ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ୬ ଟି ଧାନ ଗଦା ପୋଡି

ନିଆଁ ଲାଗି ୬ ଟି ଧାନ ଗଦା ପୋଡି

ଡାବୁଗାଁ, ୧୪/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ଗ୍ରାମରେ ଗୁରୁବାର ଅପରାହ୍ନ ୪ ଘ ସମୟରେ ଧାନ ଗଦାରେ ନିଆଁ ଲାଗି ପୋଡି ଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ଗ୍ରାମର ଭଗତ କଲାର, ଚମରୁ କଲାର ଓ ହରେକୃଷ୍ଣ କଲାର ଙ୍କ ଘର ପାଖ ଖଳାରେ ଧାନ ଗଦା କରି ରଖାଯାଇଥିଲା | ଆଜି ୩.୩୦ ସମୟରେ ଧାନ ଗଦା ଉପରେ ଯାଇଥିବା ବିଦ୍ୟୁତ ତାର ୨ ଟି ପବନ ଦ୍ଵାରା ହଲିଯାଇ ବାଡେଇ ହେବାରୁ ସର୍ଟ ସର୍କିଟ ହୋଇ ନିଆଁ ବାହାରି ଧାନ ଗଦା ରେ ପଡିଥିଲା | ପରେ ଧାନ ଗଦାରେ ଧୀରେ ଧୀରେ ନିଆଁ ଲାଗି ଧୂଆଁ ବାହାରିବାରୁ ଘରେ ଥିବା ମହିଳା ମାନେ ବାହାରରେ ଯାଇ ଦେଖିଥିଲେ ଯେ ଧାନ ଗଦା ରେ ନିଆଁ ଲାଗିଛି ଏବଂ ପାଟି କରି ଲୋକଙ୍କୁ ଡାକିଥିଲେ | ପାଟି ଶୁଣି ଲୋକେ ଆସି ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ | ପରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର କୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ ଗାଡି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା | ନିଆଁ ଲାଗି ୩ ଜଣ ଙ୍କର ୨୩ ଏକର ଜମିରେ ଚାଷ ହୋଇଥିବା ଧାନ ପୋଡି ନଷ୍ଟ ହୋଇଯାଇଛି | ଏଥିରେ ଆନୁମାନିକ ପ୍ରାୟ ୩୫୦ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଧାନ ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି | ଏଥିରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ ଓ କର୍ମଚାରୀ ଲକ୍ଷ୍ମୀଧର ଜାନୀ, ହେମନ୍ତ ମାଝି, ମାନସିଂ ଶବର, ଏନ. ସି ପରିଆ, ସରୋଜକାନ୍ତ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

Sunil Chandra Nayak

Leave a Comment

error: Content is protected !!