ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ  ବିଶ୍ୱ ଦର୍ଶନ ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ  ବିଶ୍ୱ ଦର୍ଶନ ଦିବସ ପାଳନ

ରାଉରକେଲା: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ ହୋଇଯାଇଛି। ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି। ତେଣୁ ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ନଭେମ୍ବର ମାସର ତୃତୀୟ ଗୁରୁବାରକୁ ବିଶ୍ୱ ଦର୍ଶନ ଦିବସ ଭାବେ ପାଳନ କରାଯାଇଥାଏ। ୨୦୦୨ ମସିହାରୁ ଏହି ଦିବସକୁ ସାରା ବିଶ୍ୱରେ ପାଳନ କରାଯାଇ ମଣିଷ ଜୀବନରେ ଦର୍ଶନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ପ୍ରସାର ଓ ପ୍ରଚାର କରାଯାଇଆସୁଛି। ଏହି କ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ବିଭିନ୍ନ ପାଠ୍ୟକ୍ରମ ମଧ୍ୟରେ ଦର୍ଶନ ଶାସ୍ତ୍ରର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଡ ସାମଲ ସୂଚନା ଦେଇଥିଲେ। ଏହି ଅବସରରେ ପ୍ରାକ୍ତନ ଦର୍ଶନ ବିଭାଗର ପ୍ରାଧ୍ୟାପକ ଏଞ୍ଜେଲୁସ୍‌ ଡୁଙ୍ଗ୍‌ଡୁଙ୍ଗ୍‌ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟ ମାନଙ୍କର ଏହା ପ୍ରତି ରହିଥିବା ଦାୟିତ୍ୱବୋଧ ସମ୍ପର୍କରେ ଶ୍ରୀ ଡୁଙ୍ଗ୍‌ଡୁଙ୍ଗ୍‌ କହିଲେ। ଏହା ସହିତ ପୁରାତନ ଦର୍ଶନ, ଗ୍ରୀକ୍‌ ଦର୍ଶନ, ପାଶ୍ଚାତ୍ୟ ଦର୍ଶନ ଓ ପ୍ରାଚ୍ୟ ଦର୍ଶନ ସମ୍ପର୍କରେ ସେ ଏକ ତୁଳନାତ୍ମକ ଆଲୋଚନା କରିଥିଲେ। ଦର୍ଶନ ବିଭାଗ ସହକାରୀ ପ୍ରାଧ୍ୟାପିକା ଡ. ପଙ୍କଜିନୀ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରି ଏହି ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ତକ୍ରଶାସ୍ତ୍ରର ଅଧ୍ୟାପକ ମାଝିଙ୍କ ସହିତ ବିଭାଗୀୟ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ଶେଷରେ ବିଭାଗୀୟ ଛାତ୍ରୀ ମାନସୀ ବେରା ସମସ୍ତଙ୍କ ଧନ୍ୟବାଦ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିକାଶ ବାହନ ଡିଆପଡାରୁ ଆରମ୍ଭ ଗଙ୍ଗାରାମପୁରରେ ଶେଷ

masiha

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ରାଇରଙ୍ଗପୁରରେ ନୂଆ ଓ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା ଏବଂ ମହିଳା ବିଭାଗରେ ରାଇରଙ୍ଗପୁର ଚମ୍ପିୟାନ

masiha

Leave a Comment

error: Content is protected !!