ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

ଭାବନୀପାଟଣା ତା. ୨୮.୧୧.୨୦୨୪ : କୃଷି ବିଜ୍ଞାନ କେନ୍ଦ୍ର, କଳାହାଣ୍ଡିର ୨୫ ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଓ.ୟୁ.ଏ.ଟି. ର ସମ୍ପ୍ରସାରଣ ଶିକ୍ଷାରେ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜୀତ ମିଶ୍ର ଅନଲାଇନ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କୋଲକାତା ସ୍ଥିତ ଭାରତୀୟ କୃଷି ଓ ଗବେଷଣା ଅନୁସନ୍ଧାନ ଅନ୍ତର୍ଗତ କୃଷି ପ୍ରଦୋଷିକ ଅନୁପ୍ରୟୋଗ ଅନୁସନ୍ଧାନ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ପ୍ରଫେସର କଲ୍ୟାଣ ସୁନ୍ଦର ଦାସ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଜିଲ୍ଲାରେ ମତ୍ସ୍ୟଚାଷୀ ଓ କୁକୁଡ଼ା ପାଳନ କୁ ପ୍ରୋତ୍ସାହନ ଦେବା ସହ ପ୍ରାକୃତିକ କୃଷିକୁ ଲୋକପ୍ରିୟ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଓ.ୟୁ.ଏ.ଟି. ସମ୍ପ୍ରସାରଣ ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ପି.କେ. ମହାନ୍ତି ଏବଂ ଡେପୁଟି ନିର୍ଦ୍ଦେଶକ ଡଃ. ଅଜିତ ଫୋଙ୍ଗଲୋସା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, କଳାହାଣ୍ଡିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ. ଅମିତାଭ ପଣ୍ଡା ଚଳିତ ବର୍ଷ ୨୦୨୪-୨୫ ପାଇଁ କେନ୍ଦ୍ରର ବାର୍ଷିକ ପ୍ରଗତି ତଥା ୨୦୨୫-୨୬ ର ବାର୍ଷିକ କାର୍ଯ୍ୟଖସଡା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଞ୍ଚଳିକ ଗବେଷଣା ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର କେନ୍ଦ୍ରର ମୁଖ୍ୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଜଳ ଛାୟା ପ୍ରକଳ୍ପର ନିର୍ଦ୍ଦେଶ, ଡି.ଡି.ଏମ. ନାବାର୍ଡ, ଆଇ.ଆଇ.ଏସ.ଡବ୍ଲୁ.ସି (ଆଇ.ସି.ଏ.ଆର.) ର ବୈଜ୍ଞାନିକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲାସ୍ତରୀୟ ଅଧିକାରୀ, ଏନ୍ ଜି ଓ, ର କର୍ମକର୍ତ୍ତା, କୃଷକ ଉତ୍ପାଦନ ସଂଘର ସଦସ୍ୟ, ଜିଲ୍ଲାର ଆଗଧାଡ଼ିର ସଫଳ କୃଷକ ଏବଂ କୃଷିଜୀବି ମହିଳା, ଦୁରଦର୍ଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । 

ବୈଠକରେ ଜିଲ୍ଲାସ୍ତରର କୃଶକମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ଗୁଡିକ କିପରି ବୈଜ୍ଞାନିକ ପଦ୍ଧତିରେ ସମାଧାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବା ସହ ଜିଲ୍ଲାରେ ଜୈବିକ ତଥା ପ୍ରାକୃତିକ କୃଷି, ଉଦ୍ୟାନ କୃଷି, ଛତୁ ଚାଷ, ଜିଆଖତ, ସମ୍ମନିତ ମାଛ ଏବଂ ଧାନ ଚାଷ, ରୋଗପୋକ ପରିଚାଳନା, ଅଣୁସାର ପ୍ରୟୋଗ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ବାର୍ଷିକ ସମାଚାର “ କୃଷି କଳିକା” ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧିୟ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ,ବିନୋଦ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ( ମ ନି ସ ) 

Related posts

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

Sunil Chandra Nayak

ବିଶ୍ୱ ପରିବେଶ ଦିବସ ପାଳିତ 

ମଡେଲ ଡିଗ୍ରୀ କଲେଜ ରେ ନୂଆ ଓ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!