ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ସିଡିପିଓ କାର୍ଯ୍ୟାଳୟ କୁ ୨୨ ଦଫା ଦାବୀ ନେଇ ଘେରିଲେ ଆଶା ଓ ଅଙ୍ଗନୱାଡି କର୍ମୀ

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଓଡିଶା ଅଙ୍ଗନୱାଡି ମହିଲା ୱାର୍କର ସଂଘ ପକ୍ଷରୁ ୨୨ ଦଫା ଦାବୀ ନେଇ ଜିଲ୍ଲାର ଖଡ଼ିଆଳ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଘେରିଥିଲେ। ଏହି ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ର ଖଡ଼ିଆଳ ନଗର ପରିକ୍ରମା କରି ସିଡିପିଓ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସେଠାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସୁପ୍ରଭାଇଜର ଙ୍କୁ ପ୍ରଦାନ କରିଛନ୍ତି।ଟିଏଚ ଆର ମହିଳା ଗୋଷ୍ଠୀଙ୍କୁ ପ୍ରଦାନ ଯୋଜନା ବାତିଲ,ଏସଏନ ପି ଚାଉଳ ବଣ୍ଟନ ବେଳେ ଓଜନ ମାପ ଯନ୍ତ୍ର ରେ ମାପି ଚାଉଳ ପ୍ରଦାନ,ଅଙ୍ଗନୱାଡି କୁ ପ୍ରାଥମିଲ ସ୍କୁଲର ମାନ୍ୟତା ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧୦୦୦/ ଏବଂ ସହାୟକଙ୍କୁ ୧୫୦୦୦/ ଟଙ୍କା ବେତନ ପ୍ରଦାନ। ସ୍କିମ ନିଯୁକ୍ତି ବାତିଲ କରି ସରକାରୀ ଚାକିରୀ ମାନ୍ୟତା ପ୍ରଦାନ, ପେନସନ ସୁବିଧା ଲାଗୁ କରିବା,ଖଡ଼ିଆଳ ସିଡିପିଓ ଏବଂ ସୁପରଭାଇଜର ଙ୍କ ଦୁର୍ବ୍ୟବହାର ବନ୍ଦ ହେଉ, ବିନା କାରଣରେ କର୍ମୀଙ୍କ ଦରମା ବନ୍ଦ କରା ନ ଯାଉ, ୧୦ ଗୋଟି ସେକ୍ଟରରେ ସମାନ କାମ କରାଯାଉ, ନିମ୍ନ ମାନ ମୋବାଇଲ ଯୋଗାଣ ହୋଇଅଛି ସେବା ଗୁଡିକ ମେଲ ରେ ପଠାଇବା ସମ୍ଭବ ହେଉନାହିଁ। ଉପଯୁକ୍ତ ମୋବାଇଲ ଯୋଗାଣ , ପୋଷଣ ପାଇଁ ଆବଶ୍ୟକ ଅର୍ଥ ଠିକ୍ ସମୟ ରେ  ପ୍ରଦାନ ଦାବୀ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୟ କୁମାରମିଶ୍ର ଙ୍କ କବିତା ବିଛୁଆତି କେବେ, ହୁଏନା ତୁଳସୀ 

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ପ୍ରକୃତି କରୁଛି ଖେଦ

ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!