ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଖବର ପ୍ରଭାବ” ଦୀର୍ଘଦିନ ବିଦ୍ୟାର୍ଥୀ ହନ୍ତସନ୍ତ ପରେ କାଉନସିଲୋର ଘର ସମ୍ମୁଖ ରାସ୍ତା ମରାମତି ଆରମ୍ଭ

“ଖବର ପ୍ରଭାବ” ଦୀର୍ଘଦିନ ବିଦ୍ୟାର୍ଥୀ ହନ୍ତସନ୍ତ ପରେ କାଉନସିଲୋର ଘର ସମ୍ମୁଖ ରାସ୍ତା ମରାମତି ଆରମ୍ଭ

ଯୋଡ଼ା:-କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ବାନେଇକଳା ଅଞ୍ଚଳର ଦୁଇ ନମ୍ବର ୱାର୍ଡ ବ୍ଲକ ଅଫିସ ଠାରୁ ଆରମ୍ଭ କରି, ଆଗକୁ ଗଲେ ବାନେଇକଳା ବସ୍ତି ଦେଇ ହିନ୍ଦୀ ସ୍କୁଲ ପର୍ଯ୍ୟନ୍ତର ରାସ୍ତାଟି ଦୀର୍ଘମାସ ଧରି ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଯାହା ଫଳରେ ଉକ୍ତ ରାସ୍ତା ଉପରେ ପ୍ରତିଦିନ ନିର୍ଭର କରି, ଯାଅ’ଆସ କରୁଥିବା ସେଣ୍ଟ ଟେରେସା ସ୍କୁଲ, ଶିବ ଶଙ୍କର ସ୍କୁଲ, ଡିଏଭି ସ୍କୁଲ,ବାନେଇକଳା ହାଇ ସ୍କୁଲ ବିଦ୍ୟାର୍ଥୀ ନାନାଦି ହଇରାଣ ହରକତ ହେବା ସହ ବାନେଇକଳା ଅଞ୍ଚଳବାସୀ ଯୋଡ଼ା ବଜାର ଯିବା ଆସିବା କ୍ଷେତ୍ରରେ ସମସ୍ୟା ଭୋଗିବା ବ୍ୟତୀତ ଯୋଡ଼ା ବସ ଷ୍ଟାଣ୍ଡ, ଟାଟା ମେଡିକାଲ,ବ୍ୟାଙ୍କ ଏବଂ ମା ଲକ୍ଷ୍ମୀ ମନ୍ଦିରକୁ ଯିବାକୁ ହେଲେ,ଦୀର୍ଘଦିନ ରାସ୍ତା ମରାମତି ଅଭାବ ଯୋଗୁ ସାଧାରଣ ଯୋଡ଼ାବାସୀ ହନ୍ତସନ୍ତ ହେଉଥିବାର ଦେଖିବାକୁ ମୁଳୁଥିଲା। ଏପରିକି ଟିକିଏ ବର୍ଷା ହେଲେ, ଉକ୍ତ ରାସ୍ତାଟିରେ ଅନେକ ସ୍ଥାନରେ ଖାଲ’ଢିପ ହୋଇ ଯାଇଥିବାରୁ କାଦୁଅ ପାଣି ଜମା ହେବାରୁ ସଭିଏଁ ନାନାଦି ସମସ୍ୟା ଭୋଗୁଥିଲେ।ଫଳରେ ଗତ କିଛିଦିନ ଉକ୍ତ ରାସ୍ତା ସମସ୍ୟା ଉପରେ ଖବର ପ୍ରସାରଣ ହୋଇବା ଏକପ୍ରକାର ଫଳପ୍ରଦ ହୋଇ, ଚଳିତ ସପ୍ତାହରୁ ଯୋଡ଼ା ବ୍ଲକ ଅଫିସ ଠାରୁ ହିନ୍ଦୀ ସ୍କୁଲ ପର୍ଯ୍ୟନ୍ତ ମରାମତି ଆରମ୍ଭ ହୋଇଥିବାର ଦେଖିବାକୁ ମିଳେ। ତେବେ ଉକ୍ତ ରାସ୍ତାଟି ମରାମତି ଆରମ୍ଭ ହେବା ଦ୍ୱାରା ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି, ବାନେଇକଳା ବାସୀ ଏବଂ ଅନ୍ୟମାନେ ସଭିଏଁ ଯାଅ”ଆସ କରିବାରେ ଉପକୃତ ହେବା ଆରମ୍ଭ ହେଉଥିବାର ଜାଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ତିନିଦିନିଆ ଜନଜାତି କ୍ରୀଡା ଉଦଘାଟିତ 

masiha

କାମାକ୍ଷାନଗର ଗୋଦାରୀବିଲି ଠାରେ ଶିଶୁ ଚିକିତ୍ସାଳୟ ନିର୍ମାଣ ପାଇଁ ପରିଦର୍ଶନ କଲେ ସ୍ବେଜାରଲାଣ୍ଡ ର ଶିଶୁ ବିଶେଷଜ୍ଞ

Sunil Chandra Nayak

Leave a Comment

error: Content is protected !!