ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟମ୍ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ବିଜ୍ଞାନ ମେଳା -୨୦୨୪ ଉଦଯାପିତ 

ସତ୍ୟମ୍ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ବିଜ୍ଞାନ ମେଳା -୨୦୨୪ ଉଦଯାପିତ 

ଢେଙ୍କାନାଳ: ତା.୩୦/୧୦/୨୪ ରିଖ : ( ) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବନମାଳୀପ୍ରସାଦସ୍ଥିତ ସତ୍ୟମ୍ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲରେ ଏକଦିବସୀୟ ବିଜ୍ଞାନ ମେଳା -୨୦୨୪ ଦିବା ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବିଜ୍ଞାନ ମେଳାରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ, ଓଡ଼ିଶା ବିଜ୍ଞାନ ଚେତନା ମଞ୍ଚର ଢେଙ୍କାନାଳ ଶାଖାର ଯୁଗ୍ମ ଆବାହକ,ଅଭିଜ୍ଞ ଲୋକପ୍ରିୟ ବିଜ୍ଞାନ ପ୍ରଚାରକ ତଥା ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଅବସରପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବେ ଯୋଗଦାନ ଏହି ବର୍ଣ୍ଣାଢ଼୍ୟ ବିଜ୍ଞାନ ମେଳାକୁ ଉଦ୍ ଘାଟନ କରି ସ୍ଵୀୟ ବକ୍ତବ୍ୟରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଉକ୍ତି “ଜୟ ଜବାନ୍‌, ଜୟ କିଷାନ ଓ ଜୟ ବିଜ୍ଞାନ ” କୁ ଉଦ୍ଧାର କରି କହିଲେ ଯେ,ଯେଉଁ ସମାଜରେ ସୈନିକ,କୃଷକ ଓ ବିଜ୍ଞାନର ବିକାଶ ଘଟିବ ସେ ସମାଜ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜରେ ପରିଣତ ହୋଇପାରିବ । ତେଣୁ,ସେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ । ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ। ବିଜ୍ଞାନ ଭିତରେ ଲୁଚି ରହି ଥିବା ବୈଜ୍ଞାନିକ ତତ୍ତ୍ୱକୁ ଜାଣି ପାରିଲେ ତାହା ସହଜରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ ଓ ସମାଜ କଲ୍ୟାଣରେ ଲାଗିପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ। ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି । କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସେ ସୁପରାମର୍ଶ ଦେଇଥିଲେ । ବିଜ୍ଞାନ ଭିତରେ ଲୁଚି ରହି ଥିବା ବୈଜ୍ଞାନିକ ତତ୍ତ୍ୱକୁ ଜାଣି ପାରିଲେ ତାହା ସହଜରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ ଓ ସମାଜ କଲ୍ୟାଣରେ ଲାଗିପାରିବ ବୋଲି ସେ ଦୃଢ଼ ମତପୋଷଣ କରିଥିଲେ। ଆଜି “ରାସାୟନିକ ଯୁଦ୍ଧର ସମସ୍ତ ପୀଡିତଙ୍କ ପାଇଁ ସ୍ମରଣ ଦିବସ” ହେଉଛି ପ୍ରତି ବର୍ଷ ନଭେମ୍ବର ୩୦ ତାରିଖରେ ପାଳନ କରାଯାଉଥିବା ବାର୍ଷିକ କାର୍ଯ୍ୟକ୍ରମ ଯାହାକି ରାସାୟନିକ ଯୁଦ୍ଧରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନ (ଓପିସିଡବ୍ଲୁ) ର ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ରାସାୟନିକ ଅସ୍ତ୍ରଶସ୍ତ୍ରର ବିପଦକୁ ଦୂର କରିବା,ଯାହାଦ୍ୱାରା ଶାନ୍ତି,ନିରାପତ୍ତା ଏବଂ ବହୁପକ୍ଷୀୟତାର ଲକ୍ଷ୍ୟକୁ ପ୍ରୋତ୍ସାହିତ କରାଯାଏ।

ମିଳିତ ଜାତିସଂଘ (ଜାତିସଂଘ) ଦ୍ଵାରା ଏହା ଆନୁଷ୍ଠାନିକ ଭାବରେ ସ୍ୱୀକୃତିପ୍ରାପ୍ତ ଏବଂ ୨୦୦୫ ମସିହା ପରଠାରୁ ଏହା ପାଳନ କରାଯାଇଆସୁଛି। ବିଜ୍ଞାନର ଦୂରୁପୋଯୋଗ ହେତୁ ୟୁକ୍ରେନ୍‌ରେ କିପରି ଧ୍ୱଂସର ତାଣ୍ଡବ ସୃଷ୍ଟି ହୋଇଛି ସେ ସଂପର୍କରେ ଆଲୋକପାତ କରିଥିଲେ । ତେଣୁ ବିଜ୍ଞାନର ଗବେଷଣାଲବ୍ଧ ଜ୍ଞାନକୁ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସେ ମତପୋଷଣ କରିଥିଲେ । ମୁଖ୍ୟ ଅତିଥି ତଥା ଉଦ୍ ଘାଟକ ଡ଼ା. ମିଶ୍ର ମହୋଦୟ ବହୁ ସମୟ ଧରି ସମସ୍ତ ପ୍ରକଳ୍ପ ସବୁକୁ ପରିଦର୍ଶନ କରି ପ୍ରକଳ୍ପକାରୀମାନଙ୍କର ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ ପଚାରି ବୁଝିଥିଲେ। ସେ ଯୋଗଦାନ କରିଥିବା ସମସ୍ତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକର ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ବିଜ୍ଞାନକୁ ଉଚିତ ମାର୍ଗରେ ବିନିଯୋଗ କରି ସମାଜ ସେବାରେ ବ୍ରତୀ ହେବାପାଇଁ ଶିଶୁ ବୈଜ୍ଞାନିକ ମାନଙ୍କୁ ସୁପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ବୀରେନ୍ଦ୍ର କୁମାର ସାହୁ,ପ୍ରଧାନ ଶିକ୍ଷକ ସ୍ବାଗତିକା ବାରିକ୍ ଓ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ରଘୁନାଥ ପ୍ରସାଦ ମିଶ୍ର ଓ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମକର୍ତ୍ତା,କର୍ମଚାରୀ ବୃନ୍ଦଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର, ସେମାନଙ୍କର ମାତା,ପିତା ତଥା ଅଭିଭାବିକା ଓ ଅଭିଭାବକ ମାନଙ୍କ ଉପସ୍ଥିତିରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦ୍ୟୁମ୍ନ ଶତପଥୀ, ସୌମ୍ୟ ରଞ୍ଜନ ସାହୁ ଓ ରାଧିକା ବିନାନୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଏଥିରେ ଶତାଧିକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ପ୍ରକଳ୍ପ ଗୁଡ଼ିକୁ ସୁନ୍ଦର ଭାବେ ଅତିଥି ଓ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଏଥି ନିମିତ୍ତ ଉପଯୁକ୍ତ ମାର୍ଗଦର୍ଶନ କରି ଉତ୍ସାହିତ କରିଥିଲେ । ବିଜ୍ଞାନର ମହତ୍ତ୍ବ ଓ ଗୁରୁତ୍ବ ଉପରେ ଆଧାରିତ ଏହି ବିଜ୍ଞାନ ମେଳାଟି ଅତି ଆକର୍ଷଣୀୟ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ବୀରେନ୍ଦ୍ର କୁମାର ସାହୁ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମକର୍ତ୍ତା,କର୍ମଚାରୀ,ଛାତ୍ରୀ, ଛାତ୍ର,ସେମାନଙ୍କର ମାତା,ପିତା ତଥା ଅଭିଭାବିକା ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରି ବିଜ୍ଞାନ ମେଳାଟିକୁ ଉଦଯାପନ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,

ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା 
ଯୋଗାଯୋଗ ଠିକଣା : ଦେବାନୁ ଭବନ,ମିଶ୍ର ଲେନ୍,ଆନନ୍ଦ ନଗର,କାଠଗଡା,ୱାର୍ଡ଼ ନମ୍ବର ୦୧, 
ପୋଷ୍ଟ/ଜିଲ୍ଲା : ଢେଙ୍କାନାଳ,ଓଡ଼ିଶା ।
ଦୂରଭାଷ : ୯୪୩୭୧୦୬୫୬୯ ; 
ଇ-ମେଲ୍ : debisirscience@gmail.com

Related posts

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

masiha

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

masiha

ମୀନାକ୍ଷୀ ଧର ଫାଉଣ୍ଡେସନ ର ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା ଆସନ୍ତା ୨୧ ରେ….

masiha

Leave a Comment

error: Content is protected !!