରେ ୧୦ ହଜାର ଦୀପ ପ୍ରଜ୍ଜ୍ୱଳନ 

ଭୋଗରାଇ ମା’ ବାସୁଳି ପୀଠରେ ୧୦ ହଜାର ଦୀପ ପ୍ରଜ୍ଜ୍ୱଳନ 

ଭୋଗରାଇ ଏବିଭିପି ର ନିଆରା ପ୍ରୟାସ 

ବାଲେଶ୍ଵର ୦୧/୧୧/୨୪ :- ଆଲୋକର ପର୍ବ ଦୀପାବଳି । ପଲ୍ଲୀ ଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର, ଘରେ ଘରେ ବେଶ ଖୁସିମୋଜା ରେ ଦୀପାବଳି ପାଳନ କରିଥାନ୍ତି ଲୋକେ । ପୂଜା ପାଠ ନୀତିକୁ ନେଇ ଘର ଠୁ ଅଫିସ ଯାଏ ସବୁଠି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି । ବାଲେଶ୍ୱର ଜିଲ୍ଲା ର ଭୋଗରାଇରେ ମଧ୍ୟ ବେଶ ଧୂମଧାମରେ ପ୍ରତ୍ୟେକ ଘରେ ଦୀପାବଳି ପାଳନ ହେଉଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୋଗରାଇ ନଗର ର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଭୋଗରାଇର ଅଧିଷ୍ଠାତ୍ରୀ ଦେବୀ ମାଆ ବାସୁଳିଙ୍କ ପୀଠରେ ପ୍ରାୟ ୧୦ ହଜାର ଦୀପ ପ୍ରଜ୍ଜ୍ଵଳନ କରି ମାଆ ବାସୁଳିଙ୍କ ନିକଟରେ ଭୋଗରାଇ ବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କରିବା ସହିତ ଭୋଗରାଇରେ ରହିଥିବା ଆନନ୍ଦ ମାର୍ଗ ଆଶ୍ରମର କୁନି କୁନି ପିଲାମାନଙ୍କୁ ନେଇ ଦିପାବଳି ପାଳନ କରିଛି ଭୋଗରାଇ ଏବିଭିପି । ଅନ୍ଧାରରେ ଭରି ଯାଇଥିବା କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଏବିଭିପି ର ସଦସ୍ୟ ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ସହସଂଯୋଜିକା ନମିତା ଗିରି, ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାର ମଣ୍ଡଳ, ଅର୍ଚନା କାମିଳା, ପାର୍ଥବିଜୟୀ ପାତ୍ର, ଆଲୋକ ଜ୍ୟୋତି ଦାସ, ଓମ ପ୍ରକାଶ ସାମଲ, ବି.ଏଚ.ପୃଷ୍ଟି, ରାଜେଶ ମଣ୍ଡଳ, ଅସିତ କୁମାର ଦାସ, ସୁବ୍ରତ ପ୍ରଧାନ, ଋତୁପର୍ଣ୍ଣା ବେହେରା, ପବିତ୍ର ପଣ୍ଡା, ଅଜୟ ମଣ୍ଡଳ,ଦୀପା ସିଂ, ଫୁଲ ସୋରେନ, ପାର୍ବତୀ ମୁର୍ମୁ, ପ୍ରଦ୍ୟୁମ୍ନ ସେନାପତି, ଜୟଭାରତୀ ଦାସ, ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରେଙ୍ଗସାପାଲି ୪୭ତମ ଦୂର୍ଗାପୂଜା ପାଳିତ

Sunil Chandra Nayak

ଡାବୁଗାଁରେ ରଥଯାତ୍ରା ପାଳିତ

masiha

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ତୃତୀୟ ଦିନରେ ବ୍ୟାପକ ପଟୁଆର ସହ ଇଲେକ୍ଟ୍ରି ସାହି ପରିଭ୍ରମଣ 

Sunil Chandra Nayak

Leave a Comment

error: Content is protected !!