ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

ବନ୍ଧୁଗାଁ ତା, ୧୯/୧୧/୨୪,ଆଜି ବନ୍ଧୁଗାଁ ବ୍ଲକ ଠାରେ ବନ୍ଧୁଗାଁ, ବଡ଼ ସରପଲି, କାପଲଡ଼ା, କାନାଗାଁ, ନୀଲାବାଡ଼ି, ଠାରେ ଆଜି ଗୋଟିଏ ଦିନରେ ୫ ଟି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ପରବ ୨୦୨୪ ମହୋତ୍ସବ ର ଆୟୋଜନ ହୋଇଯାଇଛି I ଆଜି ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ଠାରୁ ମସାଲ ସଭାଯାତ୍ରା ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ସନ୍ମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକାଙ୍କୁ ଉପଢ଼ୋକନ ପକେଇ ସ୍ୱାଗତ ସମ୍ଭର୍ଦ୍ଧନାଁ ଜଣାଇଥିଲେ ଓ ପଞ୍ଚାୟତର ସରପଞ୍ଚ ଲଷ୍ମୀ କାଡ୍ରାକା, ଓ ଆଲୋମଣ୍ଡା ପଞ୍ଚାୟତର ସରପଞ୍ଚ ଗୌରୀ ମେଲେକା, ଏବଂ ପୂର୍ବତନ ସରପଞ୍ଚ ଗେମ୍ବାଲି ତୀରନାଥଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଆଜିର କାର୍ଯ୍ୟକ୍ରମକୁ ଉଦ୍ଧଘାଟନ କରିଥିଲେ I ଓ ବ୍ଲକର ମାନ୍ୟଗଣ ବ୍ୟକି ମାନଙ୍କ ଉପସ୍ଥିତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ଖେଳ ପଡିଆ ଠାରେ ମସାଲ ପହଂଚିଥିଲା I ପରବ ୨୦୨୪ ଉପଲକ୍ଷେ ପଞ୍ଚାୟତ ଓ ବ୍ଲକର ଲୋକେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ କୁମ୍ଭାରି ପୁଟ ପଞ୍ଚାୟତର ଆଗ ଧାଡିର ରାଜନେତା ଅସକ କୁମାର ପଣ୍ଡା ଙ୍କ ଦ୍ୱାରା ରିବନ କଟା ଯାଇ ଏବଂ ସାଥିରେ ଦଳର କିଛି କଂଗ୍ରେସ କର୍ମୀ ଓ ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ବାଲା ନାଗ, ବିଜେପି ଦଳର ପୂର୍ବତନ ସଭାପତି ଗେମ୍ବାଲି ରାମ ପ୍ରସାଦ, ବ୍ଲକର ବିଜେଡି ଦଳର ଆଗ ଧାଡି ନେତାଙ୍କ ମୁକୁନ୍ଦ ବେବରା, ବ୍ଲକ ବିଜେଡି ଯୁବ ସଭାପତି କାନୁ ଚରଣ ବେବରା, ବନ୍ଧୁଗାଁ କ୍ଳଷ୍ଟର ଶିକ୍ଷା ବିଭାଗର ସି. ଆର. ସି. ସି ସଞ୍ଜୟ ସିଂଘ, ଶିକ୍ଷକ ସଙ୍ଘର ସମ୍ଫାଦକ କେ. ପ୍ରତାପ କୁମାର ଙ୍କୁ ଉପଢ଼ୋକନ ପକେଇ ସ୍ୱାଗତ ଜଣାଇବା ସହ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ I ପଞ୍ଚାୟତ ର ସମସ୍ତ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଓ ସମସ୍ତ ଅଙ୍ଗନୱାଡି କର୍ମୀ ଯୋଗଦେଇ ଆଜିର ପଞ୍ଚାୟତ ସ୍ତରୀୟ ୨୦୨୪ ପରବ ମହୋତ୍ସବ ର ଦୁଇଦିନ ଧରି ହୋଇଥିବା ଖେଳ ଓ କ୍ରୀଡା ଓ ଲୁକାୟତ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କରିବା ପାଇଁ ସୁଭ ଉଦ୍ଧଘାଟନ କରିଥିଲେ I ଉଦ୍ଧଘାଟନ ପରେ ଛାତ୍ରଛାତ୍ରୀଙ୍କ ପାଇଁ ଯାହା ଖେଳ କୁଦ ଗିତ ନାଚ, ଢେମଶା ଓ ନୃତ୍ୟ ପରିବେଶଣ କରାଯାଇଥିଲା I ପାରମ୍ଫାରିକ ଅନୁଯାଇ ଆଦିବାସୀ ଓ କୋରାପୁଟଆ ନାଚ ଗିତ ଓ ଢେମସାରେ ମଞ୍ଚ ଝୁମି ଉଠିଥିଲା I ଦୁଇଦିନ ଧରି ଚାଲିଥିବା ପରବ ମହୋତ୍ସବ ରେ ଆଠ ଗୋଟି ଭଲି ବଳ ଦଳ ଭାଗ ନେଇଥିଲେ ସେଥିରୁ ବନ୍ଧୁଗାଁ ଗ୍ରାମର ଦଳ ବିଜୟ ହାସଲ କରି ଟ୍ରଫି ସହ ପ୍ରମାଣ ପତ୍ର ନେଇଥିବା ବେଳେ ଉପ ବିଜେତା ହେଲେ ଦାସିନୀ ଦଳକୁ ଟ୍ରଫି ସହ ପ୍ରମାଣ ପତ୍ର , ଓ ବନ୍ଧୁଗାଁ ଦଳ ପ୍ରଥମ ବିଜୟ ଓ ଦାସିନୀ ଦଳ ଉପବିଜୟ ଉଭୟ ଦଳକୁ ଟ୍ରଫି ସହ ପ୍ରମାଣ ପତ୍ର ଦିଆଯାଇଥିଲା I ଓ ଓଡିଶୀ ନୃତ୍ୟୁ ଫୋଲୋକ ନାଚରେ ତୁରୁକୁ ପେଟା କେ. ଜି. ବି. ଭି ଛାତ୍ରୀ ଦଳ ପ୍ରଥମ ଓ ଆଦିବାସି ନୃତ୍ୟୁ ରେ ତୁରୁକୁ ପେଟ କେଜିବିଭି ଦଳ ପ୍ରଥମ ହୋଇଥିବା ବେଳେ ଢେମସାରେ ଗୋତିପୁଟ ଦଳ ପ୍ରଥମ ସ୍ଥାନ ଓ ବାଉଁଶ ପୁଟ ଦ୍ୱିତୀୟ ଓ ଦାସିନୀ ଦଳ ତୃତୀୟ ସ୍ଥାନ ଅଧିକାର କରି ଟ୍ରଫି ହାତେଇ ଥିଲେ I ପଞ୍ଚାୟତର ସରପଞ୍ଚ ସମସ୍ତ ରାଜନେତା ଓ ସରକାରୀ କର୍ମଚାରି ଓ ସାମ୍ବାଦିକ ପ୍ରତିନିଧି ଗଣ ଉପସ୍ଥିତ ରହିବା ସହ ବରିଷ୍ଠ ନେତା ଯୋଗ ଦେଇ କୃତ୍ରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ଆଜିର ପରବ ମହୋତ୍ସବର ଆୟୋଜକ ଥିଲେ ବନ୍ଧୁଗାଁ ପଞ୍ଚାୟତର ପିଓ ଓ ଯୋଗାଣ ସହାୟକ ଚନ୍ଦନ କୁମାର ଦାୟୀତ୍ୱ ତୁଳାଇଥିଲେ I ବନ୍ଧୁଗାଁ ପୁଲିସ କର୍ମ ଚାରିଙ୍କ ଦ୍ୱାରା ସୁରକ୍ଷା ପାଈଁ ନିୟୋଜିତ ହୋଇଥିଲା I

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

masiha

ଢେଙ୍କାନାଳ ଟେଣ୍ଡ ଏଣ୍ଡ ସପ୍ଲାଏରସ୍ ଓନରର୍ସ ଆସୋସିଏସନ୍ ପକ୍ଷରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!