ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ସାହେବଙ୍କ ଯୋଡ଼ା ମେଡିକାଲରେ ପଞ୍ଜିକରଣରେ ନାନାଦି ଆଳରେ ରୋଗୀ କଲବଲ-ସରପଞ୍ଚ’ କାଉସିଲୋର ହାତଲେଖା ମୂଲ୍ୟହୀନ

ଟାଟା ସାହେବଙ୍କ ଯୋଡ଼ା ମେଡିକାଲରେ ପଞ୍ଜିକରଣରେ ନାନାଦି ଆଳରେ ରୋଗୀ କଲବଲ-ସରପଞ୍ଚ’ କାଉସିଲୋର ହାତଲେଖା ମୂଲ୍ୟହୀନ

ଯୋଡ଼ା:-ଯାହାର ଜନହିତ କାର୍ଯ୍ୟକୁ ସାରା ବିଶ୍ୱ ପ୍ରଶଂସା କରିବା ସହ ଅନୁକରଣ କରେ, ତାଙ୍କର ଜନହିତକର କାର୍ଯ୍ୟ ଖଣି ଅଞ୍ଚଳରେ ବିପଦରେ।ପ୍ରକାଶ ଯୋଗ୍ୟ ଗତ କିଛିଦିନ ଧରି, ଏକ ସର୍ଭେ ଅନୁଯାୟୀ ଯୋଡ଼ାସ୍ଥିତ ଟାଟା ସାହେବଙ୍କ ଟାଟାଷ୍ଟିଲ ମେଡିକାଲର ପଞ୍ଜିକରଣ କରିବା ସ୍ଥାନରେ ନାନାଦି ଆଳ ତଥା ବର୍ଷ’ବର୍ଷ ଧରି ମେଡିକାଲରେ ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସ୍ୱୀକୃତିପ୍ରାପ୍ତ କାଗଜ’ପତ୍ର(ଡକୁମେଣ୍ଟ)ଆଉ ଗ୍ରହଣ ଯୋଗ୍ୟ ନହେବାରୁ ବହୁ ରୋଗୀ ପଞ୍ଜିକରଣ ଜନିତ ସମସ୍ୟା ଭୋଗିବାରୁ,ରୋଗୀ କଲବଲ ଏବଂ ରୋଗୀଙ୍କ ପରିବାର ସଦସ୍ୟ ହନ୍ତସନ୍ତ ହେଉଥିବାର ଜଣାପଡେ।ତେବେ ଦେଖିବାକୁ ଗଲେ,ସେତେବେଳେର ଯୋଡ଼ା ଟାଟା କମ୍ପାନୀର ଦାୟତ୍ୱବାନ ଅଫିସର ଏବଂ ମେଡିକାଲ କର୍ତ୍ତୃପକ୍ଷ ଟାଟା ସାହେବଙ୍କ ଏହି ମେଡିକାଲରେ ରୋଗୀ ପଞ୍ଜିକରଣ ଠାରୁ ଆରମ୍ଭ କରି, ଅନ୍ୟାନ୍ୟ ଅନେକ କାର୍ଯ୍ୟ ବହୁ ସରଳ ତଥା ସାହାଯ୍ୟ ଆସୁଥିବା ବେଳେ ବର୍ତ୍ତମାନ ତାହା ଆଉ ରୋଗୀଙ୍କ ନିମନ୍ତେ ନାହିଁ ବୋଲି ଜଣାପଡେ।ତେବେ ଦେଖିବାକୁ ଗଲେ କମ୍ପାନୀର ବର୍ତ୍ତମାନର କେଇ ଅଫିସର ଏବଂ ମେଡିକାଲର ଉଚ୍ଚ କର୍ତ୍ତୃପକ୍ଷ, ଅନେକ ସରଳ ସୁବିଧାକୁ କ୍ରମଶଃ ପରିବର୍ତ୍ତନ କରିବା ଦ୍ୱାରା ରୋଗୀ ଓ ରୋଗୀ ପରିବାର ସମସ୍ୟା ଭୋଗୁଥିବାର ଦେଖିବାକୁ ମିଳେ। ତେବେ ସୂଚନାଯୋଗ୍ୟ ଟାଟା ସାହେବଙ୍କ ଏହି ମେଡିକାଲରେ ଦଶନ୍ଧି’ଦଶନ୍ଧି ଧରି ଯୋଡ଼ା ପୌରପାଳିକା ଏବଂ ଯୋଡ଼ା ବ୍ଲକର ସମସ୍ତ ଗରିବ ପଞ୍ଚାୟତବାସୀ ନିଜ’ନିଜ କାଉନସିଲୋର ଓ ସରପଞ୍ଚଙ୍କ ହାତ’ଲେଖା ଧରି ଆସୁଥିଲେ, ଉକ୍ତ ମେଡିକାଲରେ ମାଗଣା ଚିକିତ୍ସା ପାଇବା ବ୍ୟତୀତ ସମସ୍ତ ମେଡିକାଲ କାର୍ଯ୍ୟ ସରଳ ହେଉଥିଲା।ହେଲେ ବର୍ତ୍ତମାନ ତାହା ଆଉ ନାହିଁ,ଏପରିକି ରୋଗୀ ପରିବାର କିମ୍ବା ପରିଚିତ ସଦସ୍ୟ ଯଦି ସାହାଯ୍ୟ ମାଗିଲା ବେଳକୁ ମେଡିକାଲ ଟିମ ନିରାଶ ହୋଇ ଦୁଃଖର ସହ ହାତ ଟେକିବାକୁ ବାଧ୍ୟ ହୋଇ କହିବା ହୁଏ ଯେ ଆମୋ ହାତରେ କୌଣସି ସୁବିଧା ନାହିଁ,ଫଳରେ ରୋଗୀ ଯେତେ ବଡ ଜଟିଳ ରୋଗରେ ଥାଉନା କାହିଁକି ପଞ୍ଜିକରଣ ନହେବା ପର୍ଯ୍ୟନ୍ତ ମେଡିକାଲ ବାହାରେ ଚିକିତ୍ସାରୁ ବଞ୍ଚିତ ରହିବା ଥୟ ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ, ଯୋଡ଼ା’ବଡ଼ବିଲ ଏବଂ ଆଖ’ପାଖର ଅଞ୍ଚଳର ବହୁ ଗରିବ ଖଣିବାସୀ ରହିଥିବା ସୁଦ୍ଧା ଏଯାଏ ଅନେକଙ୍କ ରାସନ’କାର୍ଡ କୌଣସି କାରଣ ବଶତଃ ବନିନଥିବା ବେଳେ ସରପଞ୍ଚ ଓ କାଉନସିଲୋରର ହାତଲେଖା ପ୍ରମାଣ କାଗଜକୁ କମ୍ପାନୀ ତଥା ମେଡିକାଲ କର୍ତ୍ତୃପକ୍ଷ ପୂର୍ବ ପରି ଗ୍ରହଣ ନକରିବା, ଖଣି ଅଞ୍ଚଳର ଶହ’ଶହ ଗରିବ ଖଣିବାସୀଙ୍କୁ ଶକ୍ତ ଧକ୍କା ଦେବାରେ ଲାଗିଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶପାଏ। ତେବେ ଦେଖାଯାଉ ଟାଟା ସାହେବଙ୍କ ପରି ଜଣେ ମହାପୁରୁଷଙ୍କ ନୀତି”ଆଦର୍ଶକୁ କେବେ ସୁଦ୍ଧା ଅଧିକରୁ ଅଧିକ ଯୋଡ଼ା ଟାଟାଷ୍ଟିଲ ଏବଂ ମେଡିକାଲ ଆପଣେଇ, ଜନହିତରେ କାର୍ଯ୍ୟକାରୀ କରିବା ତଥା ସରଳ କରିବା ହେଉଛି ଯାହା ସମୟ’ସାପକ୍ଷ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଵିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ !କଙ୍କଡାବେଡା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ରୁ ଗଳୁଛି ପାଣି ; ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଭିଭାବକ ଛୁଆ ମାନଙ୍କୁ ଛାଡୁ ନାହାନ୍ତି 

Sunil Chandra Nayak

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଜନଗଣନା ର ସତେଜ ତାଲିମ ଶିବିର 

Sunil Chandra Nayak

Leave a Comment

error: Content is protected !!