ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜାତଳା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଞ୍ଜ.- ୧୬/୧୧ // ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ସରକାରୀ (ଏସଏସଡ଼ି)ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 150ତମ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀକୁ ଜନଜାତି ଗୌରବ ଦିବସ ରୂପ ରେ ପାଳନ କଲେ l ଏକତ୍ରିତ ହୋଇ ଭଗବାନ ବିର୍ସା ମୁଣ୍ଡାଙ୍କ ଫୋଟ ରେ ପାରମ୍ପରିକ ପୂଜା ପରେ ମାଲ୍ୟlର୍ପଣ କରିଥିଲେ l ଏହି ଉପଲକ୍ଷେ ପେରେଣ୍ଟସ ଆସ ପାର୍ଟନଏର୍ସ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ସମାନୀୟ ଅତିଥି ରୂପେ ଜୁଗୁରାମ ମାର୍ଣ୍ଡି ଏସଏମଡିସି ମେମ୍ବର ଏବଂ ଅନ୍ୟ ଅତିଥି ଶ୍ରୀ ଦୁଖୀ ଶ୍ୟାମ ମାଝୀ ରିଟାର୍ଡ଼ ସେକ୍ସନ ଅଫିସର l ଶ୍ରୀ ମାର୍ଣ୍ଡି ଭଗବାନ ବିର୍ସା ମୁଣ୍ଡା ନୀତି ଆଦର୍ଶକୁ ଅନୁସରଣ କରିବାକୁ କହିଥିଲେ l ଶ୍ରୀ ମାଝୀ ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହିତ ସ୍ୱାସ୍ଥ୍ୟ ଏବଂ ସମୟ ଠିକ ଭାବ ରେ ଉପଯୋଗ କରିବା ପାଇଁ କହିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୋଲାମଣି ମାର୍ଣ୍ଡି ସଭା ର ମୁଖ୍ୟ ଉଦେଶ୍ୟ ସମ୍ବଦ୍ଧ ରେ ସୂଚନା ପ୍ରଦାନ କରିଥିଲେ ଏବଂ ଓ ସଭା ପରିଚାଳନା କରିଥିଲେ lବକୃତା, ଚିତ୍ରଙ୍କନ,ସୃଜନଶୀଳ ଲିଖନ ଏବଂ ରଙ୍ଗୋଲି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଇ ଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ,ଅଶୋକ କୁମାର ମିଶ୍ର, ବସନ୍ତ କୁମାର ମହାନ୍ତ,ଲଷ୍ମୀପ୍ରିୟା ମାଝୀ,ରଶ୍ମିତା ମାର୍ଣ୍ଡି ଓ ସେବତୀ ମୁଣ୍ଡା ଥିଲେ।ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟରେ ୨ଜଣ ମେଟ୍ରନ ଚନ୍ଦ୍ରିକା ତନ୍ତୀ ଏବଂ ଜଗତମହିନୀ ମାଝୀ,, ଶ୍ରୀହରି ପାଟବନ୍ଧା,ବିଜୟ କୁମାର ନାୟକ ସହଯୋଗ କରିଥିଲେ।ଲେଡି ସିସିଏଙ୍କ ମଧ୍ୟରୁ ସାବିତ୍ରୀ ସରେନ, ଛିତା ବେଶ୍ରା,ସୁକାନ୍ତି ମାର୍ଣ୍ଡି,ସମ୍ବାରି ବେଶ୍ରା ଓ ମାନକୀ ଟୁଡୁଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଢୁଷଗୁଡ଼ା ରେତ୍ ନଦୀ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ

Sunil Chandra Nayak

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ

masiha

Leave a Comment

error: Content is protected !!