ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓ ଚିଲିଗୁଡ଼ାରେ ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଜୁନାଗଡ଼ ଓ ଚିଲିଗୁଡ଼ାରେ ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଜୁନାଗଡ଼ ୨୦/୧୧ ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଆମ୍ବେଦକର ଷ୍ଟେଚୁ ସମ୍ଭୁଖରେ ଆଜି ସମ୍ବିଧାନ ସଚେତନତା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ସେହିପରି ଚିଲିଗୁଡ଼ା ବସ ଷ୍ଟାଣ୍ଡ ପାଖରେ ମଧ୍ୟ ଆଜି ଚିଲିଗୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ତ୍ରିତ ହୋଇ ସମ୍ବିଧାନ ସଚେତନତା ରଥକୁ ମହିଳାମାନେ ବନ୍ଧ।ପନ। ,ଫୁଲମାଳ ଓ ହୁଳହୁଳି ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଆସନ୍ତା ୨୬ ନଭେମ୍ବର ୨୦୨୪ ରେ ଭାରତୀୟ ସମ୍ବିଧାନ କୁ ୭୫ ବର୍ଷ ପୂରଣ ହେବ ।ସେହି ଉଦ୍ଧେଶ୍ୟରେ ଆଜି ଲୋକଙ୍କୁ ସଚେତନତା କରିବା ପାଇଁ ୧୫ ଗୋଟି ଜିଲ୍ଲାରେ ୭୫ ତମ ସମ୍ବିଧାନ ଦିବସ ମହା ସମାରୋହରେ ପାଳନ କରିବ ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିରୀକୃତ ହୋଇଛି ।ଆଜିର ଏହି ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଅଲ ଓଡିଶା ସିଡୁଲ କ।ଷ୍ଟ ଫେଡେ ରେ ସନ ର ମହାସଚିବ ଯତୀନ୍ଦ୍ର କର ,ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ ଜାଲ ,ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ ,ଯୁଗେଶ୍ୱର ସାଗର ,ପଦ୍ମ ନାଭ ନାଗ ,ଫିରୋଜ ନିଆଲ ,ଅଦଳ ନିଆଲ ,ମାଧୁରୀ ସେନାପତି ,କ୍ଷମା ଶିଳା ଛ ତ୍ରିଆ ,ପଦ୍ମାବତୀ ନାଗ ,ଚକ୍ରଧର ବେଣୁପାଣି ,ରମଣୀ ଦୁରିଆ ,ଦିଗାମ୍ବର ଦୁରିଆ ,ଏ ସ ସୁଜାତା ,ପ୍ରେମ ଲାଲ ନ।ଏକ ,ପ୍ରକାଶ ମାଝି ,ମହାଦେବ ନ।ଏକ ,ସୁରେସନ ଛ ତ୍ରିଆ ,ରାଧେ ଶ୍ୟାମ ନାଗ ଏବଂ ନୀଳକଣ୍ଠ ନ।ଏକ ପ୍ରମୁଖ ଯୋଗ ଦେଇ ସମ୍ବିଧାନର ଉଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ୭୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବିଧାନ ସମାରୋହ ବହୁ ଆଡମ୍ବର ସହ ପାଳନ କରିବା ପାଇଁ ମହାସଚିବ ଶ୍ରୀ କର ସୂଚନା ଦେଇଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିବିର ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!