ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱେଲକୋମ ଭିଜିଲାନ୍ସ- ଯୋଡ଼ା’କୋଇଡାରେ ମାଳ’ମାଳ ବ୍ରହ୍ମରାକ୍ଷାସ ଖଣି ଅଫିସର

ୱେଲକୋମ ଭିଜିଲାନ୍ସ- ଯୋଡ଼ା’କୋଇଡାରେ ମାଳ’ମାଳ ବ୍ରହ୍ମରାକ୍ଷାସ ଖଣି ଅଫିସର

ଯୋଡ଼ା/କୋଇଡା:-କେନ୍ଦୁଝର ଜିଲ୍ଲା ଯୋଡ଼ା ପ୍ରୟୋଗଶାଳାରେ ଏବଂ କୋଇଡା ଡ଼ିଡ଼ିଏମ ଅଫିସରେ,ଏକାଧିକ ବ୍ରହ୍ମରାକ୍ଷାସ ଖଣି ଅଫିସର ଗତ କିଛି ବର୍ଷ ମଧ୍ୟରେ ଭରି ହୋଇଲେଣି।ତେବେ ଏହି ଦୁଇ ବିଭାଗରେ ଲୁଚିରହି ଖୋଳ କରୁଥିବା ବ୍ରହ୍ମରାକ୍ଷାସ ମହାଦୁର୍ନୀତିଖୋର ଖଣି ଅଫିସରଙ୍କ ଅସଲ ଚେହେରା ଏବେ ସମଗ୍ର ରାଜ୍ୟବାସୀଙ୍କ ଆଗରେ ଖୋଲିବାର ସମୟ ଆସିଯାଇଛି।ତେବେ ରାଜ୍ୟର ଖଣି ଓ ଭୁତତ୍ତ୍ୱ ନିର୍ଦ୍ଧେଶାଳୟ ଅଧିନସ୍ଥ ଖଣିବିଭାଗର କେଇ ବ୍ରହ୍ମରାକ୍ଷାସ ଅଫିସରଙ୍କ ମହାଦୁର୍ନୀତିରେ ଜର୍ଜରିତଙ୍କ ମଧ୍ୟରୁ ଗତ କିଛିମାସ ତଳେ ଭିଜିଲାନ୍ସ ଅଫିସରଙ୍କ ଜାଲରେ ପଡ଼ିଥିବା ତାଳଚେର ଯୁବ ଡ଼ିଡ଼ିଏମ ଧରଣୀଧର ନାୟକ ଚାକିରୀ ଜୀବନ ଆରମ୍ଭ କେଇଟା ବର୍ଷରେ ଅଜସ୍ର ସମ୍ପତିର ମାଲିକ ବନିବା, ଯୁବ ଡ଼ିଡ଼ିଏମ ଧରଣୀଧରକୁ ସ୍ଵଭାଗ୍ୟରେ ଜେଲ ଭୋଗ କରିବା ଘଟଣା ନଥମୁଣୁ ଗତ ବୁଧବାର ଦିନ ପୁଣି କେନ୍ଦୁଝର ଡ଼ିଡ଼ିଏମ’ଙ୍କ ଅଧିନରେ କାର୍ଯ୍ୟରତ କନିଷ୍ଠ ମାଇନିଙ୍ଗ ଅଫିସର ପଦ୍ମନାଭ ହୋତା(ଜେଏମଓ)ଅସତ ଉପାୟରେ ଏକାଧିକ ସ୍ଥାନରେ କୋଠା, ଘର,ପ୍ଲଟ, ଲକ୍ଷାଧିକ ଜମା ଟଙ୍କାର ଅଜସ୍ର ସମ୍ପତି ଠୁଳରେ ତାଙ୍କୁ ଭିଜିଲାନ୍ସ ଅଫିସର ଚଢ଼ାଉରେ,ଗତ ଗୁରୁବାରଦିନ ଭିଜିଲାନ୍ସ ବିଭାଗ ଜେଲ ପଠାଇଥିବା ଖବରରେ ଯୋଡ଼ା ଡ଼ିଡ଼ିସିଏ ଏବଂ କୋଇଡା ଖଣି ବିଭାଗରେ ଅସାଧୁ ବ୍ରହ୍ମରାକ୍ଷାସ ଖଣିଅଫିସରଙ୍କ ମଧ୍ୟରେ ଏକପ୍ରକାରର କମ୍ପନ ଆରମ୍ଭ ହୋଇଥିବାର ଜଣାପଡେ।ତେବେ ଏକ ସର୍ଭେ ଅନୁଯାୟୀ ଯାହା ଜଣାପଡେ ଯୋଡ଼ା ଏବଂ କୋଇଡା ଉଭୟ ଖଣିବାସୀ ଅପେକ୍ଷାକୃତ ଯେ ରାଜ୍ୟର ଏହି ଦୁଇ ବିଭାଗରେ ଅସତ ଉପାୟରେ ଗରିବଙ୍କ ଭବିଷ୍ୟତକୁ ନଷ୍ଟ କରି,ଅଜସ୍ର ସମ୍ପତି ଠୁଳ କରିଚାଲିଥିବା ଅସାଧୁ ବ୍ରହ୍ମରାକ୍ଷାସ ଖଣି ଅଫିସର ସଭିଙ୍କୁ ଭିଜିଲାନ୍ସ ବିଭାଗର ଟାଣୁଆ ଅଫିସର କେବେ ସୁଦ୍ଧା ବାନ୍ଧି ଜେଲରେ ପୁରାଇବାରେ ଆଗ୍ରହୀ ଦୁଇ ମଣ୍ଡଳର ସମସ୍ତ ଖଣିବାସୀ ରହିଛନ୍ତି ବୋଲି ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମଭୋଇ ସାହିତ୍ୟ ଆଲୋଚନା 

masiha

ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ଉମରକୋଟ ଅନ୍ତର୍ଗତ ବେହେଡା ରେ ଅଲେଖ ମହିମା ଧର୍ମାବଲମ୍ବୀ ମାନଙ୍କ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

Leave a Comment

error: Content is protected !!