ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭ୍ୟାସ ଟେକ୍ନୋ ସ୍କୁଲରେ ଶିଶୁ ଦିବସ

ଅଭ୍ୟାସ ଟେକ୍ନୋ ସ୍କୁଲରେ ଶିଶୁ ଦିବସ

ରାୟଗଡା /ପଦ୍ମପୁର :- ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ବହୁ ଆଡମ୍ବରର ସହ ଶିଶୁ ଦିବସ ପାଳିତ ହୋଇ ସାରିଛି । ଆଜିର ଶିଶୁ କାଲିର ଭବିଷ୍ୟତ । ତେଣୁ ଶିଶୁ ଦିବସରେ ଶିଶୁଙ୍କୁ ଭବିଷ୍ୟତର ଜ୍ଞାନ ଦେଇ ଅଭ୍ୟାସର ଶିକ୍ଷକ ମାନେ ବହୁ ସୁନ୍ଦର ସୁନ୍ଦର ଡ୍ରାମା , ଗୀତ , ନାଚ ପରିବେଷଣ କରି ପାଳନ କରିଥିଲେ । ସର୍ବ ପ୍ରଥମେ ଜଗନ୍ନାଥଙ୍କ ପୂଜା ସହ ଚାଚା ନେହେରୁ ଙ୍କ ଫଟୋରେ ପୁଷ୍ପ ଅର୍ପଣ କରିବା ନିମନ୍ତେ ଶିଶୁଙ୍କ ସହ ଅଭ୍ୟାସର ପ୍ରିନ୍ସପାଲ ଦିବ୍ୟ 6ଦବାଶିଷ ଦୁବେ , ସେକ୍ରେଟେରୀ ଲାଡି ତୁକ।ର।ମ , 6ମନେଜର ଗାୟତ୍ରୀ ପଣ୍ଡା , ଭାଇସ ପ୍ରିନ୍ସପାଲ ମନିଷ। ପରିଚ୍ଛା ଙ୍କ ସହ ସମସ୍ତଙ୍କ ଶିକ୍ଷକ , ଶିକ୍ଷୟତ୍ରୀ , ଅଭିଭାବକ ବୃନ୍ଦ ମଧ୍ୟ ସାମିଲ ହୋଇଥିଲେ । ଏହାର ମୁଖ୍ୟ ଆକର୍ଷଣ ଥିଲା ଶିଶୁଙ୍କ ଦ୍ଵାରା ଆୟୋଜିତ “ଅଭ୍ୟାସ ବଜାର “। ଯେଉଁ ବଜାରରେ ପିଲାମାନେ ନିଜେ କିଛି ରୋଷେଇ ଖାଦ୍ୟ , ମିଠା , କଷ୍ଟ୍ରେଡ , ବହିଖାତା , କଲମ , କପଡ଼ା , ଗୁପ୍ ଚୁପ ଆଣି ବିକ୍ରି କରିଥିଲେ । ତତ ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାରର ଚିତ୍ର କରି ପ୍ରଦର୍ଶନ କରିଥିଲେ । ତାହା ସହ ଶିକ୍ଷକ , ଶିକ୍ଷୟତ୍ରୀ ମାନେ ଡ୍ରାମା ସହ ଅଭ୍ୟାସ ଶିଶୁର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୯. ୩୦ ରୁ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା । ପ୍ରାର୍ଥନା ମଧ୍ୟ ନିଜେ ଶିକ୍ଷକ , ଶିକ୍ଷୟତ୍ରୀ ହିଁ କରିଥିଲେ । ଶିଶୁଙ୍କୁ ବିଭିନ୍ନ ପୁରସ୍କାର ମଧ୍ୟ ଦିଆଯାଇଥିଲା । ଏଥିରେ ପ୍ରିନ୍ସପାଲ ଘୋଷଣା କରିଥିଲେ ଯେ , ଅଭ୍ୟାସ ଟେକ୍ନୋ ସ୍କୁଲ ବର୍ତମାନ ସମୟରେ ପ୍ରଥମ ସ୍ଥ।ନରେ ନର୍ସରୀ ଠାରୁ କେବଳ ନବମ ଯାଏଁ ୫୦୫ ଛାତ୍ରଛାତ୍ରୀ ରହିଛନ୍ତି । ଶେଷରେ କେକ୍ କାଟି ଏହାକୁ ସମାପ୍ତ କରିଥିଲେ । ଅଭ୍ୟାସର ଅଭିଭାବକ ମାନେ ମଧ୍ୟ କେକ୍ ଆଣି କତିଥିଲେ । ଅଭିଭାବକ ମାନେ ମଧ୍ୟ ଗର୍ବିତ ଯେ , ତାଙ୍କ ଶିଶୁ ଅଭ୍ୟାସର ଛାତ୍ର ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଏବେ ବିଶୃଙ୍ଖଳା ଭିତର ଦେଇ ଗତି କରୁଅଛି

ହୋ ସମାଜ ସମନ୍ବୟ ସମିତି ତରଫରୁ ବିଭିନ୍ନ ଦାବି ନେଇ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ସରକାରୀ ଡିଗ୍ରୀ କଲେଜ୍ କୋଷାଗୁମୁଡ଼ା ରେ ଇନ୍ନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!