ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୫୦୨ ପଞ୍ଜିକରଣ 

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୫୦୨ ପଞ୍ଜିକରଣ 

ବନ୍ଧୁଗାଁ ତା ୧୫/୧୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅନୁଷ୍ଠିତ ହୋଇଯାଇଛି। ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀ ତତ୍ତ୍ଵାବଧନରେ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ଶୁଭାରମ୍ଭ କରଯାଇଥିଲା। ସମସ୍ତ ବର୍ଷର ରେକର୍ଡକୁ ଅତିକ୍ରମ କରି ୫୦୨ ଜଣ ପଞ୍ଜିକରଣ କରି ଥିଲେ। କୋରାପୁଟ ଜିଲ୍ଲା ରୁ ବନ୍ଧୁଗାଁ ବ୍ଲକ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ୧୦୦ କିଲୋମିଟର ଦୂରତା ରହିଛି। ବ୍ଲକ ରେ ଥିବା ୧୩ ପଞ୍ଚାୟତ ର ସମସ୍ତ ଗାଁ ଗହଳିରୁ ବୃଦ୍ଧବୃଦ୍ଧା ଓ ଅନେକ ଭିନ୍ନକ୍ଷମ ଲୋକେ ସକାଳ ୧୦ ଘଣ୍ଟା ସମୟରେ ସାମର୍ଥ୍ୟ ଶିବିରରେ ପହଞ୍ଚି ଥିଲେ ମଧ୍ୟ ଜିଲ୍ଲା ସ୍ତରରୁ ଆସିବାକୁ ଥିବା ଡାକ୍ତର ମାନେ ୧୨ ଘଣ୍ଟା ସମୟରେ ପହଞ୍ଚି ଥିଲେ। ବିଲମ୍ଭରେ ଆରମ୍ଭ ହୋଇଥିଲେ ମଧ୍ୟ ଅସ୍ଥିଶଲ୍ୟ ବିଭାଗରେ ୧୩୯ ଜଣ, ଚକ୍ଷୁ ବିଭାଗ ରୁ ୬୦ ଜଣ, କର୍ଣ ଓ ନାସା ବିଭାଗ ରୁ ୮୨ ଜଣ, ବୌଧିକ ବିଭାଗ ରୁ ୯୨ ଜଣ,ଓ ବୋୟୋଷ୍ରି ଓ ଅନ୍ୟାନ୍ୟ ୧୨୯ ଜଣ ପଞ୍ଜିକରଣ କରି ଥିଲେ। ସ୍ଥାନୀୟ ବିଏସଏସଓ ଶ୍ରୀ ଦୀପକ କୁମାର ବେହୁରିଆ କାର୍ଯ୍ୟକ୍ରମକୁ ପରିଚାଳନା କରି ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଶେଷ କରିଥିଲେ। 

  ସଞ୍ଜୀବ କୁମାର ବାଙ୍ଗାରି ରିପୋର୍ଟର

Related posts

Dev Kumar Ghosh appointed Odisha State Working President of Journalist Council of India.

masiha

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ

masiha

Leave a Comment

error: Content is protected !!