ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶାକର୍ମୀ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତାଲିମ

ଥୁଆମୂଳ ରାମପୁର,୧୮|୪, ମ ନି ସ :ଅନ୍ତୋଦୟ ସଂସ୍ଥା ପକ୍ଷରୁ ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ସ୍ଥିତ ରାଜୀବ ଗାନ୍ଧୀ ଭାରତ ନିର୍ମାଣ ସେବା କେନ୍ଦ୍ର ଠାରେ ଆଶାକର୍ମୀ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।କ୍ଲଷ୍ଟର ସ୍ତରରେ ଆୟୋଜିତ ଏହି ଶିବିରରେ ମହୁଲପାଟଣା କ୍ଲଷ୍ଟରର ୪୫ ଜଣ ଆଶାକର୍ମୀ ଏହି ଶିବିରରେ ତାଲିମ ନେଇଛନ୍ତି। ୟୁନିସେଫ୍ ସହାୟତାରେ ମା’ ଓ ଶିଶୁ ସ୍ବାସ୍ଥ୍ୟ, ଗ୍ରାମ୍ୟ ପରିମଳ, ବାଲ୍ୟବିବାହ ନିରୋଧ ଓ କରୋନା ସଚେତନତା ଏବଂ ଟୀକାକରଣ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବାର୍ତ୍ତା ବିଷୟ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମହୁଲପାଟଣା ମେଡିକାଲ ସୁପରଭାଇଜର୍ ଲକ୍ଷ୍ମୀ ନାରୟଣ ମହାରଣା,ସ୍ବାସ୍ଥ୍ୟ କର୍ମୀ ହେମନ୍ତ ହିଆଲ୍,ତ୍ରିନାଥ ଶବର ଆଶାକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅନ୍ତୋଦୟ ସଂସ୍ଥା ଦ୍ବାରା ଆୟୋଜିତ ଏହି ତାଲିମ ଶିବିରକୁ ପରିଚାଳନା ଦାୟିତ୍ବ ନେଇଥିଲେ ସଂସ୍ଥାର ସଂଯୋଜକ ବିଣାକାର ନାଏକ ଏବଂ ଅଖିଳ ନାଏକ।

Related posts

ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ ବିଧାୟକ

Sunil Chandra Nayak

ଏସବିଆଇ ଲାଇଫ ଇନସୁରାନ୍ସ ର ଲାଇଫ ମିତ୍ର ମହା ଭେଟଘାଟ

Sunil Chandra Nayak

Leave a Comment

error: Content is protected !!