ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

ରାଉରକେଲା: ସେକ୍ଟର ୧ ସ୍ଥିତ ଡ଼ିଭାଇନ ଲାଇଫ ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଥିଲା I ବିଦ୍ୟାଳୟର ପୂର୍ବତନ ଛାତ୍ର ବିକ୍ରାନ୍ତ କୁମାର ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପୂର୍ବତନ ସଭାପତି କୁଞ୍ଜବିହାରୀ ସାହୁ, ସଭାପତି ଅମୁଲ୍ୟ କୁମାର, ପୂର୍ବତନ ପ୍ରଧାନଶିକ୍ଷକ ରମାକାନ୍ତ ମଲ୍ଲିକ, ପ୍ରଧାନଶିକ୍ଷକ ସୁନନ୍ଦା ସାମଲ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ନାୟକ, ରାଜଲଷ୍ମୀ ଦେବତା, ସ୍ଵର୍ଣ୍ଣଲତା ସାହୁ, ମମତା ମିଶ୍ର, ବାବାଜୀ ଦାସ, ପୁରାତନ ଛାତ୍ର ସସଂଦ ସଭାପତି ବିବେକାନନ୍ଦ ପଣ୍ଡା ଓ ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ I ବିଦ୍ୟାଳୟର ସଭାପତି, ପୂର୍ବତନ ସଭାପତି, ପ୍ରଧାନଶିକ୍ଷକ, ପୂର୍ବତନ ପ୍ରଧାନଶିକ୍ଷକ ଆଦି ବିକ୍ରାନ୍ତ କୁମାର ପାତ୍ରଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I ପ୍ରଧାନଶିକ୍ଷକ ଶ୍ରୀମତୀ ସାମଲ, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକ, ସଭାପତି ଓ ପୂର୍ବତନ ସଭାପତି ଆଦି ପିଲାମାନଙ୍କୁ ବିକ୍ରାନ୍ତ ଙ୍କର ଉଦାହରଣ ଦେଇ ଉପଦେଶ ମାଧ୍ୟମରେ ଜୀବନରେ ସଫଳ ହେବାପାଇଁ ପ୍ରରୋଚିତ କରିଥିଲେ I ସଫଳ ଛାତ୍ର ଶ୍ରୀ ବିକ୍ରାନ୍ତ କୁମାର ପାତ୍ର ନିଜର ସଫଳତା ପଛରେ ବିଦ୍ୟାଳୟର ଆଧ୍ୟାତ୍ମିକ ପରିବେଶ ଓ ଉଚ୍ଚକୋଟିର ଶିକ୍ଷାଦାନ କିପରି ସହାୟକ ତାହା ପିଲାମାନଙ୍କୁ କହିଥିଲେ I ତାଙ୍କର ପିତା ବିଜୟ କୁମାର ପାତ୍ର ଓ ମାତା ପୂର୍ଣ୍ଣିମା ପାତ୍ର ମଧ୍ୟ୍ୟ ନିଜର ପୁଅର ସଫଳତା ପାଇଁ ବିଦ୍ୟାଳୟର ଅବଦାନକୁ ଉଲେଖ କରିଥିଲେ I ଅତିଥି ଶିକ୍ଷକ ସନ୍ତୋଷ କୁମାର ନାୟକ ମଧ୍ୟ ପିଲାମାନଙ୍କୁ ସଫଳ ହେବାର ମନ୍ତ୍ର ଦେଇଥିଲେ I ଶେଷରେ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଵିକାନ୍ତକୁ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଣ୍ଟେନର ସହ ବାଇକ ଧକ୍କା, ୨ ବାଇକ୍ ଆରୋହୀ ଗୁରୁତର

Sunil Chandra Nayak

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ -୨୦୨୫ ପାଳିତ 

Sunil Chandra Nayak

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

masiha

Leave a Comment

error: Content is protected !!