ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମିତି, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଧୂମଧାମରେ ଭଗବାନ ଶାଳୀଗ୍ରାମ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ସଂପନ୍ନ

ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମିତି, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଧୂମଧାମରେ ଭଗବାନ ଶାଳୀଗ୍ରାମ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ସଂପନ୍ନ

 ମୟୂରଭଞ୍ଜ- ୧୩/୧୧ ( ମସିହା) ତତୁର୍ମାସ ଶେଷରେ ଦେଵଉତ୍ଥାନ ଏକାଦେଶୀ ଆରମ୍ଭରେ ସବୁକିଛି ମାଙ୍ଗଳିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥାଏ ଯଥା ବିବାହ,ଗୃହ ପ୍ରବେଶ,ନୂତନ ଯାନ କ୍ରୟ ଇତ୍ୟାଦି ସବୁକିଛି ଶୁଭିରମ୍ଭ ହୋଇଥାଏ । କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ମଙ୍ଗଳବାର ଦିନ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ପବିତ୍ର ଦେଵୋଉ୍ତଥାନ ବ୍ରତ କରାଯିବା ସହ ଦିନ ତମାମ ନିଷ୍ଠାର ସହ ଉପବାସ ରଖା ଯାଇଥିଲା । ମଙ୍ଗଳବାର ଦିନ ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମିତି ପକ୍ଷରୁ ରାଇରଙ୍ଗପୁର ପାଢିଆ ଧର୍ମଶାଳା ରେ ଭଗବାନ ଶାଳୀଗ୍ରାମଙ୍କ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ଧୁମଧାମରେ ଆନନ୍ଦ ଓ ଉଲ୍ଲାସର କରାଯାଇଥିଲା ।ପ୍ରାରମ୍ଭରେ ବ୍ରତଧାରୀମାନେ ଭଗବାନ ଶାଳୀଗ୍ରାମକୁ ଏବଂ ତୁଳସୀ ମାତାଙ୍କୁ ପଞ୍ଚାୟତ ମନ୍ଦିରକୁ ଆଣି ପାଢିଆ ଧର୍ମଶାଳାରେ ପୂଜାବିଧି ଅନୁସାରେ ସ୍ଥାପନା କରିଥିଲେ ।ତଦସହ ୨୩ ଜଣ ଦମ୍ପତ୍ତି ତୁଳସୀ ଚୌରା ଆଣି ତାହାକୁ ସୁନ୍ଦର ସାଜସଜ୍ଜା କରିବା ସହ ଗୋବରସଫା ସୁତୁରା କରିବା, ଆକର୍ଷଣୀୟ ସଜ୍ଜିତ କରିବା,ଭୋଗ , ନୈବେଦ୍ୟ ରଖି ସମର୍ପଣ କରିଥିଲେ । ସଂନ୍ଧ୍ୟାରେ ନାଚ,ଗୀତ,ଭଜନ ଗାନ କରି ମାତା ତୁଳସୀ ଙ୍କ ଶୃଙ୍ଗାରକରିବା,୨୩ ଟି ତୁଳସୀ ଚଉରାକୁ ଶୃଙ୍ଗାର କରିବା,ନୂତନ ଚୁନରୀ ଵସ୍ତ୍ର ପିନ୍ଧାଣି କରିବା, ଭଗବାନ ଶାଳୀଗ୍ରାମକୁ ସୁନ୍ଦର ଭାବରେ ସଜାଇ ଥିଲେ । ୨୩ ଜଣ ଦମ୍ପତି ତଥା ମହିଳାମାନେ ମାତା ତୁଳସୀଙ୍କ ଚୁନରୀ ଘୋଡାଇ ବହୂ ବେଶରେ ବସିଥିବାବେଳେ ପୁରୁଷମାନେ ଭଗବାନ ଶାଳୀଗ୍ରାମଙ୍କ ପିଡୀତ ପିନ୍ଧି ବର ବେଶରେ ଙ ବସି ପୂଜନ କରିଥିଲେ । ଉପସ୍ଥିତ ଛୁଆରୁ ବୁଢାବୁଢୀମାନେ ବରପକ୍ଷ ଏବଂ କନ୍ୟାପକ୍ଷର ହୋଇ ପରସ୍ପର ମଧ୍ୟରେ ଵାଣ୍ଟି ହୋଇ ଯାଇଥିଲେ । ଧୂମଧାମର ସହିତ ଉଭୟଙ୍କ ବିବାହ ହୋଇଥିଲା । ମହିଳାମାନେ ଭଜନ, କୀର୍ତ୍ତନ କରିବା ଵିଵାହ ମଙ୍ଗଳ ଗୀତ ଗାଇଥିଲେ ।ଭଗବାନ ବିଷ୍ଣୁଙ୍କ ଜୟକାରରେ ସଂପୂର୍ଣ୍ଣ ବାତାବରଣ ଶକ୍ତିମୟୀ,ରସମୟ,ପ୍ରେମମୟ ହୋଇ ଉଠିଥିଲା ।ପ୍ରଥମ ଥର ପାଇଁ ମାରଓ୍ବାଡୀ ମହିଳା ସମିତି ଆନୁକୁଲ୍ୟରେ ଏହି ତୁଳସୀ ବିଵାହ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସମସ୍ତେ ଆୟୋଜକ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।କମିଟି ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

Sunil Chandra Nayak

ଆସିକା ଖମ୍ବେଶ୍ବରୀ ପାଟଣା ଶ୍ରୀଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ

Sunil Chandra Nayak

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

Sunil Chandra Nayak

Leave a Comment

error: Content is protected !!