ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ସିଦ୍ଧେଶ୍ବରୀ 

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ସିଦ୍ଧେଶ୍ବରୀ 

ବୟସ ମାତ୍ର 4 କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି l ଦୁନିଆଁ କଣ ବୁଝିବା ଆଗରୁ ବାପା ମା ଙ୍କ ପାଇଁ ଆଣି ଦେଇଛି ଗର୍ବ। ସମସ୍ତେ ଆଜି ବେଶ ଖୁସି କାହିଁକି ନା ତାଙ୍କ ଝିଅ ରେକର୍ଡ କରିଛି। ଏହି କମ ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ ମନେ ରଖିବା ସହିତ ଜିଲ୍ଲା ଗୁଡିକର ନାମ, ରାଜ୍ୟ ରାଜଧାନୀ, ଜାତୀୟ ସଙ୍ଗୀତ ନିର୍ଭୁଲ ଭାବରେ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିବା କୁନି ପ୍ରତିଭା ହେଉଛନ୍ତି ମିଳନ ଗଉଡ଼ ଓ ଟିକିଲତା ଗଉଡ଼ ଙ୍କ ୪ ବର୍ଷିଆ ଝିଅ ସିଦ୍ଧେଶ୍ବରୀ ଗଉଡ଼ l , ବାପା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଅଛନ୍ତି ଏବଂ ଝିଅ ସ୍ଥାନିୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୋଲାମୁଣ୍ଡାରେ ଶିଶୁବୋଧ ଶ୍ରେଣୀରେ ପାଠ ପଢ଼ନ୍ତି,। କୁନି ଝିଅ ସିଦ୍ଧେଶ୍ବରୀଙ୍କ ସଫଳତା କୁ ନେଇ ବେଶ ଖୁସି ଅଛନ୍ତି ପାରିବାର ଲୋକେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଜେଟିସିଟି କ୍ଲବରେ ବନ ମହୋତ୍ସବ 

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି: 

Sunil Chandra Nayak

ଏନ୍ଆଇଟି ରାଉରକେଲା ସ୍ୱାସ୍ଥ୍ୟସେବା ପ୍ରୟୋଗ ପାଇଁ ସ୍ଥାୟୀ ଜୈବ-କମ୍ପୋଜିଟ୍ ଫିଲ୍ମ ତିଆରି କରିଛି

Sunil Chandra Nayak

Leave a Comment

error: Content is protected !!