ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

କୋରାପୁଟ // ପରବ ୨୦୨୪* ଅନ୍ତର୍ଗତ ଜିଲ୍ଲାସ୍ତରୀୟ କୁଇଜ୍, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ସମଗ୍ର ଶିକ୍ଷା କୋରାପୁଟ ଦ୍ଵାରା ପରିଚାଳିତ ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଜିଲ୍ଲାର ୧୪ ଟି ବ୍ଲକ୍ ଏବଂ ୪ ଟି ପୌରାଞ୍ଚଳରୁ ୧୧୪ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।ଉପ କନିଷ୍ଠ,କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡିକରେ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜୀତ୍ ରାଉତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ବରାଜ ଶିଶା ଏବଂ ପ୍ରଧାନଶିକ୍ଷକ ହିମାଂଶୁ ଦାସ ଯୋଗ ଦେଇଥିଲେ।ସମସ୍ତ କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ରବି ଶତପଥି ,ରମେଶ ସାହୁ ଏବଂ ପ୍ରମୋଦ ଡାକୁଆ ମଞ୍ଚ ପରିଚାଳନା କରିଥିବା ବେଳେ ଭବେସ ପତି,ରଶ୍ମି ରଂଜନ ସେଠୀ,ରତିକାନ୍ତ ଦାସ, ସୁଜିତ ଜେନା, ଗଜନୀ ଚନ୍ଦ୍ରଶେଖର ଏବଂ ପ୍ରଦୀପ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

masiha

କଳାହାଣ୍ଡି ବଂଜାରା ନାରୀ ସେବା ସଙ୍ଘ ସମାରୋହ

Sunil Chandra Nayak

ନାବାଳିକା ଦାଦନ ଝିଅ ବନ୍ଧକ ଘଟଣା, 10 ଦିନ ପରେ ବି ପୁଲିସ ହାତ ଖାଲି, ସର୍ଦାର ଗିରଫ ହେବ କେବେ ଆଜି ଦଶାହ ପାଳୁଛନ୍ତି ପରିବାର

masiha

Leave a Comment

error: Content is protected !!